Advertisment

Health Tips: ଓଜନ କମେଇବାର ୫ଟି ସରଳ ଉପାୟ; ପିଲା-ବୃଦ୍ଧ ସମସ୍ତେ କରିପାରିବେ

ମେଦବହୁଳତାରୁ ମୁକ୍ତି ପାଇବା ପାଇଁ ଅନେକ ବିଭିନ୍ନ ଉପାୟ ଗ୍ରହଣ କରନ୍ତି। ଏହା ସତ୍ତ୍ୱେ ମଧ୍ୟ ପ୍ରାୟ ଏଥିରେ କୌଣସି ପରିବର୍ତ୍ତନ ଆସିବା ଅନୁଭବ କରିପାରନ୍ତି ନାହିଁ। ଏଠାରେ ଏମିତି କିଛି ସରଳ ଉପାୟ ବିଷୟରେ କୁହାଯିବ ଯାହାକୁ ପିଲା ଠାରୁ ଆରମ୍ଭ କରି ସବୁ ବୟସର ବ୍ୟକ୍ତିମାନେ କରିପାରିବେ। ମିଳିବ ଶତ ପ୍ରତିଶତ ଫଳାଫଳ।

ଅଦ୍ୟତନ ହୋଇଛି
5 quick weight loss tips which will work for everyone at every age

5 quick weight loss tips which will work for everyone at every age

Advertisment

ଆଜିକାଲି ଅଧିକାଂଶ ଲୋକ ମେଦବହୁଳତାର ଶିକାର ହେଉଥିବା ଦେଖାଯାଏ। ଏହାର ମୁଖ୍ୟ କାରଣ ହେଉଛି ଖରାପ ଜୀବନଶୈଳୀ, ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ଏବଂ ଶାରୀରିକ ଭାବରେ ସକ୍ରିୟ ନ ହେବାରୁ ଓଜନ ବୃଦ୍ଧି। ଏହି ସମସ୍ୟାରେ ପିଡୀତ ହେବା ପରେ ଅନେକଙ୍କ ଚେତା ପଶେ। ସେମାନେ ଏଥିରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ଉପାୟ ଗ୍ରହଣ କରନ୍ତି। ଏହା ସତ୍ତ୍ୱେ ମଧ୍ୟ ପ୍ରାୟ ଏଥିରେ କୌଣସି ପରିବର୍ତ୍ତନ ଆସିବା ଅନୁଭବ କରିପାରନ୍ତି ନାହିଁ।

Advertisment

ଆପଣ ଯଦି ଏଭଳି ସମସ୍ୟାର ସମ୍ମୁଖିନ ହେଉଛନ୍ତି ଆଉ ବିଭିନ୍ନ ଉପାୟ ମଧ୍ୟ ଚେଷ୍ଟା କରିସାରିଲେଣି କିନ୍ତୁ କୌଣସି ଫଳ ମିଳୁନି ତେବେ ଏଠାରେ ନଜର ପକାନ୍ତୁ। ଯୋଗ ଓ ବିଭିନ୍ନ ପ୍ରଶାର ଶାରୀରିକ ବ୍ୟାୟାମ ସକରାତ୍ମକ ପ୍ରଭାବ ପକାଏ ସତ ହେଲା ଏହାକୁ ସବୁ ବର୍ଗର ଲୋକ କରିବା ସମ୍ଭବ ହୁଏନି। ତେଣୁ ଏଠାରେ ଏମିତି କିଛି ସରଳ ଉପାୟ ବିଷୟରେ କୁହାଯିବ ଯାହାକୁ ପିଲା ଠାରୁ ଆରମ୍ଭ କରି ସବୁ ବୟସର ବ୍ୟକ୍ତିମାନେ କରିପାରିବେ।

ଆୟୁର୍ବେଦିକ ବିଶେଷଜ୍ଞ ଡା. ଦୀକ୍ଷା ଭାୱସାର୍ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସବୁ ବୟସର ଲୋକଙ୍କ ପାଇଁ ୫ଟି ଅତି ସାଧାରଣ ଓଜନ ହ୍ରାସ ଟିପ୍ସ ଶେୟାର କରିଛନ୍ତି। ଯେକେହି ବି ନିଜର ଦୈନନ୍ଦିନ କାର୍ଯ୍ୟରେ ଏହାକୁ ଅନୁସରଣ କରି ଓଜନକୁ ନିୟନ୍ତ୍ରଣରେ ରଖିପାରିବେ।

Advertisment

ସର୍କାଡିୟନ୍ ରିଦମ୍ ଫାଷ୍ଟିଙ୍ଗ୍‌:

ଆମେ ସମସ୍ତେ ପ୍ରାୟ ସକାଳୁ ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ଖାଇଥାଉ। ଦିନକ ଭିତରେ ପ୍ରାୟ ଲୋକ ଜଳଖିଆ ସହିତ ୪ ଥର ଖାଇଥାନ୍ତି। ଏହା ସମସ୍ୟାର କାରଣ ହୋଇପାରେ। କିନ୍ତୁ ‘ସର୍କାଡିୟନ୍ ରିଦମ୍ ଫାଷ୍ଟିଙ୍ଗ୍‌’ ଉପାୟ ହେଉଛି ସକାଳ ୭-୮ରେ ଜଳଖିଆ ଏବଂ ସନ୍ଧ୍ୟା ୭-୮ରେ ରାତ୍ରୀ ଭୋଜନ କରିବା।

ରାତ୍ରି ଭୋଜନ ଠାରୁ ପରଦିନ ଜଳଖିଆ ପର୍ଯ୍ୟନ୍ତ ଉପବାସ କରିବା। ପାଣି ବ୍ୟତୀତ ଅନ୍ୟ କିଛି ଗ୍ରହଣ ନ କରିବା। ଏହା ଶରୀରକୁ ଯାହା ଖିଆଯାଇଥାଏ ତାହା ହଜମ କରିବାରେ ସାହାଯ୍ୟ କରେ ଏବଂ ସମସ୍ତ ଅନାବଶ୍ୟକ ଜିନିଷକୁ ବାହାର କରିଦିଏ। ଏଥିରେ ୧୨ ଘଣ୍ଟା ଉପବାସ କରି ଆପଣ ନିଜ ପେଟକୁ ପର୍ଯ୍ୟାପ୍ତ ବିଶ୍ରାମ ଦେଇପାରିବେ। ଏହା ମଧ୍ୟ ଓଜନ ହ୍ରାସ କରିବାରେ ସାହାଯ୍ୟ କରିବ।

Advertisment

ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା:

ପ୍ରଚୁର ପାଣି ପିଇବା ଦ୍ୱାରା ଖାଦ୍ୟ ଖାଇବାର ଲୋଭ କମିଯାଏ। କାରଣ ଏହା ହିଁ କ୍ଷୁଧାକୁ ଶାନ୍ତ ରଖେ। ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଦ୍ୱାରା ଶରୀର ଡିଟକ୍ସିଫାଇ ହେବାର ସର୍ବୋତ୍ତମ ଉପାୟ। ଏହା ଦ୍ୱାରା ଖାଦ୍ୟ ଠିକରେ ହଜମ ଏବଂ ମଳ ନିଷ୍କାସନରେ ମଧ୍ୟ ସାହାଯ୍ୟ କରେ। କମ ପାଣି ପିଇବା ଦ୍ୱାରା କୋଷ୍ଠକାଠିନ୍ୟ, ଡିହାଇଡ୍ରେସନ୍ ହୋଇପାରେ, ଯାହା ଅସନ୍ତୁଳିତ ହରମୋନ୍ ଏବଂ ଓଜନ ବଢାଇପାରେ। ଶରୀରରୁ ଅଧିକ ଚର୍ବି କମାଇବା ପାଇଁ ଉଷୁମ ପାଣି ପିଅନ୍ତୁ।

ଚିନିଜାତୀୟ, ପ୍ରକ୍ରିୟାକରଣ ଖାଦ୍ୟକୁ ନା:

ଓଜନ ହ୍ରାସ ପାଇଁ ସବୁଠାରୁ ସହଜ ସୂତ୍ର ହେଉଛି ମିଠାଜାତୀୟ ଖାଦ୍ୟ, ଭଜାଯାଇଥିବା ଖାଦ୍ୟ ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଗ୍ରହଣକୁ ବନ୍ଦ କରିବା। ଏହା ସବୁ ବୟସର ଲୋକଙ୍କ ପାଇଁ ପ୍ରଯୁଜ୍ୟ। ଏହି ଖାଦ୍ୟରୁ ଦୂରେଇ ରହିବା ଦ୍ୱାରା ଯକୃତ ଉପରେ କମ ଚାପ ପକାଇଥାଏ, ଫଳସ୍ୱରୂପ ଭଲ ହଜମ ହେବା ସହ ଶରୀର ଡିଟକ୍ସ ହୋଇଥାଏ। ଏହା ମଧ୍ୟ ଆପଣଙ୍କ ଅନ୍ତନଳୀର ପ୍ରଦାହକୁ ହ୍ରାସ କରିଥାଏ, ଯାହା ଖାଉଥିବା ଖାଦ୍ୟରୁ ପୋଷଣ ତତ୍ତ୍ୱକୁ ଭଲ ଭାବରେ ଗ୍ରହଣ କରିବାରେ ସହଯୋଗ କରେ।

ସରଳ ବ୍ୟାୟାମ ଓ ପ୍ରାଣାୟାମ:

ଚାଲିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ରହିଥାଏ। ପ୍ରତିଦିନ ୬୦ ମିନିଟ୍ ପାଇଁ ଶାରୀରିକ ଭାବରେ ସକ୍ରିୟ ରହିବା ଜରୁରୀ। ଏଥିପାଇଁ ଦୌଡିବା, ଚାଲିବା ପରି ସହଜ ସରଳ ବ୍ୟାୟାମ କରନ୍ତୁ। ଏହା ସହିତ ଶରୀରର ସମସ୍ତ କୋଷଗୁଡ଼ିକ ପର୍ଯ୍ୟାପ୍ତ ପରିମାଣର ପୋଷଣ ପୋଷଣ ଏବଂ ଅମ୍ଳଜାନ ପାଆନ୍ତି। ପ୍ରାଣାୟାମ ମଧ୍ୟ ପରିପାରିବେ। ଏହା ମନକୁ ଶାନ୍ତି ଯୋଗାଇଥାଏ।

ସୁଖ ନିଦ୍ରା:

ଶରୀରରୁ ଅଧିକ ଚର୍ବି କମାଇବା ପାଇଁ ସୁଖ ନିଦ୍ରା ହେଉଛି ସର୍ବୋତ୍ତମ ଉପାୟ। ରାତି ୧୦ଟା ଭିତରେ ଶୋଇବା ଦ୍ୱାରା ଯକୃତ ଡିଟକ୍ସ ହେବାରେ ସାହାଯ୍ୟ କରେ କାରଣ ରାତି ୧୦ରୁ ୨ଟା ହେଉଛି ପିତ ପ୍ରାଧାନ ସମୟ। ଏହା ଶୀଘ୍ର ଓଜନ ହ୍ରାସ କରେ। ବିଶେଷକରି ଯଦି ଆପଣ ସନ୍ଧ୍ୟା ୭-୮ ପୂର୍ବରୁ ଶୀଘ୍ର ରାତ୍ରୀ ଭୋଜନ କରିଦିଅନ୍ତି ତେବେ ଏହା ସୁଖ ନିଦ୍ରା ଦେଇଥାଏ।

Health Tips Good Health Tips In Odia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ