Advertisment

ସହାନୁଭୂତି ନୁହେଁ, ସମାନୁଭୂତିରେ ମାନବ ଅଧିକାରକୁ ବିଚାର କରିବା ଦରକାର: ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ

ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀ ନୂଆଦିଲ୍ଲୀଠାରେ ଜାତୀୟ ମାନବାଧିକାର କମିଶନ ବୈଠକରେ ଯୋଗଦେଇ ମାନବାଧିକାର ପ୍ରସଙ୍ଗରେ ଉଦ୍‍ବୋଧନ ଦେଇଛନ୍ତି । ସେ କହିଛନ୍ତି ଯେ ସର୍ବାଧିକ କାଳ ପାଇଁ ସର୍ବାଧିକ ଲୋକଙ୍କର ସର୍ବାଧିକ ଖୁସିକୁ ଗଣତନ୍ତ୍ରର ପ୍ରକୃତ ସାର୍ଥକତା ବୋଲି କୁହାଯାଇପାରିବ।

not sympathy, Empathy should consider human rights: Guruji Chandrabhanu Shatpathi

not sympathy, Empathy should consider human rights: Guruji Chandrabhanu Shatpathi

Advertisment

ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀ ନୂଆଦିଲ୍ଲୀଠାରେ ଜାତୀୟ ମାନବାଧିକାର କମିଶନ ବୈଠକରେ ଯୋଗଦେଇ ମାନବାଧିକାର ପ୍ରସଙ୍ଗରେ ଉଦ୍‍ବୋଧନ ଦେଇଛନ୍ତି । ସେ କହିଛନ୍ତି ଯେ ସର୍ବାଧିକ କାଳ ପାଇଁ ସର୍ବାଧିକ ଲୋକଙ୍କର ସର୍ବାଧିକ ଖୁସିକୁ ଗଣତନ୍ତ୍ରର ପ୍ରକୃତ ସାର୍ଥକତା ବୋଲି କୁହାଯାଇପାରିବ।

Advertisment

ବିଭିନ୍ନ ଉପମା ଓ ପ୍ରଶ୍ନୋତ୍ତର ଛଳରେ ମାନବାଧିକାରର ବିସ୍ତୃତ ବ୍ୟାଖ୍ୟା କରି ସେ କହିଛନ୍ତି, ମାନବାଧିକାରକୁ ବ୍ୟକ୍ତି ଦୃଷ୍ଟିକୋଣରେ ନୁହେଁ, ବିଶ୍ୱରେ ଯାହା କିଛି ଅଛି ତାହାର ଆଧାରରେ ବିଚାର କରିବାକୁ ହେବ। ସହାନୁଭୂତି ନୁହେଁ, ସମାନୁଭୂତି ଜରିଆରେ ମାନବ ଅଧିକାରକୁ ବିଚାର କରିବାର ଆବଶ୍ୟକତା ରହିଛି ବୋଲି ଗୁରୁଜୀ କହିଥିଲେ।

ସେ କହିଲେ ଯେ ମାନବାଧିକାର ମାନବ ସଭ୍ୟତାର ପ୍ରାରମ୍ଭରୁ ରହିଆସିଛି। ମାନବାଧିକାର ଉଲ୍ଲଂଘନର ମୂଳ କାରଣକୁ ନଯାଇ ଥରେ ଖାଦ୍ୟ, ପାନୀୟ ଜଳ, ଜୀବିକା ଇତ୍ୟାଦିର ବ୍ୟବସ୍ଥା କରିଦେଲେ ସମସ୍ୟାର ସ୍ଥାୟୀ ସମାଧାନ ହେବ ନାହିଁ । ଶିକ୍ଷା, ଜୀବିକା ଓ ସୁଯୋଗ ଇତ୍ୟାଦି ମାଧ୍ୟମରେ ବ୍ୟବସ୍ଥାରେ ସାମଗ୍ରିକ ଓ ସ୍ଥାୟୀ ପରିବର୍ତ୍ତନ ଅଣାଯାଇପାରିବ ବୋଲି ସେ କହିଥିଲେ ।

Advertisment

ଆଜିର ଯୁଗରେ ଇଣ୍ଟରନେଟ୍‌ର ଉଦାହରଣ ଦେଇ ସେ କହିଲେ ଯେ ଏହା ମାନବ ସମାଜର ଉପଯୋଗିତାରେ ଆସିଛି ସତ କିନ୍ତୁ ମାନବାଧିକାର ଉଲ୍ଲଂଘନରେ ଅସ୍ତ୍ର ରୂପେ ଏହା ଯେପରି ବ୍ୟବହୃତ ନ ହୁଏ ସେଥି ପ୍ରତି ଧ୍ୟାନ ଦେବାକୁ ପଡ଼ିବ ।

ଜାତୀୟ ମାନବାଧିକାର କମିଶନର ଅଧ୍ୟକ୍ଷ ଜଷ୍ଟିସ ଅରୁଣ ମିଶ୍ର, ସଦସ୍ୟ ଡଃ ଜ୍ଞାନେଶ୍ୱର, ଏମ, ମୁଲେ, ରାଜୀବ ଜୈନ ଓ ସେକ୍ରେଟାରୀ ଜେନେରାଲ ଭାରତ ଲାଲଙ୍କ ସମେତ ବହୁ ପଦସ୍ଥ ଅଧିକାରୀ ଏଥିରେ ଉପସ୍ଥିତ ରହିଥିଲେ ।

Advertisment

ପ୍ରାରମ୍ଭରେ ଜାତୀୟ ମାନବାଧିକାର କମିଶନର ଅଧ୍ୟକ୍ଷ ଜଷ୍ଟିସ ଅରୁଣ ମିଶ୍ର ଗୁରୁଜୀଙ୍କ ଗଭୀର ଆଧ୍ୟାତ୍ମିକ ଚେତନା ଏବଂ ତାଙ୍କ ଦ୍ୱାରା ରଚିତ ସୃଷ୍ଟି ତତ୍ତ୍ୱ ଏବଂ ଅନ୍ୟାନ୍ୟ ଆଧ୍ୟାତ୍ମିକ ପୁସ୍ତକ ଉପରେ ଆଲୋକପାତ କରି କହିଥିଲେ ତାଙ୍କର ଗଭୀର ଚିନ୍ତାଧାରା ଏବଂ ରଚନା ସବୁ ମାନବ ଅଧିକାର ସମ୍ପର୍କିତ ଏବଂ ଅସଂଖ୍ୟ ଲୋକଙ୍କୁ ଧର୍ମ ଓ ଜୀବନର ମୂଲ୍ୟବୋଧ ବୁଝାଇବାରେ ସହାୟକ ହୋଇଛି।

ଶେଷରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ