Advertisment

International Nelson Mandela Day 2023: ଭାରତ ରତ୍ନ ପାଇବାରେ ପ୍ରଥମ ବିଦେଶୀ ଥିଲେ ନେଲ୍‌ସନ୍‌ ମଣ୍ଡେଲା

ଦକ୍ଷିଣ ଆଫ୍ରିକାର ମହାତ୍ମା ଗାନ୍ଧୀ ଭାବରେ ଜଣାଶୁଣା ନେଲ୍‌ସନ୍‌ ମଣ୍ଡେଲା ଜେଲ୍‌ରେ ଥିବାବେଳେ ରଙ୍ଗଭେଦ ନୀତି ବିରୋଧରେ ଲଢିଥିଲେ। ସେ କେବଳ ଗୋରା ଓ କଳା ମଧ୍ୟରେ ଥିବା ବ୍ୟବଧାନକୁ ସମାପ୍ତ କରିନାହାଁନ୍ତି, ବରଂ ୧୦ ମେ ୧୯୯୪ରେ ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ହୋଇ ଇତିହାସ ସୃଷ୍ଟି କରିଦେଲେ।

ଅଦ୍ୟତନ ହୋଇଛି
International Nelson Mandela Day 2023

Nelson Mandela was First foreigner to receive Bharat Ratna

Advertisment

ପ୍ରତିବର୍ଷ ୧୮ ଜୁଲାଇରେ ‘ଅନ୍ତର୍ଜାତୀୟ ନେଲ୍‌ସନ୍‌ ମଣ୍ଡେଲା ଦିବସ’ ପାଳନ କରାଯାଏ। ଏହା ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ଓ ରଙ୍ଗଭେଦ ବିରୋଧୀ ବିପ୍ଳବୀ ନେଲସନ ମଣ୍ଡେଲାଙ୍କ ଜୀବନ ଏବଂ ଉତ୍ତରାଧିକାରର ଏକ ବିଶ୍ୱସ୍ତରୀୟ ଉତ୍ସବ।

Advertisment

ତାଙ୍କ ସଫଳତାକୁ ସମ୍ମାନ ଜଣାଇବା ପାଇଁ ୧୮ ଜୁଲାଇ ୨୦୧୦ରେ ମଣ୍ଡେଲାଙ୍କ ୯୨ ତମ ଜନ୍ମଦିନରେ ଏହି ଦିନଟି ପ୍ରଥମେ ପାଳନ କରାଯାଇଥିଲା। ମଣ୍ଡେଲା ଦିବସର ପ୍ରଥମ ଉତ୍ସବ ପାଳନ ପାଇଁ ପାଣ୍ଠି ସଂଗ୍ରହ କାର୍ଯ୍ୟକ୍ରମ, କଳା ପ୍ରଦର୍ଶନୀ ଏବଂ କନ୍‌ସର୍ଟ ଅନୁଷ୍ଠିତ ହୋଇଥିଲା। ତେବେ ଆଜିର ଦିଅରେ ଆସନ୍ତୁ ଏହି ମହାନ ବ୍ୟକ୍ତିଙ୍କ ବିଷୟରେ ଜାଣିନେବା।

ଅଧିକ ପଢ଼ନ୍ତୁ: International Nelson Mandela Day 2023: ଶାନ୍ତି ପାଇଁ ଜୀବନକୁ ସମର୍ପଣ କରିଦେଇଥିବା ବ୍ୟକ୍ତିଟିଏ ନେଲ୍‌ସନ୍‌ ମଣ୍ଡେଲା

Advertisment

ନେଲସନ ମଣ୍ଡେଲାଙ୍କୁ ୧୨ ଜୁନ୍ ୧୯୬୪ ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ସେ କିନ୍ତୁ ତାଙ୍କ ଜୀବନରେ ମାନବ ଇତିହାସକୁ ପରିବର୍ତ୍ତନ କରିଦେଲେ। ଦକ୍ଷିଣ ଆଫ୍ରିକାର ମହାତ୍ମା ଗାନ୍ଧୀ ଭାବରେ ଜଣାଶୁଣା ନେଲ୍‌ସନ୍‌ ମଣ୍ଡେଲା ଜେଲ୍‌ରେ ଥିବାବେଳେ ରଙ୍ଗଭେଦ ନୀତି ବିରୋଧରେ ଲଢିଥିଲେ। ସେ କେବଳ ଗୋରା ଓ କଳା ମଧ୍ୟରେ ଥିବା ବ୍ୟବଧାନକୁ ସମାପ୍ତ କରିନାହାଁନ୍ତି, ବରଂ ୧୦ ମେ ୧୯୯୪ରେ ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ହୋଇ ଇତିହାସ ସୃଷ୍ଟି କରିଦେଲେ।

ଜନ୍ମ:

ମଣ୍ଡେଲା ୧୮ ଜୁଲାଇ ୧୯୧୮ ରେ ଦକ୍ଷିଣ ଆଫ୍ରିକାର ଟ୍ରାନ୍ସକୀର ମେର୍ବେଜୋ ଗାଁରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନେ ସମସ୍ତେ ତାଙ୍କୁ ସ୍ନେହରେ ମଦିବା କହି ଡାକୁଥିଲେ। ଦୀର୍ଘ ବର୍ଷ ଧରି ଚାଲିଆସୁଥିବା ରଙ୍ଗଭେଦକୁ ମୂଳୋତ୍ପାଟନ କରିବା ପାଇଁ ସେ ଦକ୍ଷିଣ ଆଫ୍ରିକାର ମାଟିରେ ସଂଘର୍ଷ କରିଥିଲେ। ସେ ଏପରି ଜଣେ ବ୍ୟକ୍ତି ଥିଲେ ଯିଏ କେବେ ହାର ମାନି ନଥିଲେ।

Advertisment

୨୭ ବର୍ଷ ଜେଲ୍ ଓ କୋଇଲା ଖଣିରେ କାମ:

୧୯୪୩ ମସିହାରେ ମଣ୍ଡେଲା ପ୍ରଥମ ଆଫ୍ରିକୀୟ ଜାତୀୟ କଂଗ୍ରେସର କାର୍ଯ୍ୟକର୍ତ୍ତା ହୋଇଥିଲେ ଏବଂ ଏହା ସହିତ ଆଇନ ଅଧ୍ୟୟନ କରିଥିଲେ। ସେ ତାଙ୍କ ବନ୍ଧୁ ଅଲିଭର ଟୋମ୍ବାଗଙ୍କ ସହ ଜୋହାନ୍ସବର୍ଗରେ ଆଇନ ଅଭ୍ୟାସ କରିଥିଲେ। ଏହି ସମୟରେ ଉଭୟ ରଙ୍ଗଭେଦ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ୧୯୫୬ ମସିହାରେ ରଙ୍ଗଭେଦ ବିରୋଧୀ ସଂଗ୍ରାମ ସମୟରେ ମଣ୍ଡେଲାଙ୍କ ସମେତ ୧୫୫ କାର୍ଯ୍ୟକର୍ତ୍ତାଙ୍କୁ ବିରୁଦ୍ଧରେ ମାମଲା ଲଗା ଯାଇଥିଲା।

୫ ଅଗଷ୍ଟ ୧୯୬୨ରେ, ବିନା ଅନୁମତିରେ ଶ୍ରମିକମାନଙ୍କୁ ଧର୍ମଘଟ କରିବା ଏବଂ ଦେଶ ଛାଡିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ୧୯୬୪ ମସିହାରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ସେ ରୋବେନ ଦ୍ୱୀପରେ ୨୭ ବର୍ଷ କାରାଗାରରେ ରହିଥିଲେ, ଯେଉଁଥିରେ ତାଙ୍କୁ ଏକ କୋଇଲା ଖଣିରେ କାମ କରିବାକୁ ପଡୁଥିଲା। ଏହି ୨୭ ବର୍ଷ ମଧ୍ୟରେ ମଣ୍ଡେଲା ଏକ ବହି ଲେଖିଦେଇଥିଲେ ଯାହା ତାଙ୍କ ଜୀବନୀ ଉପରେ ଆଧାରିତ ଥିଲା। ତାଙ୍କର 'ଲଙ୍ଗ୍ ୱାକ୍ ଟୁ ଫ୍ରିଡମ୍' ଶୀର୍ଷକ ପୁସ୍ତକ ୧୯୯୪ ରେ ପ୍ରକାଶିତ ହୋଇଥିଲା।

ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି:

ମଣ୍ଡେଲା ଦୀର୍ଘ ୨୭ ବର୍ଷ କାରାଗାରରେ ରହିବା ପରେ ୧୧ ଫେବୃଆରୀ ୧୯୯୦ରେ ମୁକ୍ତ ହୋଇଥିଲେ। ଏହି ସମୟରେ ଦକ୍ଷିଣ ଆଫ୍ରିକାର ଶ୍ୱେତ ସରକାର ସହିତ ଏକ ଚୁକ୍ତି ପରେ ସେ ନୂଆ ଦକ୍ଷିଣ ଆଫ୍ରିକା ସୃଷ୍ଟି କରିଥିଲେ। ୧୯୯୪ରେ ଦକ୍ଷିଣ ଆଫ୍ରିକାରେ ରଙ୍ଗଭେଦ ମୁକ୍ତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୬୨ ପ୍ରତିଶତ ଭୋଟ୍ ସହିତ ଆଫ୍ରିକୀୟ ଜାତୀୟ କଂଗ୍ରେସ ବହୁମତ ହାସଲ କରି ସରକାର ଗଠନ କଲା। ୧୦ ମେ ୧୯୯୪ର ସେ ଏକ ଐତିହାସିକ ମୁହୂର୍ତ୍ତ ଥିଲା ଯେତେବେଳେ ମଣ୍ଡେଲା ତାଙ୍କ ଦେଶର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ।

ଭାରତ ରତ୍ନ ପାଇବାରେ ପ୍ରଥମ ବିଦେଶୀ:

ନେଲ୍‌ସନ୍‌ ମଣ୍ଡେଲା ତାଙ୍କ ଦେଶରେ ରଙ୍ଗଭେଦର ମୂଳୋତ୍ପାଟନ ପାଇଁ ୨୭ ବର୍ଷ କାରାଗାରରେ ରହିଥିଲେ। ତାଙ୍କ ବଳିଦାନ ଦ୍ୱାରା ଦେଶ ଏବଂ ବିଶ୍ୱ ମଧ୍ୟ ଆକର୍ଷିତ ହୋଇଥିଲେ। ୧୯୯୦ ମସିହାରେ ଭାରତ ସରକାର ମଣ୍ଡେଲାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ। ଭାରତ ରତ୍ନ ପାଇବାରେ ମଣ୍ଡେଲା ପ୍ରଥମ ବିଦେଶୀ ଥିଲେ। ତାଙ୍କୁ ୧୯୯୩ରେ ନୋବେଲ ଶାନ୍ତି ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। ମଣ୍ଡେଲା ୫ ଡିସେମ୍ବର ୨୦୧୩ ରେ ୯୫ ବର୍ଷ ବୟସରେ ପରଲୋକ ଗମନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ