Advertisment

International Nelson Mandela Day 2023: ଶାନ୍ତି ପାଇଁ ଜୀବନକୁ ସମର୍ପଣ କରିଦେଇଥିବା ବ୍ୟକ୍ତିଟିଏ ନେଲ୍‌ସନ୍‌ ମଣ୍ଡେଲା

ଆଜିକାଲି ଶାନ୍ତି ପାଇଁ ଚେଷ୍ଟା କରୁଥିବା ଲୋକଙ୍କ ତାଲିକା ବହୁତ କମ୍। ଏଥିରେ ଏକ ସ୍ୱତନ୍ତ୍ର ନାଁ ହେଉଛି ଦକ୍ଷିଣ ଆଫ୍ରିକାର ନେଲ୍‌ସନ୍‌ ମଣ୍ଡେଲା। ତାଙ୍କର ଅତୁଳନୀୟ ସଂଗ୍ରାମ ପାଇଁ ତାଙ୍କ ଜନ୍ମଦିନକୁ ‘ନେଲ୍‌ସନ୍‌ ମଣ୍ଡେଲା ଅନ୍ତର୍ଜାତୀୟ ଦିବସ’ ଭାବରେ ପାଳନ କରାଯାଏ।

ଅଦ୍ୟତନ ହୋଇଛି
International Nelson Mandela Day 2023

History purpose and significance of international nelson Mandela day

Advertisment

ଏ ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ସମସ୍ତଙ୍କ ପାଇଁ ଏକ ଉଦାହରଣ ହୋଇ ରହିଯାଆନ୍ତି। ଶାନ୍ତି ପାଇଁ ଚେଷ୍ଟା କରୁଥିବା ଏହିପରି ଲୋକଙ୍କ ତାଲିକା ବହୁତ କମ। ଏଥିରେ ଏକ ସ୍ୱତନ୍ତ୍ର ନାଁ ହେଉଛି ଦକ୍ଷିଣ ଆଫ୍ରିକାର ନେଲ୍‌ସନ୍‌ ମଣ୍ଡେଲା।

Advertisment

ମଣ୍ଡେଲା ତାଙ୍କ ସାରାଜୀବନ ଶାନ୍ତି ପାଇଁ ଓ ରଙ୍ଗଭେଦ ବିରୁଦ୍ଧରେ କାମ କରିଛନ୍ତି। ୧୮ ଜୁଲାଇ ୧୯୧୮ରେ ମଣ୍ଡେଲା ଜନ୍ମ ଗ୍ରହଣ କରିଥିଲେ। ସେ ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ଥିଲେ। ତାଙ୍କର ଅତୁଳନୀୟ ସଂଗ୍ରାମ ପାଇଁ ତାଙ୍କ ଜନ୍ମଦିନକୁ ‘ନେଲ୍‌ସନ୍‌ ମଣ୍ଡେଲା ଅନ୍ତର୍ଜାତୀୟ ଦିବସ’ ଭାବରେ ପାଳନ କରାଯାଏ।

ଉଦ୍ଦେଶ୍ୟ:

ନେଲ୍‌ସନ୍‌ ମଣ୍ଡେଲା ଦିବସର ଲକ୍ଷ୍ୟ ରହିଛି ଯେ, ସମଗ୍ର ବିଶ୍ୱରେ ଲୋକଙ୍କ ମଧ୍ୟରେ ସକରାତ୍ମକ ପରିବର୍ତ୍ତନ ସୃଷ୍ଟି କରିବାକୁ ପ୍ରେରଣା ଯୋଗାଇବା। ସମାନତା, ସ୍ୱାଧୀନତା ଏବଂ ମାନବିକ ଅଧିକାରର ମହତ୍ତ୍ୱ ସହିତ ମଣ୍ଡେଲା ଯେଉଁ ମୂଲ୍ୟବୋଧ ପାଇଁ ଛିଡା ହୋଇଥିଲେ, ତାହା ସ୍ମରଣ କରେଇବା।

Advertisment

ଅଧିକ ପଢ଼ନ୍ତୁ: International Nelson Mandela Day 2023: ଭାରତ ରତ୍ନ ପାଇବାରେ ପ୍ରଥମ ବିଦେଶୀ ଥିଲେ ନେଲ୍‌ସନ୍‌ ମଣ୍ଡେଲା

ଇତିହାସ:

ଶାନ୍ତି, ସାମାଜିକ ନ୍ୟାୟ ଏବଂ ସମନ୍ୱୟ ରକ୍ଷା ପାଇଁ ମଣ୍ଡେଲାଙ୍କ ଉତ୍ସର୍ଗକୁ ସ୍ୱୀକୃତି ଦେଇ ନଭେମ୍ବର ୨୦୦୯ରେ ମିଳିତ ଜାତିସଂଘ ସାଧାରଣ ସଭା ଦ୍ୱାରା ଆନୁଷ୍ଠାନିକ ଭାବେ ଏହି ଦିନକୁ ଘୋଷଣା କରାଯାଇଥିଲା। ଆନ୍ତର୍ଜାତୀୟ ନେଲ୍‌ସନ୍‌ ମଣ୍ଡେଲା ଦିବସ ପ୍ରଥମେ ୧୮ ଜୁଲାଇ ୨୦୧୦ ରେ, ମଣ୍ଡେଲାଙ୍କ ୯୨ ତମ ଜନ୍ମଦିନରେ ପାଳନ କରାଯାଇଥିଲା। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ପ୍ରତିବର୍ଷ ୧୮ ଜୁଲାଇରେ ପାଳନ କରାଯାଏ।

Advertisment

ମହତ୍ତ୍ୱ:

ଏହି ଦିନ ଲୋକମାନେ ବିଭିନ୍ନ ସ୍ୱେଚ୍ଛାସେବୀ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ ହୁଅନ୍ତି, ଯେପରିକି ସ୍ଥାନୀୟ ସମ୍ପ୍ରଦାୟର ପ୍ରକଳ୍ପଗୁଡିକୁ ସମର୍ଥନ କରିବା କିମ୍ବା ସାମାଜିକ କଲ୍ୟାଣ, ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବାକୁ ପ୍ରୋତ୍ସାହିତ କରୁଥିବା ପଦକ୍ଷେପଗୁଡ଼ିକରେ ଜଡିତ ହୁଅନ୍ତି। ଏହି ଦିବସର ଉଦ୍ଦେଶ୍ୟ ହେଉଛି ଶାନ୍ତି, ସମାନତା ଏବଂ ନ୍ୟାୟ ପ୍ରତି ନେଲ୍‌ସନ୍‌ ମଣ୍ଡେଲାଙ୍କ ଆଜୀବନ ଉତ୍ସର୍ଗକୁ ସମ୍ମାନିତ କରି ଭବିଷ୍ୟତ ପିଢିକୁ ତାଙ୍କ ପଦାଙ୍କ ଅନୁସରଣ କରିବାକୁ ପ୍ରେରଣା ଯୋଗାଇବା।

ଥିମ୍:

ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଥିମ୍‌କୁ ନେଇ ‘ଅନ୍ତର୍ଜାତୀୟ ନେଲ୍‌ସନ୍‌ ମଣ୍ଡେଲା ଦିବସ’ ପାଳନ କରାଯାଏ। ଚଳିତ ବର୍ଷ ପାଇଁ ଏହାର ଥିମ ହେଉଛି "ଏହା ଆପଣଙ୍କ ହାତରେ ଅଛି"।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ