Astrospeak
  • Live TV
  • Read In English

International Mother Language Day: ପ୍ରତି ୧୪ ଦିନରେ ବିଲୁପ୍ତ ହେଉଛି ଗୋଟିଏ ଭାଷା; କେମିତି ଲାଗିବ ରୋକ୍

ମାତୃଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ପଦକ୍ଷେପ କେବଳ ବହୁଭାଷୀ ଶିକ୍ଷାକୁ ଉତ୍ସାହିତ କରିବା ନୁହେଁ ବରଂ ବୁଝାମଣା ଏବଂ ସଂଳାପ ଉପରେ ଆଧାର କରି ଏକତା ପ୍ରଦର୍ଶନ କରିବାକୁ ବିଶ୍ୱକୁ ଉତ୍ସାହିତ କରିବା। ଆସନ୍ତୁ ଜାଣିବା ଭାଷାକୁ ଆଗକୁ ନେବାର ପ୍ରମୁଖ ଉପାୟ।

How new challenge emerged for mother tongu
ପ୍ରତି ୧୪ ଦିନରେ ବିଲୁପ୍ତ ହେଉଛି ଗୋଟିଏ ଭାଷା

ସାରା ବିଶ୍ୱ ୨୧ ଫେବୃଆରୀକୁ 'ଆନ୍ତର୍ଜାତୀୟ ମାତୃଭାଷା ଦିବସ' ଭାବରେ ପାଳନ କରେ। ମାତୃଭାଷା ହେଉଛି ଜାତୀୟ ପରିଚୟ ଏବଂ ଏକ ଦେଶର ସାଂସ୍କୃତିକ ଆତ୍ମସମ୍ମାନର ପ୍ରତୀକ। ୨୧ ଫେବୃଆରୀକୁ ‘ମାତୃଭାଷା ଦିବସ’ ଭାବରେ ପାଳନ କରିବାକୁ ସଂକଳ୍ପ ପ୍ରଥମେ ବାଂଲାଦେଶ ନେଇଥିଲା।

ଭାଷା ହେଉଛି ଏମିତି ଏକ ମାଧ୍ୟମ ଯାହା ମାଧ୍ୟମରେ ଆମେ ଆମର ବିଚାରକୁ ଅନ୍ୟମାନଙ୍କ ସାମ୍ନାରେ ରଖିପାରୁ ଏବଂ ଏହା ଆମର ଭୌତିକ ଏବଂ ଅଣ-ଭୌତିକ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରି ଏହାକୁ ଶକ୍ତିଶାଳୀ କରେ।

ମାତୃଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ପଦକ୍ଷେପ କେବଳ ଭାଷାର ବିବିଧ ବହୁଭାଷୀ ଶିକ୍ଷାକୁ ଉତ୍ସାହିତ କରିବା ନୁହେଁ ବରଂ ବୁଝାମଣା ଏବଂ ସଂଳାପ ଉପରେ ଆଧାର କରି ଏକତା ପ୍ରଦର୍ଶନ କରିବାକୁ ବିଶ୍ୱକୁ ଉତ୍ସାହିତ କରିବା।

ଅଧିକ ପଢ଼ନ୍ତୁ: ହଜାର ହଜାର ଲୋକଙ୍କୁ ଇଂରାଜୀ ଶିକ୍ଷା ଦେବା ହେଉଛି ସେମାନଙ୍କୁ ଦାସ କରିବା; ମହାତ୍ମା ଗାନ୍ଧି

ବିଲୁପ୍ତ ହେବାକୁ ଯାଉଥିବା ଅନେକ ଭାଷା:

ପ୍ରତି୧୪ ଦିନରେ ଗୋଟିଏ ଭାଷା ସମଗ୍ର ବିଶ୍ୱରେ ଲୋପ ପାଉଛି ଏବଂ ଆମ ଦେଶ ଭାରତରେ ମଧ୍ୟ ସ୍ଥିତି ଭଲ ନୁହେଁ। ଭାରତରେ ସମୁଦାୟ ୧୯,୫୦୦କଥିତ ଭାଷା ଥିବାବେଳେ ସେଥିମଧ୍ୟରୁ ପ୍ରାୟ ୨,୯୦୦ ଭାଷା ବିଲୁପ୍ତ ହେବାକୁ ଯାଉଛି।

ସତ ହେଉଛି ଏହିସବୁ ଭାଷାକୁ କେବଳ ୧୦୦ କିମ୍ବା ତା’ ଠାରୁ କମ୍ ଲୋକ କୁହନ୍ତି। ୧୦ ହଜାରରୁ ଅଧିକ ଲୋକ କେବଳ ୧୨୧ଟି ଭାଷା କୁହନ୍ତି। ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ୧୨୧ଟି ଭାଷା ମଧ୍ୟରୁ ୯୯ଟି ଭାଷା କେବଳ ୩.୩ ପ୍ରତିଶତ ଲୋକ କହୁଥିବା ବେଳେ ଏବଂ ବାକି ୨୨ଟି ଭାଷା ଭାରତର ୯୬.୭ ପ୍ରତିଶତ ଲୋକ କୁହନ୍ତି। ଏହି ୨୨ଟି ଭାଷା ହିଁ ଭାରତର ସମ୍ବିଧାନର ଅଷ୍ଟମ ସୂଚୀରେ ସରକାରୀ ଭାଷାର ମାନ୍ୟତା ପାଇଛି।

ଏହି ଆକଳନରୁ ଜଣାଯାଏ ଯେ ଆମ ମାତୃଭାଷାକୁ ବିସ୍ତାର କରିବା ପାଇଁ ଆମକୁ ସମ୍ପୂର୍ଣ୍ଣ ପ୍ରୟାସ କରିବାକୁ ପଡିବ ଏବଂ ଯଦି ଆମେ ତାହା ନ କରିବା, ତେବେ ଆମ ଭାଷା ମଧ୍ୟ ସେହି ତାଲିକାରେ ସାମିଲ ହୋଇଯିବ ଯାହା ପ୍ରତି ୧୪ ଦିନରେ ବିଲୁପ୍ତ ହୋଇଯାଉଛି।

ମାତୃଭାଷା ହେଉଛି ସେହି ଭାଷା ଯାହା ଗୋଟିଏ ପିଲା ନିଜ ଜୀବନରେ ପ୍ରଥମ ଥର ପାଇଁ କହିଥାଏ। ପିଲାଟି ପ୍ରାୟତଃ ତା’ ପିଲାଦିନରେ ନିଜ ମା’ ସହିତ ରହିଥାଏ ଏବଂ ଏହା ସ୍ୱାଭାବିକ ଯେ ପିଲାଟି ମଧ୍ୟ ମା’ କହୁଥିବା ଭାଷା ଶିଖେ ଏବଂ କହିଥାଏ। ପ୍ରତ୍ୟେକ ମାତୃଭାଷାର ନିଜସ୍ୱ ବୈଶିଷ୍ଟ୍ୟ ଅଛି ଏବଂ ମୁଖ୍ୟତଃ ଏହା ୩ଟି ଜିନିଷକୁଏକତ୍ର କରିଥାଏ: ସାଂସ୍କୃତିକ ମୂଲ୍ୟବୋଧ, ପରମ୍ପରା ଏବଂ ଇତିହାସ।

ମାତୃଭାଷାକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା:

ଦୁନିଆର ଯେକୌଣସି ଦେଶ ହେଉ ପଛେ ପ୍ରାଥମିକ ଶିକ୍ଷା ବିଦେଶୀ ଭାଷାରେ ଦିଆଯାଇ ନଥାଏ। ବିଶ୍ୱ ପରିପ୍ରେକ୍ଷୀରେ, ପ୍ରାୟ ସମସ୍ତ ଉନ୍ନତ ତଥା ବିକଶିତ ଦେଶରେ ଶିକ୍ଷା, ଅନୁସନ୍ଧାନ କାର୍ଯ୍ୟ ଏବଂ ପ୍ରଶାସନ ପାଇଁ ବ୍ୟବହୃତ ଭାଷା ହେଉଛି ସ୍ଥାନୀୟ ଭାଷା। ଆମ ଦେଶରେ ମଧ୍ୟ ଏଭଳି ଅନୁଭବକୁ ଉତ୍ସାହିତ କରାଯିବା ଉଚିତ ଯାହା ଦ୍ୱାରା ସମସ୍ତ କାର୍ଯ୍ୟ ମାତୃଭାଷାରେ କରାଯାଇପାରିବ। ବିନୋବା ଭାବେ, ମହାତ୍ମା ଗାନ୍ଧୀ, ପି.ଟି ମଦନ ମୋହନ ମାଲବୀୟ, ଡକ୍ଟର ଏ.ପି.ଜେ. ଅବଦୁଲ କଲାମଙ୍କର ମଧ୍ୟ ଏହି ଚିନ୍ତାଧାରା ଥିଲା।

ଅଧିକ ପଢ଼ନ୍ତୁ: ଭାଷା କାହିଁକି ମରେ… ନିଜ ମାତୃଭାଷାକୁ ବଞ୍ଚେଇବା ପାଇଁ ଜାଣନ୍ତୁ ୬ଟି ନିୟମ