Advertisment

National Broadcasting Day 2023: କେବଳ ଭାରତରେ ନୁହେଁ ବିଶ୍ୱରେ ରେଡିଓର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି

ରେଡିଓ ପ୍ରସାରଣର ସ୍ମୃତିକୁ ମନେପକେଇବା ନେଇ ପ୍ରତିବର୍ଷ 'ଜାତୀୟ ପ୍ରସାରଣ ଦିବସ' ଭାବରେ ପାଳନ କରାଯାଏ। ଏହା ସହ ଜଡିତ ଅନେକ ପ୍ରଶ୍ନ ମଧ୍ୟ ପଚରାଯାଇଥାଏ। ତେବେ ଆଜିର ଏହି ଦିନ ଥିବାରୁ ଆସନ୍ତୁ ଏହାର ଇତିହାସ, ମହତ୍ତ୍ୱ, ଚଳିତ ବର୍ଷତ ଥିମ ଉପରେ ନଜର ପକେଇ ନେବା।

ଅଦ୍ୟତନ ହୋଇଛି
National Broadcasting Day 2023: Date, Significance and History

National Broadcasting Day 2023: Date, Significance and History

Advertisment

ରେଡିଓରେ ସମାଚାର, କାର୍ଯ୍ୟକ୍ରମ ଏବଂ ଗୀତ ଶୁଣିବା ଅନେକଙ୍କୁ ଖୁବ ଭଲ ଲାଗେ। କେବଳ ଭାରତରେ ନୁହେଁ ବିଶ୍ୱରେ ରେଡିଓର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଏହାର ଉଦାହରଣ ଆଜି ବି ଗ୍ରାମାଞ୍ଚଳରେ ରେଡିଓ ଦେଖିବାକୁ ମିଳେ। ଭାରତରେ ରେଡିଓ ପ୍ରସାରଣ ୮୭ ବର୍ଷରୁ ଅଧିକ ସମୟ ହୋଇଛି। ଭାରତରେ ପ୍ରଥମ ପ୍ରସାରଣର ମାଧ୍ୟମ ହେଉଛି ଅଲ୍ ଇଣ୍ଡିଆ ରେଡିଓ(AIR)।

Advertisment

ରେଡିଓ ପ୍ରସାରଣର ସ୍ମୃତିକୁ ମନେପକେଇବା ନେଇ ପ୍ରତିବର୍ଷ 'ଜାତୀୟ ପ୍ରସାରଣ ଦିବସ' ଭାବରେ ପାଳନ କରାଯାଏ। ଏହା ସହ ଜଡିତ ଅନେକ ପ୍ରଶ୍ନ ମଧ୍ୟ ପଚରାଯାଇଥାଏ। ତେବେ ଆଜିର ଏହି ଦିନ ଥିବାରୁ ଆସନ୍ତୁ ଏହାର ଇତିହାସ, ମହତ୍ତ୍ୱ, ଚଳିତ ବର୍ଷତ ଥିମ ଉପରେ ନଜର ପକେଇ ନେବା।

ଜାତୀୟ ପ୍ରସାରଣ ଦିବସ କ’ଣ:

ସ୍ୱାଧୀନ ଭାରତ ଗଠନରେ ଭାରତୀୟ ରେଡିଓ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଭାରତରେ ପ୍ରତିବର୍ଷ ୨୩ ଜୁଲାଇରେ ରେଡିଓକୁ ସମ୍ମାନ ଜଣେଇ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଏ। ୨୩ ଜୁଲାଇ ୧୯୨୭ରେ ଭାରତୀୟ ବ୍ରୋଡକାଷ୍ଟିଂ କମ୍ପାନୀ ବମ୍ବେ ଷ୍ଟେସନ୍‌ରୁ ରେଡିଓ ପ୍ରସାରଣ ଆରମ୍ଭ କଲା। ସେବେଠାରୁ ସମ୍ବାଦ, ମ୍ୟାଚ୍ ପ୍ରସାରଣ ଏବଂ ମନୋରଞ୍ଜନ ଆକାରରେ ରେଡିଓ ପ୍ରସାରଣ ଭାରତୀୟ ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ଆସିଛି।

Advertisment

ରେଡିଓ କେବେ ଉଦ୍ଭାବନ ହେଲା:

୧୮୮୦ରେ ବୈଦ୍ୟୁତିକ ଚୁମ୍ବକୀୟ ତରଙ୍ଗ ଆବିଷ୍କୃତ ହୋଇଥିଲା। ୧୮୯୦ ମସିହାରେ ମାର୍କୋନିଙ୍କ ଦ୍ୱାରା ରେଡିଓ ଉଦ୍ଭାବନ କରାଯାଇଥିଲା, କିନ୍ତୁ ତାଙ୍କୁ ଏହାର ପେଟେଣ୍ଟ ରେକର୍ଡ ୧୮୯୬ରେ ମିଳିଥିଲା। ଏହା ପରେ ମାର୍କୋନି ରେଡିଓର ଉଦ୍ଭାବକ ଭାବରେ ବିବେଚିତ ହୋଇଥିଲେ।

ଚଳିତ ବର୍ଷ ଥିମ୍:

ଭାରତର ରାଜଧାନୀ ନୂଆଦିଲ୍ଲୀରେ ନବ ଭାରତର ନିର୍ମାଣ ଓ ଗଣମାଧ୍ୟମ ପ୍ରସାରଣ ଉପରେ ଏକ ସେମିନାର ଆୟୋଜନ କରାଯାଇ ପାଳନ କରାଯାଏ। ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଥିମ୍‌କୁ ନେଇ ଏହା ପାଳନ କରାଯାଏ। ଚଳିତ ବର୍ଷ ପାଇଁ ଏହାର ଥିମ୍‌ ହେଉଛି ‘ରେଡିଓ ଏବଂ ଶାନ୍ତି’।

Advertisment

ଇତିହାସ:

୧୯୨୭ ମସିହାରେ ଆଜିର ଦିନରେ ଦେଶର ପ୍ରଥମ ରେଡିଓ ପ୍ରସାରଣ ଘରୋଇ କମ୍ପାନୀ ଭାରତୀୟ ବ୍ରୋଡ୍‌କାଷ୍ଟିଂ କମ୍ପାନୀ ଅଧୀନରେ ବମ୍ବେ ଷ୍ଟେସନରୁ ପ୍ରସାରିତ ହୋଇଥିଲା।

୧୯୨୭ ମସିହାରେ ମୁମ୍ବାଇ ଏବଂ କୋଲକାତାରେ ୨ ଟ୍ରାନ୍ସମିଟର ସହିତ ପ୍ରସାରଣ ସେବା ଆରମ୍ଭ ହୋଇଥିଲା, କିନ୍ତୁ ୧୯୩୦ ମସିହାରେ ସରକାର ଏହି ଟ୍ରାନ୍ସମିଟରଗୁଡ଼ିକୁ ନିଜ ଅଧୀନକୁ ନେଇଥିଲେ ଏବଂ 'ଇଣ୍ଡିଆନ୍ ବ୍ରୋଡକାଷ୍ଟିଂ ସେବା' ନାମରେ କାର୍ଯ୍ୟ ଆରମ୍ଭ କରିଥିଲେ।

୮ ଜୁନ୍ ୧୯୩୬ରେ ଭାରତୀୟ ରାଜ୍ୟ ପ୍ରସାରଣ ସେବା ଅଲ୍‌ ଇଣ୍ଡିଆ ରେଡିଓ ହୋଇଥିଲା। ଅଲ୍‌ ଇଣ୍ଡିଆ ରେଡିଓ ପ୍ରକୃତରେ ଏହାର ଆଦର୍ଶ - 'ବହୁଜନ ହିତାୟ, ବହୁଜନ ସୁଖାୟ' ଉପରେ ଠିଆ ହୋଇ ଜନସାଧାରଣଙ୍କୁ ସୂଚନା ଦେବା, ଶିକ୍ଷା ଦେବା ଏବଂ ମନୋରଞ୍ଜନ କରିବା ପାଇଁ ସେବା କରୁଛି।

ପ୍ରଥମ କେବେ ପାଳନ କରାଗଲା:

୧୯୨୭ ମସିହାରେ, ଭାରତରେ ପ୍ରଥମ ଥର ପାଇଁ ଇଣ୍ଡିଆନ୍ ବ୍ରୋଡକାଷ୍ଟିଂ କମ୍ପାନୀ (ଆଇବିସି) ଅଧୀନରେ ବମ୍ବେ ଷ୍ଟେସନରୁ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା ଏବଂ ସେହି ଦିନଠାରୁ ପ୍ରତିବର୍ଷ ୨୩ ଜୁଲାଇରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଉଛି।

କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ:

  • ରେଡିଓର କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ପହଞ୍ଚିପାରିଛି।
  • ଅଲ୍‌ ଇଣ୍ଡିଆ ରେଡିଓ (AIR) ହେଉଛି ଭାରତର ଘରୋଇ ଜାତୀୟ ରେଡିଓ ପ୍ରସାରଣ ସେବା ଯାହା ସାରା ଦେଶରେ ଲକ୍ଷ ଲକ୍ଷଙ୍କ ଘରେ ପହଞ୍ଚିଥାଏ।
  • ରେଡିଓରେ ମ୍ୟାଚ୍ ପ୍ରସାରଣ, ଗୀତ ଏବଂ ସଙ୍ଗୀତ ଏବଂ ନ୍ୟୁଜ୍ ବୁଲେଟିନ୍ ପ୍ରସାରଣ ହେତୁ ଏହାର ଗୁରୁତ୍ୱ ବଢିଛି।
  • ୧୯୫୭ରେ ବିବିଧ ଭାରତୀ ଆରମ୍ଭ ହେବା ପରେ ଚଳଚ୍ଚିତ୍ର ଏବଂ ସଙ୍ଗୀତପ୍ରେମୀଙ୍କ ମଧ୍ୟରେ ରେଡିଓ ବହୁତ ଲୋକପ୍ରିୟ ହେଲା।
  • ୩ ନଭେମ୍ବର ୨୦୧୧ରେ, ୟୁନେସ୍କୋ ୧୩ ଫେବୃଆରୀକୁ ବିଶ୍ୱ ରେଡିଓ ଦିବସ ଭାବରେ ଘୋଷଣା କଲା। କାରଣ ଏହିଦିନ ୧୯୪୬ରେ ପ୍ରଥମ ଥର ମିଳିତ ଜାତିସଂଘରେ ରେଡିଓ ସ୍ଥାପନା କରାଯାଇଥିଲା।
  • ୟୁନେସ୍କୋ ଏହାର ରେଡିଓ ଷ୍ଟେସନ୍ ମାଧ୍ୟମରେ ମିଳିତ ଜାତିସଂଘର ସଦସ୍ୟ ଦେଶମାନଙ୍କ ସହିତ ବିଶ୍ୱ ସ୍ତରରେ ବିଶ୍ୱ ରେଡିଓ ଦିବସର କାର୍ଯ୍ୟକଳାପକୁ ସମନ୍ୱୟ କରେ।
Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ