Advertisment

Chandana/ Buddha Purnima ଗୌତମ ବୁଦ୍ଧ କ’ଣ ଥିଲେ ଭଗବାନ ରାମଙ୍କର ବଂଶଜ; ଆସନ୍ତୁ ଜାଣିବା…

ପୁରାଣରେ ଶାକ୍ୟ ବଂଶାନୁକ୍ରମିକ ବିଷୟରେ ଉଲ୍ଲେଖ ରହିଛି। ଏଥିରୁ ଜଣାଯାଏ ଭଗବାନ ବୁଦ୍ଧ ଶ୍ରୀରାମଙ୍କର ବଂଶଜ। ପୁରାଣ ଅନୁସାରେ ଶ୍ରୀରାମଙ୍କ ଦୁଇ ପୁଅ ଲବ ଏବଂ କୁଶଙ୍କ ମଧ୍ୟରୁ କେବଳ କୁଶଙ୍କ ବଂଶ ବଢିଥିଲା। ଏହା ପରେ କୁଶଙ୍କ ବଂଶ ଆଗକୁ ବଢି ଶଲ୍ୟଙ୍କ ଜନ୍ମ ହେଲା। ଗୌତମ ବୁଦ୍ଧ ଏହି ଶଲ୍ୟ ବଂଶର ପ୍ରାୟ ୨୫ତମ ପିଢିରେ ଜନ୍ମଗ୍ରହଣ କରିଥିଲେ।

ଅଦ୍ୟତନ ହୋଇଛି
Descendants of Lord Rama Gautama Buddha

ଗୌତମ ବୁଦ୍ଧ କ’ଣ ଥିଲେ ଭଗବାନ ରାମଙ୍କର ବଂଶଜ; ଆସନ୍ତୁ ଜାଣିବା…

Advertisment

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପୂର୍ଣ୍ଣମୀ ହେଉଛି ଗୋଟିଏ ଓଡ଼ିଆ ମାସର ଶେଷ ଦିନ। ତେଣୁ ବୈଶାଖ ମାସର ଶେଷ ଦିନଟି ହେଉଛି ଚନ୍ଦନ ପୂର୍ଣ୍ଣିମା। ବିଶାଖା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବାରୁ ଏହାକୁ ବୈଶାଖ ପୂର୍ଣ୍ଣିମା କୁହାଯାଏ। ବୈଶାଖ ଓଡ଼ିଆ ହିନ୍ଦୁମାନଙ୍କର ପ୍ରଥମ ଚାନ୍ଦ୍ରମାନ ମାସ। ଚନ୍ଦନ ଯାତ୍ରା ସହିତ ଏହାର ବିଶେଷ ସମ୍ପର୍କ ଥିବାରୁ ଏହାକୁ ଚନ୍ଦନ ପୂର୍ଣ୍ଣିମା କୁହାଯାଏ। ଏହିଦିନଟି ଓଡ଼ିଆ ଘରର ଗୋଟିଏ ମୁଖ୍ୟ ଦିନ।

Advertisment

ଏହାକୁ ବୁଦ୍ଧ ପୂର୍ଣ୍ଣିମା ମଧ୍ୟ କୁହାଯାଏ, କାରଣ ଚନ୍ଦନ ପୂର୍ଣ୍ଣିମା ଦିନ ଭଗବାନ ବୁଦ୍ଧଦେବଙ୍କ ଜନ୍ମ ହୋଇଥିଲା। ଗୌତମ ବୁଦ୍ଧ ଖ୍ରୀଷ୍ଟପୂର୍ବ ୫୬୩ରେ ନେପାଳର ଲୁମ୍ବିନି ବନରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଜନ୍ମ ନାମ ଥିଲା ସିଦ୍ଧାର୍ଥ। ସିଦ୍ଧାର୍ଥଙ୍କ ବାପା ଶୁଦ୍ଧଧନ କପିଳବସ୍ତୁର ରାଜା ଥିଲେ ଏବଂ ତାଙ୍କୁ କେବଳ ନେପାଳ ନୁହେଁ ସମଗ୍ର ଭାରତରେ ସମ୍ମାନିତ କରାଯାଉଥିଲା। ସିଦ୍ଧାର୍ଥଙ୍କ ମାଉସୀ ଗୌତମୀ ତାଙ୍କୁ ଲାଳନ ପାଳନ କରିଥିଲେ, କାରଣ ଜନ୍ମର ମାତ୍ର ୭ଦିନ ପରେ ତାଙ୍କ ମା’ ମାୟାଦେବୀଙ୍କର ମୃତ୍ୟୁ ହୋଇଥିଲା।

ଦେଖନ୍ତୁ ଭିଡିଓ | ପାହାଡ଼କୁ କାଟି ତିଆରି ହୋଇଛି ଭଗବାନ ବୁଦ୍ଧଙ୍କ ପ୍ରତିମା, ଯାହା ବିଶ୍ୱରେ ସବୁଠୁ ବଡ଼

Advertisment

ଶାକ୍ୟ ରାଜବଂଶରେ ଜନ୍ମଗ୍ରହଣ କରିଥିବା ସିଦ୍ଧାର୍ଥ ୧୬ ବର୍ଷ ବୟସରେ ଦଣ୍ଡପାଣି ଶାକ୍ୟଙ୍କ ଝିଅ ଯଶୋଧରାଙ୍କୁ ବିବାହ କରିଥିଲେ। ସେ ଯଶୋଦାରଙ୍କଠାରୁ ଏକ ପୁତ୍ର ପାଇଥିଲେ ଯାହାଙ୍କ ନାମ ରାହୁଲ ଥିଲା। ପରେ ଉଭୟ ଯଶୋଧରା ଏବଂ ରାହୁଲ ବୁଦ୍ଧଙ୍କ ଭିକ୍ଷୁ ହୋଇଥିଲେ।

ଶ୍ରୀମଦ୍ ଭାଗବତ ମହାପୁରାଣ ଏବଂ ବିଷ୍ଣୁ ପୁରାଣରେ ଶାକ୍ୟ ବଂଶାନୁକ୍ରମିକ ବିଷୟରେ ଉଲ୍ଲେଖ ରହିଛି। ଏଥିରୁ ଜଣାଯାଏ ଭଗବାନ ବୁଦ୍ଧ ଶ୍ରୀରାମଙ୍କର ବଂଶଜ। ପୁରାଣ ଅନୁସାରେ ଶ୍ରୀରାମଙ୍କ ଦୁଇ ପୁଅ ଲବ ଏବଂ କୁଶଙ୍କ ମଧ୍ୟରୁ କେବଳ କୁଶଙ୍କ ବଂଶ ବଢିଥିଲା। ଏହା ପରେ କୁଶଙ୍କ ବଂଶ ଆଗକୁ ବଢି ଶଲ୍ୟଙ୍କ ଜନ୍ମ ହେଲା। ଶଲ୍ୟ ଥିଲେ କୁଶଙ୍କର ୫୦ ତମ ପିଢି, ଯିଏ ମହାଭାରତ ସମୟରେ ଥିଲେ। ଗୌତମ ବୁଦ୍ଧ ଏହି ଶଲ୍ୟ ବଂଶର ପ୍ରାୟ ୨୫ତମ ପିଢିରେ ଜନ୍ମଗ୍ରହଣ କରିଥିଲେ।

Advertisment

ଶଲ୍ୟଙ୍କ ପରେ ବହକ୍ଷୟ, ଉରୁକ୍ଷୟ, ବସ୍ତ୍ରଦ୍ରୋହ, ପ୍ରତୀଭ୍ୟୋମ, ଦିବାକର, ସହଦେବ, ଧ୍ରୁବାଶ୍ଚ, ଭାନୁରଥ, ପ୍ରତୀକ, ସୁପ୍ରତିପ, ମରୁଦେବ, ସୁନକ୍ଷତ୍ର, କିନ୍ନରାଶ୍ରଭ, ଅନ୍ତରୀକ୍ଷ, ସୁଷେଣ, ସୁମିତ୍ର, ବୃହଦ୍ରଜ, ଧର୍ମ, କୃତଜ୍ଜୟ, ବ୍ରାତ, ରଣଜ୍ଜୟ, ସଞ୍ଜୟ, ଶାକ୍ୟ, ଶୁଦ୍ଧଧନ ଏବଂ ତା’ପରେ ସିଦ୍ଧାର୍ଥ ଥିଲେ, ଯିଏକି ପରେ ଗୌତମ ବୁଦ୍ଧ ଭାବରେ ପରିଚିତ ହୋଇଥିଲେ।

ଅଧିକ ପଢ଼ନ୍ତୁ: କାହିଁକି ପାଳନ ହୁଏ ବୁଦ୍ଧ ପୂର୍ଣ୍ଣିମା ? ଜାଣନ୍ତୁ ଏହି ଦିନର ମହତ୍ତ୍ୱ . .

ପୁରାଣ ଅନୁଯାୟୀ, ଗୋଟିଏ ସମୟରେ ଆସୁରୀକ ଶକ୍ତିର ବହୁତ ବୃଦ୍ଧି ପାଇଥିଲା। ସେମାନେ ଦେବତାମାନଙ୍କର ବାସସ୍ଥାନ ସ୍ୱର୍ଗକୁ କାବୁ କରିନେଇଥିଲେ।ଯେତେବେଳେ ଦେବତାମାନେ ଆସୁରୀ ଶକ୍ତି ସାମ୍ନାରେ ଦୁର୍ବଳ ହେବାକୁ ଲାଗିଲେ, ଭଗବାନ ବିଷ୍ଣୁ ଦେବତାମାନଙ୍କ କଲ୍ୟାଣ ପାଇଁ ଭଗବାନ ବୁଦ୍ଧଙ୍କ ରୂପ ନେଇଥିଲେ।

ଭଗବାନ ବୁଦ୍ଧ ଜଗତକୁ ଜ୍ଞାନର ମାର୍ଗ ଦେଖାଇଥିଲେ। ତାଙ୍କ ଶିକ୍ଷା ମାଧ୍ୟମରେ ହିଁ ବୌଦ୍ଧ ଧର୍ମ ପ୍ରତିଷ୍ଠିତ ହୋଇଥିଲା। ଅହିଂସା ପଥ ଅନୁସରଣ କରିବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ବୁଦ୍ଧ ଲୋକମାନଙ୍କୁ ଦୁଃଖ ଓ ଏହାର କାରଣକୁ ନିବାରଣ ପାଇଁ ଅଷ୍ଟାଙ୍ଗ ମାର୍ଗର ପ୍ରଚାର କରିଥିଲେ।

Gautam Buddha Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ