Advertisment

ଏବେ ବି ବଞ୍ଚି ରହିଛି ରାମଲୀଳା, ମଞ୍ଚରେ ନାଚୁଛନ୍ତି ଯୁବପିଢ଼ି

ବିଶେଷ କରି ଆଜିର ଯୁବପିଢ଼ି ଆଧୁନିକତା ଆଡ଼କୁ ଅଗ୍ରସର ହୋଇ ସିନେମା ପଛରେ ଧାଉଁଥିଲା ବେଳେ ଲୋକାପଡା ଗାଁର ଯୁବପିଢ଼ି ନିଜର ପରମ୍ପରା, କଳା, ସଂସ୍କୃତିକୁ ଭୁଲି ନଯାଇ ଆତ୍ମୀୟତାର ସହିତ ରାମଲୀଳା ଜାରି ରଖିଛନ୍ତି

ଅଦ୍ୟତନ ହୋଇଛି
ramleela

raamlela

Advertisment

ଓଡ଼ିଶାର ପାରମ୍ପରିକ ଲୋକକଳା ଧୀରେ ଧୀରେ ଜନମାନସରୁ ଲୋପ ପାଇବାକୁ ବସିଛି । ଆଉ ଏତିକି ବେଳେ ଲୋକକଳାକୁ ଉଦଜୀବିତ କରିବା ଉଦ୍ଦେଶ୍ୟରେ ପ୍ରୟାସ ଜାରି ରଖିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଆଳି ଲୋକାପଡା ଗାଁର ମା ଖରାଖାଇ ରାମ ଚରିତ କଳା ସଂସଦର ସଦସ୍ୟ। ଗାଁର ୨୪ ଜଣ କଳାକାର ମଞ୍ଚରେ ରାମଲୀଳା ପରିବେଷଣ କରି ଲୋକକଳାକୁ ବଞ୍ଚାଇ ରଖିଛନ୍ତି ।

Advertisment

ମଞ୍ଚରେ ଚାଲିଛି ରାମଲୀଳା। ରାମ, ସୀତା, ଲକ୍ଷ୍ମଣ, ରାବଣ ଚରିତ୍ରରେ ଅଭିନୟ କରୁଛନ୍ତି କଳାକାର। ପ୍ରତିଟି ଚରିତ୍ରକୁ ନିଖୁଣ ଭାବେ କରିବାକୁ ମନ ପ୍ରାଣ ଲଗାଇ ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ଲୋକାପଡା ମା ଖରାଖାଇ ରାମ ଚରିତ କଳା ସଂସଦର ସଦସ୍ୟ । ପବିତ୍ର ଶ୍ରୀରାମ ନବମୀ ଠାରୁ ମଂଚସ୍ଥ ହେଉଥିବା ରାମଲୀଳା ଦେଖିବା ପାଇଁ ଆଖପାଖ ୧୦ଟି ପଂଚାୟତର ଶ୍ରଦ୍ଧାଳୁ ଭିଡ଼ ଜମାଇଛନ୍ତି ।

ବିଶେଷ କରି ଆଜିର ଯୁବପିଢ଼ି ଆଧୁନିକତା ଆଡ଼କୁ ଅଗ୍ରସର ହୋଇ ସିନେମା ପଛରେ ଧାଉଁଥିଲା ବେଳେ ଲୋକାପଡା ଗାଁର ଯୁବପିଢ଼ି ନିଜର ପରମ୍ପରା, କଳା, ସଂସ୍କୃତିକୁ ଭୁଲି ନଯାଇ ଆତ୍ମୀୟତାର ସହିତ ରାମଲୀଳା ଜାରି ରଖିଛନ୍ତି । ୧୯୯୨ ମସିହାରୁ ଗାଁ ଯୁବକମାନେ ଓଡ଼ିଆ ଗୀତ, ରାମାୟଣକୁ ଗଦ୍ୟରେ ନାଟ୍ୟ ରୂପାନ୍ତର କରି ଶହ ଶହ ଲୋକମାନଙ୍କ ସମ୍ମୁଖରେ କଳା ନୈପୁଣ୍ୟ ପ୍ରଦର୍ଶନ କରି ଚାଲିଛନ୍ତି।

Advertisment

ଓଡ଼ିଶାର ସଂସ୍କୃତି, ଐତିହ୍ୟ ସର୍ବ ପୁରାତନ ଓ ଜନାଦୃତ ହୋଇଥିବା ବେଳେ ପାରମ୍ପରିକ ଲୋକନାଟ୍ୟ ରାମଲୀଳା ଅଦ୍ୟାବଧି ଜନମାନସରେ ଉଦଜୀବିତ ହୋଇ ରହିଛି।

କେନ୍ଦ୍ରାପଡା ଜିଲ୍ଲା ଆଳିରୁ ବନମାଳୀ ସାହୁଙ୍କ ରିପୋର୍ଟ, ଓଟିଭି।

Kendrapada Ramlila
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ