Indian Postal Day 2023: ଭାରତ ହେଉଛି ଦୁନିଆର ସବୁଠୁ ବଡ ଡାକ ନେଟ୍‌ୱାର୍କ; ଜାଣନ୍ତୁ କେତେ ଅଛି ଡାକଘର

ପ୍ରତିବର୍ଷ ୧୦ ଅକ୍ଟୋବରରେ ‘ଭାରତୀୟ ଡାକ ଦିବସ’ ପାଳନ କରାଯାଏ। ଏହି ଦିନ ଭାରତୀୟ ଡାକ ସେବାକୁ ସ୍ମରଣ କରାଯାଏ। ଆମ ଜୀବନରେ ଡାକ ସେବାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସମ୍ମାନ ଜଣାଇବା ପାଇଁ ଏହାକୁ ପାଳନ କରାଯାଏ।

ଭାରତ ହେଉଛି ଦୁନିଆର ସବୁଠୁ ବଡ ଡାକ ନେଟ୍‌ୱାର୍କ

ଭାରତରେ ପ୍ରତିବର୍ଷ ୧୦ ଅକ୍ଟୋବରରେ ‘ଭାରତୀୟ ଡାକ ଦିବସ’ ପାଳନ କରାଯାଏ। ଏହା ‘ବିଶ୍ୱ ଡାକ ଦିବସ’ର ପରଦିନ ପାଳନ କରାଯାଏ। ଏହି ଦିନ ଭାରତୀୟ ଡାକ ସେବାକୁ ସ୍ମରଣ କରାଯାଏ, ଯାହା ବିଶ୍ୱରେ ବ୍ୟାପକ ଭାବରେ ପରିଚାଳିତ ସରକାରୀ ଡାକ ସେବା। ଆମ ଜୀବନରେ ଡାକ ସେବାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସମ୍ମାନ ଜଣାଇବା ପାଇଁ ‘ଭାରତୀୟ ଡାକ ଦିବସ’ ପାଳନ କରାଯାଏ।

ଭାରତୀୟ ଡାକ ପ୍ରଥମେ ଲର୍ଡ ଡେଲହାଉସଙ୍କ ଦ୍ୱାରା ୧୮୫୪ ମସିହାରେ ପ୍ରତିଷ୍ଠିତ ହୋଇଥିଲା ଏବଂ ଏହା ଭାରତରେ ଉନ୍ନତ ଯୋଗାଯୋଗ ଦିଗରେ ପ୍ରଥମ ବୈପ୍ଳବିକ ପଦକ୍ଷେପ ଥିଲା। ‘ଭାରତୀୟ ଡାକ ଦିବସ’ ହେଉଛି ଭାରତରେ ଡାକ ସେବା ଦ୍ୱାରା ଭୂମିକା ବିଷୟରେ ସଚେତନତା ସୃଷ୍ଟି କରିବାର ଦିନ।

ଭାରତୀୟ ଡାକ ଦିବସର ମହତ୍ତ୍ୱ:

ଭାରତରେ ପିନ୍ କୋଡ୍ ସିଷ୍ଟମ୍:

ଡାକ ସେବାରେ ପ୍ରାଥମିକ ଉପାଦାନ ହେଉଛି PIN ଯାହା ପୋଷ୍ଟାଲ୍ ଇଣ୍ଡେକ୍ସ ନମ୍ବର। ତେବେ ଆସନ୍ତୁ ଭାରତୀୟ ଡାକ ସେବାର PIN ସିଷ୍ଟମ୍ ବିଷୟରେ କିଛି ରୋଚକ ତଥ୍ୟ ଜାଣିନେବା।

କେନ୍ଦ୍ରୀୟ ଯୋଗାଯୋଗ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଶ୍ରୀରାମ ଭିକାଜୀ ଭେଲଙ୍କର ୧୫ ଅଗଷ୍ଟ ୧୯୭୨ରେ ୬ ଅଙ୍କ ବିଶିଷ୍ଟ ପିନ୍ ସିଷ୍ଟମ ପ୍ରବର୍ତ୍ତନ କରିଥିଲେ।

ଦୁନିଆର ସବୁଠୁ ବଡ ଡାକ ନେଟ୍‌ୱାର୍କ:

ଯଦିଓ ଡାକ ବିଭାଗ ଦେଶର ପୁରାତନ ବିଭାଗ ମଧ୍ୟରୁ ଅନ୍ୟତମ, ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଡିଜିଟାଲ ଯୁଗରେ ମଧ୍ୟ ଏହାର ଅସ୍ତିତ୍ୱ ଏବଂ ଗୁରୁତ୍ୱ କେବଳ ଅକ୍ଷୁଣ୍ଣ ରହିନାହିଁ ବରଂ ଏହା ବହୁତ ବିସ୍ତାର ମଧ୍ୟ କରୁଛି। ଆଜି ସାରା ଦେଶରେ ୧,୫୫,୫୩୧ ଡାକଘର ଅଛି।

୧,୫୫,୫୩୧ ଡାକଘର ସହିତ ଭାରତ ବିଶ୍ୱର ସବୁଠୁ ବଡ ଡାକ ନେଟ୍‌ୱାର୍କ ହୋଇପାରିଛି। ଏଥୁରୁ ୧୩୯,୦୬୭ଟି ଡାକଘର ଗ୍ରାମାଞ୍ଚଳରେ ଅଛି। ସ୍ୱାଧୀନତା ସମୟରେ, ୨୩,୩୪୪ ଡାକଘର ଥିଲା, ତାହା ପୁଣି ମୁଖ୍ୟତଃ ସହରାଞ୍ଚଳରେ। ଭାରତୀୟ ଡାକ ବିଭାଗ ସ୍ୱାଧୀନତା ପରଠାରୁ ଏହାର ନେଟ୍‌ୱାର୍କକୁ ସାତଥର ବିସ୍ତାର କରିଛି।

ଏହି ସମ୍ପ୍ରସାରଣ ମୁଖ୍ୟତଃ ଗ୍ରାମାଞ୍ଚଳକୁ ଦୃଷ୍ଟିରେ ରଖି କରାଯାଇଛି। ହାରାହାରି, ଗୋଟିଏ ଡାକଘର ୨୧.୫୬ ବର୍ଗ କିଲୋମିଟର ଏବଂ ୭,୭୫୩ ଜନସଂଖ୍ୟା ବିଶିଷ୍ଟ ଏକ କ୍ଷେତ୍ରକୁ ସେବା ଯୋଗାଇଥାଏ।