Astrospeak
  • Live TV
  • Read In English

ଅକ୍ଷୟ କୁମାରଙ୍କ ଫିଲ୍ମ 'ଅତରଙ୍ଗି ରେ'କୁ ବିରୋଧ କାହିଁକି?

ନିକଟରେ ରିଲିଜ୍ ହୋଇଥିବା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ 'ଅତରଙ୍ଗି ରେ'କୁ ଜୋରଦାର ବିରୋଧ କରାଯାଉଛି। କୁହାଯାଉଛି ଯେ ଏହି ଫିଲ୍ମରେ ହିନ୍ଦୁ ଧର୍ମକୁ ଟାର୍ଗେଟ୍ କରାଯାଉଛି ଆଉ ଅପମାନ କରାଯାଉଛି। କାହିଁକି ଜାଣନ୍ତୁ…

Social boycott of Atrangi Re trends on twitter
ଅକ୍ଷୟ କୁମାରଙ୍କ ଫିଲ୍ମ 'ଅତରଙ୍ଗି ରେ'କୁ ବିରୋଧ କାହିଁକି?

ନିକଟରେ ରିଲିଜ୍ ହୋଇଥିବା ଅକ୍ଷୟ କୁମାର, ଧନୁଷ ଏବଂ ସାରା ଅଲି ଖାନଙ୍କ ଅଭିନୀତ ଚଳଚ୍ଚିତ୍ର 'ଅତରଙ୍ଗି ରେ'କୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଛି। ଆନନ୍ଦ ଏଲ୍. ରାୟଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଡିସେମ୍ବର ୨୪ ରେ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିଲା, କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଫିଲ୍ମକୁ ବାସନ୍ଦ କରିବାକୁ ଦାବି ଉଠିଛି। #BoycottAtrangiRe ଟ୍ୱିଟରରେ ଟ୍ରେଣ୍ଡ କରିବା ଆରମ୍ଭ ହୋଇଛି।

ବର୍ତ୍ତମାନ 'ଅତରଙ୍ଗି ରେ' OTT ପ୍ଲାଟ୍‌ଫର୍ମରେ ସର୍ବାଧିକ ଦେଖାଯାଇଥିବା ଚଳଚ୍ଚିତ୍ର ହୋଇପାରିଛି । କିନ୍ତୁ ଏବେ ଫିଲ୍ମଟି ସୋସିଆଲ ମିଡିଆରେ ଜବରଦସ୍ତ ବିରୋଧର ସମ୍ମୁଖୀନ ହୋଇଛି। ପୃଷ୍ଠଭୂମିକୁ ଦେଖିବାକୁ ଗଲେ ଏହି ଚଳଚ୍ଚିତ୍ରରେ ସାରା ଅଲି ଖାନ ବିହାର ଝିଅ ରିଙ୍କୁଙ୍କ ଭୂମିକାରେ ଅଛନ୍ତି, ଯାହାଙ୍କୁ ଜଣେ ତାମିଲ ପୁଅ ବିଷ୍ଣୁ (ଧନୁଷ)ଙ୍କ ସହ ଜବରଦସ୍ତ ବିବାହ କରିଦିଆଯାଉଛି। ଫିଲ୍ମରେ ଏହା ଦର୍ଶାଯାଇଛି ଯେ ରିଙ୍କୁ ଜଣେ ଯାଦୁଗରଙ୍କ ପ୍ରେମରେ ପଡିଛନ୍ତି, ଯାହାର ନାମ ସାଜ୍ଜାଦ ଅଲି (ଅକ୍ଷୟ କୁମାର)। ସଜ୍ଜାଦଙ୍କ ପ୍ରେମ ପାଇଁ ରିଙ୍କୁ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଛାଡିବାକୁ ପ୍ରସ୍ତୁତ ହୋଇଯାଆନ୍ତି।

ଲୋକମାନେ ସଜ୍ଜାଦଙ୍କ ପ୍ରତି ରିଙ୍କୁଙ୍କ ପ୍ରେମ ଓ ବିବାହ ବିଚ୍ଛେଦକୁ ପସନ୍ଦ କରନ୍ତି ନାହିଁ। ସେମାନେ ଏହାକୁ ଲଭ ଜିହାଦ୍ ସହିତ ତୁଳନା କରନ୍ତି, ତେଣୁ ଟ୍ୱିଟରରେ #BoycottAtrangiRe କୁ ନେଇ କ୍ରମାଗତ ଭାବରେ ଟ୍ୱିଟ୍ କରୁଛନ୍ତି।

ସୋସିଆଲ ମିଡିଆ ବ୍ୟବହାରକାରୀମାନେ କହିଛନ୍ତି ଯେ ଏହାକୁ ଫିଲ୍ମରେ ଦେଖାଇ କେବଳ ଲଭ ଜିହାଦ୍‌କୁ ବୃଦ୍ଧି କରାଯାଉଛି। ଏଥିସହିତ କିଛି ଲୋକ କହିଛନ୍ତି ଯେ ଫିଲ୍ମରେ ହିନ୍ଦୁମାନଙ୍କୁ ନିଷ୍ଠୁର ଭାବେ ପ୍ରଦର୍ଶନ କରାଯାଇଛି। ଏଥିରେ କୁହାଯାଉଛି ଯେ ହିନ୍ଦୁମାନେ ନିଜ ଝିଅମାନଙ୍କୁ ଜବରଦସ୍ତ ବିବାହ କରେଇ ଦିଅନ୍ତି।

ଲୋକମାନେ କହୁଛନ୍ତି ଯେ ବଲିଉଡରେ ହିନ୍ଦୁ ଧର୍ମକୁ ସବୁବେଳେ ଟାର୍ଗେଟ୍‌ କରାଯାଉଛି ଏବଂ ଏହାକୁ ଅନେକ ସମୟରେ ଅପମାନିତ କରାଯାଉଛି। କାରଣ ଆମେ ଏତେ ବର୍ଷ ଧରି ଏହାକୁ ଶାନ୍ତିପୂର୍ଣ୍ଣ ଭାବରେ ସହ୍ୟ କରି ଆସୁଛୁ। ସେଥିପାଇଁ ସେମାନେ ଆମକୁ ନମ୍ର ଏବଂ ଦୁର୍ବଳ ବୋଲି ଭାବିବା ଆରମ୍ଭ କରିଛନ୍ତି ଏବଂ ସେମାନେ ଯାହା ଚାହୁଁଛନ୍ତି ତାହା କରୁଛନ୍ତି। ଏହା ସହିତ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଅନେକ ନ୍ୟୁଜ୍ ପେପରର କଟିଙ୍ଗ୍ ମଧ୍ୟ ପୋଷ୍ଟ୍‌ କରିଛନ୍ତି।

‘ଅତରଙ୍ଗି ରେ’ ବିରୋଧରେ ଏହି ଅଭିଯାନରେ ଅକ୍ଷୟ କୁମାରଙ୍କୁ ଅଧିକ ଟ୍ରୋଲ୍‌ କରାଯାଉଛି। ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଟ୍ୱିଟ୍ କରି ଲେଖିଛନ୍ତି, “ଏହି ଚଳଚ୍ଚିତ୍ରର ଯାହାଙ୍କ ଚରିତ୍ର ଅଧିକାଂଶ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି, ସେ ହେଉଛନ୍ତି ଅକ୍ଷୟ କୁମାର । ଅକ୍ଷୟ କୁମାର, ଯିଏ ନିଜକୁ ଜଣେ ବଡ ହିନ୍ଦୁ ଏବଂ ଜାତୀୟତାବାଦୀ ବୋଲି କହିଥାନ୍ତି, ସେ ବାରମ୍ବାର ଏପରି ଭୂମିକା ଗ୍ରହଣ କରନ୍ତି ଯାହା ସମଗ୍ର ହିନ୍ଦୁ ଧର୍ମକୁ ଅପମାନିତ କରେ।”