Advertisment

ରୋଗୀଙ୍କ ରିପୋର୍ଟରେ ତିଆରି ହେଉଛି ପେପର ପ୍ଲେଟ୍, ପରସାଯାଉଛି ଖାଦ୍ୟ

ସୂଚନା ଅନୁଯାୟୀ, ରୋଗୀଙ୍କ ଡକ୍ୟୁମେଣ୍ଟ ଯେପରି କି ସିଟିସ୍କାନ ରିପୋର୍ଟ, ,ଏମ୍‌ଆର୍‌ଆଇ ରିପୋର୍ଟ ଆଦିରୁ ଏହି ପ୍ଲେଟ୍‌ ପ୍ରସ୍ତୁତ କରାଯାଇଛି। ଏଥିରେ ରୋଗୀଙ୍କ ସ୍ୱାସ୍ଥ୍ୟ ସଂପର୍କୀତ ସମସ୍ତ ଗୋପନୀୟ ତଥ୍ୟ ରହିଥିବା ବେଳେ ନାଁ ମଧ୍ୟ ଉଲ୍ଲେଖ ରହିଛି।

ଅଦ୍ୟତନ ହୋଇଛି
Mumbai Hospital Using Paper Plates Made Of Patient Report

Paper Plate

Advertisment

ରୋଗୀଙ୍କ ରିପୋର୍ଟରେ ତିଆରି ହେଉଛି ପେପର ପ୍ଲେଟ୍। ଏଭିଳି ଏକ ଅଭିଯୋଗ ଆସିଛି ମହାରାଷ୍ଟ୍ର ମୁମ୍ୱାଇରୁ। KEM ହସ୍ପିଟାଲରେ ରୋଗୀଙ୍କ ସ୍ୱାସ୍ଥ୍ୟ ସଂପର୍କୀତ ରିପୋର୍ଟରେ ତିଆରି ହୋଇଥିବା ପେପର ପ୍ଲେଟ୍‌ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଘଟଣା ସାମନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଏକ କମିଟି ଗଠନ କରିଛି। ଏଥିସହ ହସ୍ପିଟାଲରେ ଡକ୍ୟୁମେଣ୍ଟ ପରିଚାଳନା କରୁଥିବା କର୍ମଚାରୀଙ୍କୁ ଏନେଇ ଜବାବ ମଗାଯାଇଛି। ଏନେଇ ବିଏମସି KEM ହସ୍ପିଟାଲ ଡିନ୍‌ଙ୍କଠାରୁ ସ୍ପଷ୍ଟୀକରଣ ମାଗିଛି।

Advertisment

ସୂଚନା ଅନୁଯାୟୀ, ରୋଗୀଙ୍କ ଡକ୍ୟୁମେଣ୍ଟ ଯେପରି, ସିଟିସ୍କାନ ରିପୋର୍ଟ, ,ଏମ୍‌ଆର୍‌ଆଇ ରିପୋର୍ଟ ଆଦିରୁ ଏହି ପ୍ଲେଟ୍‌ ପ୍ରସ୍ତୁତ କରାଯାଇଛି। ଏଥିରେ ରୋଗୀଙ୍କ ସ୍ୱାସ୍ଥ୍ୟ ସଂପର୍କୀତ ସମସ୍ତ ଗୋପନୀୟ ତଥ୍ୟ ରହିଥିବା ବେଳେ ନାଁ ମଧ୍ୟ ଉଲ୍ଲେଖ ରହିଛି। ସବୁଠାରୁ ବଡ଼କଥା ହେଲା କୌଣସି ସଂକ୍ରମିତ ରୋଗୀଙ୍କ ରିପୋର୍ଟରେ ପେପର ପ୍ଲେଟ୍‌ ତିଆରି କରି ସେଥିରେ ଖାଦ୍ୟ ଖାଇବା ଦ୍ୱାରା ଅନ୍ୟ ଲୋକଙ୍କର ସ୍ୱାସ୍ଥ୍ୟାବସ୍ଥା କଣ ହେବ ସେନେଇ ଚିନ୍ତା ପ୍ରକଟ କରାଯାଇଛି।

ଏନେଇ ହସ୍ପିଟାଲ୍‌ କର୍ତ୍ତୃପକ୍ଷ କହିଛନ୍ତି ଯେ ସିଟି ସ୍କାନ ଫୋଲ୍ଡରରୁ ଏହି ପେପର ପ୍ଲେଟ ତିଆରି କରାଯାଇଥିଲା, ଯାହା ପୁନଃବ୍ୟବହାର ପାଇଁ ସ୍କ୍ରାପ ଡିଲରଙ୍କୁ ଦିଆଯାଇଥିଲା। ତେବେ ଏହା କିପରି ଅପବ୍ୟବହାର ହେଲା ସେନେଇ ସଠିକ ତଥ୍ୟ ନାହିଁ। ତେବେ ଶିବସେନାର (ୟୁବିଟି) ପୂର୍ବତନ ମେୟର କିଶୋରୀ ପେଡନେକର କହିଛନ୍ତି ଯେ ରୋଗୀଙ୍କ ସ୍ୱାସ୍ଥ୍ୟ ସଂପର୍କୀତ ରେକର୍ଡ ଗୋପନୀୟ ଦଲିଲ । ଏହାକୁ ସର୍ବସାଧାରଣ କରିବା ଅତି ସଂବେଦନଶୀଳ ପ୍ରସଙ୍ଗ। ପେଡନେକର କହିଛନ୍ତି, ଭବିଷ୍ୟତରେ ଏପରି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ମୁଁ କୋର୍ଟରେ ଏକ ପିଏଲ ଦାଖଲ କରିବି।

Advertisment

MNS ସଚିବ ତଥା ପୂର୍ବତନ କର୍ପୋରେଟର ସନ୍ଦୀପ ଦେଶପାଣ୍ଡେ କହିଛନ୍ତି, "ଯଦି ଜଣେ ବ୍ୟକ୍ତି ଗୁରୁତର ସଂକ୍ରାମକ ରୋଗରେ ପୀଡିତ, ତେବେ ତାଙ୍କ ସ୍ୱାସ୍ଥ୍ୟ ସଂପର୍କୀତ ରେକର୍ଡ ବଜାରରେ କାଗଜ ପ୍ଲେଟ ଆକାରରେ ବିକ୍ରି ହେବ? ଏହା ଅତି ଗୁରୁତର ଘଟଣା। ପୂର୍ବରୁ ବିଏମସି ପକ୍ଷରୁ ଡାକ୍ତରଖାନାଗୁଡିକୁ ଶ୍ରେଡର୍ ମେସିନ୍ ଦିଆଯାଇଛି। ଯାହାଫଳରେ ସେମାନେ ରୋଗୀଙ୍କ ଗୁପ୍ତ କାଗଜପତ୍ର ଡାକ୍ତଖାନାରେ ହିଁ ପୁନଃ ବ୍ୟବହାରକ୍ଷମ କରିପାରିବେ। ମାତ୍ର ସେମାନେ ଏପରି ନକରି ସମସ୍ତ କାଗଜପତ୍ର ସ୍କ୍ରାପ୍‌ ଡିଲରଙ୍କୁ ଦେଇଦେଉଛନ୍ତି।

Advertisment

ବିଏମସି ପକ୍ଷରୁ କୁହାଯାଇଛି, KEM ହସ୍ପିଟାଲରେ ସିଟି ସ୍କାନ, ଏମଆରଆଇ ଏବଂ ଏକ୍ସ-ରେ ଭଳି ପରୀକ୍ଷା ପରେ ରୋଗୀଙ୍କୁ ରିପୋର୍ଟ ସହିତ ଏକ ଫୋଲ୍ଡର ଦିଆଯାଏ ଏବଂ ପୁରୁଣା ଫୋଲ୍ଡରଗୁଡ଼ିକୁ ନଷ୍ଟ କରିବା ପାଇଁ କବାଡିଆକୁ ଦିଆଯାଉଛି। ରୋଗୀଙ୍କ ରିପୋର୍ଟରୁ ପ୍ରସ୍ତୁତ କାଗଜ ପ୍ଲେଟର ଏକ ଭିଡିଓ ପ୍ରଥମେ KEM ସ୍ୱାସ୍ଥ୍ୟ କର୍ମୀଙ୍କ ଗ୍ରୁପ୍‌ରେ ପହଞ୍ଚିଥିଲା, ପରେ ଏହା ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଥିଲା।

Viral News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ