Advertisment

କାହିଁକି ପାଳନ ହେଉଛି ପୁରୁଷ ଦିବସ, କ’ଣ ରହିଛି ବିଶେଷତ୍ୱ...ଜାଣନ୍ତୁ

ଆଜି ଆନ୍ତର୍ଜାତୀୟ ପୁରୁଷ ଦିବସ। ପୁରୁଷମାନଙ୍କ ପ୍ରତି ସଚେତନତା ବୃଦ୍ଧି ଲକ୍ଷ୍ୟରେ ଏହି ଦିବସ ପ୍ରତିବର୍ଷ ନଭେମ୍ବର ୧୯ରେ ପାଳନ କରାଯାଏ। ଆସନ୍ତୁ ଜାଣିବା କ’ଣ ରହିଛି ଚଳିତ ବର୍ଷର ଥିମ୍।

ଅଦ୍ୟତନ ହୋଇଛି
Why international mens day celebrated on November 19

Why international mens day celebrated on November 19

Advertisment

ପ୍ରତିବର୍ଷ ୧୯ ନଭେମ୍ବର ୨୦୨୨ରେ ଆନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ପୁରୁଷ ଆଦର୍ଶକୁ ଆଲୋକିତ କରିବା ଏବଂ ପୁରୁଷତ୍ୱର ସକରାତ୍ମକ ଅଭିବ୍ୟକ୍ତିକୁ ପ୍ରୋତ୍ସାହିତ କରିବା। ଅନ୍ତର୍ଜାତୀୟ ପୁରୁଷ ଦିବସ ବାଳକ ଓ ପୁରୁଷ, ସଂଘ, ସମାଜ, ସମ୍ପ୍ରଦାୟ, ଜାତି, ପରିବାର, ବିବାହ ଏବଂ ଶିଶୁ ଯତ୍ନ କ୍ଷେତ୍ରରେ ଅବଦାନ ଥିବା ବ୍ୟକ୍ତିଙ୍କୁ ଖୋଜି ସମ୍ମାନ ଦେବାରେ ସାହାଯ୍ୟ କରେ।

Advertisment

ଏହା ମଧ୍ୟ ପୁରୁଷମାନଙ୍କ ସମସ୍ୟା ବିଷୟରେ ମୌଳିକ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖେ। ୨୦୦୭ ମସିହା ନଭେମ୍ବର ୧୯ରେ ଭାରତରେ ପ୍ରଥମେ ଅନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଇଥିଲା। ପୁରୁଷମାନଙ୍କ ପ୍ରତି ସଚେତନତା ବୃଦ୍ଧି ଲକ୍ଷ୍ୟରେ ଏହିଦିନ ପ୍ରତିବର୍ଷ ନଭେମ୍ବର ୧୯ରେ ପାଳନ କରାଯାଏ। ତେବେ ଆନ୍ତର୍ଜାତୀୟ ପୁରୁଷ ଦିବସ ୨୦୨୨ର ଥିମ୍, ପୁରୁଷ ଦିବସ ପାଳନ କରିବାର ଇତିହାସ, ଏହା ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ନଜର ପକେଇବା।

ଥିମ୍:

ଆନ୍ତର୍ଜାତୀୟ ପୁରୁଷ ଦିବସ ୨୦୨୨ର ବିଷୟବସ୍ତୁ ହେଉଛି "ପୁରୁଷ ଏବଂ ବାଳକମାନଙ୍କୁ ସାହାଯ୍ୟ କରିବା"।

Advertisment

ଇତିହାସ:

ମିସୌରୀ ସେଣ୍ଟର ଫର ମେନ୍‌ ଷ୍ଟଡିଜ୍‌ର ନିର୍ଦ୍ଦେଶକ ଥିଲେ ଥୋମାସ୍ ଓଷ୍ଟର ଏବଂ ୧୯୯୦ ଦଶକ ପୂର୍ବରୁ ସେ ଆମେରିକା, ଅଷ୍ଟ୍ରେଲିଆ ଏବଂ ମାଲ୍ଟାର ସଂଗଠନଗୁଡ଼ିକୁ ଆନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରିବା ଉଦ୍ଦେଶ୍ୟରେ ଫେବୃଆରୀ ମାସରେ ଛୋଟ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଆମନ୍ତ୍ରଣ କରିଥିଲେ। ଓଷ୍ଟର ଦୁଇ ବର୍ଷ ଧରି ଏହି ଇଭେଣ୍ଟଗୁଡିକ ଆୟୋଜନ କରିଥିଲେ, କିନ୍ତୁ ୧୯୯୫ରେ ଏହି କାର୍ଯ୍ୟକ୍ରମରେ ବହୁତ କମ୍ ସଂସ୍ଥା ଅଂଶଗ୍ରହଣ କରିଥିଲେ, ଫଳସ୍ୱରୂପ ଇଭେଣ୍ଟ ବନ୍ଦ ହୋଇଗଲା।

୧୯୯୯ରେ ଜେରୋମ ଟିଲକ୍‌ସିଙ୍ଗ୍‌ ସେହିଦିନକୁ ପୁନର୍ଜୀବିତ କଲେ। ସେ ନଭେମ୍ବର ୧୯ରେ ଆନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଦିବସ ପୁରୁଷଙ୍କ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟ ଓ ସକରାତ୍କକ ପୌରୁଷତ୍ୱକୁ ଉଜାଗର କରିବାର ଲକ୍ଷ ରଖେ।
ଭାରତରେ ଆନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରିବା ପାଇଁ ବହୁ ବର୍ଷ ଲାଗିଯାଇଥିଲା। ୨୦୦୭ ମସିହାରେ ହାଇଦ୍ରାବାଦ ଲେଖିକା ଉମା ଚଲ୍ଲ ଏହାକୁ ଆରମ୍ଭ କରିଥିଲେ। ଏହା ଶୁଣିବା ଆଶ୍ଚର୍ଯ୍ୟଜନକ ହୋଇପାରେ ଯେ ଜଣେ ମହିଳା ଭାରତରେ ଅନ୍ତର୍ଜାତୀୟ ପୁରୁଷ ଦିବସ ଆରମ୍ଭ କରିଥିଲେ। ଏହା କିନ୍ତୁ ସତ।

Advertisment

ମହତ୍ତ୍ୱ:

ଆନ୍ତର୍ଜାତୀୟ ପୁରୁଷ ଦିବସ ଏହା ମନେପକେଇଦିଏ ଯେ ସମସ୍ତ ପୁରୁଷ ଅଲଗା କିନ୍ତୁ ସେମାନଙ୍କୁ ପ୍ରଶଂସା କରାଯିବା ଉଚିତ ଏବଂ ସେମାନଙ୍କର ଅବଦାନ ପାଇଁ ଗୋଟିଏ ଦିନ ପାଳନ କରାଯିବା ଉଚିତ। ପୁରୁଷମାନଙ୍କ ପାଇଁ ଏହା ଏକ ଦିନ, ଯାହା ଦ୍ୱାରା ସମାଜ ଦ୍ୱାରା ଦିଆଯାଉଥିବା ଚାପକୁ କମ କରିବା।

ସମାଜ ଆଶା କରେ ଯେ ସେମାନେ ଉତ୍ସାହ ପ୍ରଦାନକାରୀ ହୁଅନ୍ତୁ, ଶକ୍ତିଶାଳୀ ହୁଅନ୍ତୁ। ଆଜିର ଦିନ ହେଉଛି ପୁରୁଷତ୍ୱକୁ ସକରାତ୍ମକ ଭାବରେ ବ୍ୟାଖ୍ୟା କରିବା। ଆନ୍ତର୍ଜାତୀୟ ପୁରୁଷ ଦିବସ ମଧ୍ୟ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରେ। ତେବେ ଆଜିର ଦିନରେ ସମାଜ ପ୍ରତି ପୁରୁଷମାନଙ୍କ ଅବଦାନକୁ ସମସ୍ତେ ସ୍ମରଣ କରିବା ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ