Astrospeak
  • Live TV
  • Read In English

ବଲିଉଡ୍ ଅଭିନେତ୍ରୀଙ୍କ ମଙ୍ଗଳସୂତ୍ରର ଦାମ ଉଡେଇ ଦେବ ହୋସ୍‌

ବଲିଉଡ୍ ଅଭିନେତ୍ରୀମାନେ ସେମାନଙ୍କ ପୋଷାକ ପରିପାଟୀକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। କନ୍ୟାବେଶରେ ତ ସେମାନେ ସ୍ୱର୍ଗର ପରୀ ଭଳି ନିଜକୁ ସଜେଇ ଥାଆନ୍ତି। ତେବେ ସେମାନେ ପରିଧାନ କରୁଥିବା ମଙ୍ଗଳସୂତ୍ରର ମୂଲ୍ୟ କୋଟି କୋଟି ଟଙ୍କା ବି ହୋଇଥାଏ।

Bollywood actresses mangalsutra price
ବଲିଉଡ୍ ଅଭିନେତ୍ରୀଙ୍କ ମଙ୍ଗଳସୂତ୍ରର ଦାମ ଉଡେଇ ଦେବ ହୋସ୍‌

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀମାନେ ସେମାନଙ୍କ ଫେଶନ୍‌ ଓ ଷ୍ଟାଇଲ୍‌କୁ ନେଇ ବେଶ ଜଣାଶୁଣା। ଛୋଟମୋଟ କାର୍ଯ୍ୟକ୍ରମରେ ମଧ୍ୟ ସେମାନଙ୍କ ଆଉଟ୍‌ଫିଟ୍ ଏବଂ ଅଳଙ୍କାରକୁ ସେମାନଙ୍କ ପ୍ରଶଂସକମାନେ ଅନୁସରଣ କରିବାକୁ ପସନ୍ଦ କରନ୍ତି। ଅନ୍ୟପକ୍ଷରେ, ଯେତେବେଳେ ବିବାହ ସମୟ ଆସେ ଅଭିନେତ୍ରୀମାନେ ସେମାନଙ୍କ ଚେହେରା ଏବଂ ଅଳଙ୍କାରକୁ ନେଇ ଖୁବ୍ ବ୍ୟତିବ୍ୟସ୍ତ ହୋଇପଡନ୍ତି।

ଅଭିନେତ୍ରୀମାନଙ୍କର କନ୍ୟାବେଶ ପ୍ରାୟ ସମୟରେ ଚର୍ଚ୍ଚାରେ ଥାଏ। ବିଶେଷକରି ମହିଳାମାନେ ଅଭିନେତ୍ରୀଙ୍କ ଅନନ୍ୟ ଡିଜାଇନ୍‌ର ମଙ୍ଗଳସୂତ୍ର ଦେଖିବାକୁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ଏହିସବୁ ମଙ୍ଗଳସୂତ୍ରର ମୂଲ୍ୟ ଏତେ ମହଙ୍ଗା ହୋଇଥାଏ ଯେ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଆସନ୍ତୁ ଜାଣିବା କେଉଁ ଅଭିନେତ୍ରୀଙ୍କ ମଙ୍ଗଳସୂତ୍ରର ମୂଲ୍ୟ କେତେ?

କ୍ୟାଟ୍ରିନା କୈଫ୍‌:

କ୍ୟାଟ୍ରିନା କୈଫ୍‌ ନିକଟରେ ବିବାହ କରିଛନ୍ତି। ତାଙ୍କ କନ୍ୟାବେଶ ଅନେକ ଲୋକଙ୍କୁ ପ୍ରେରଣା ଦେଇଛି। ଲାଲ ରଙ୍ଗର ପୋଷାକରେ କ୍ୟାଟ୍ ବହୁତ ସୁନ୍ଦର ଦେଖାଯାଉଥିଲେ। ଆହୁରି ମଧ୍ୟ ତାଙ୍କର ମଙ୍ଗଳସୂତ୍ରକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା। ଏହା ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ତେବେ ଏହି ଡିଜାଇନ୍‌ର ମଙ୍ଗଳସୂତ୍ରର ମୂଲ୍ୟ ୭ ଲକ୍ଷ ଟଙ୍କା ବୋଲି କୁହାଯାଉଛି।

ଐଶ୍ୱର୍ଯ୍ୟା ରାୟ:

ସେହିପରି ଐଶ୍ୱର୍ଯ୍ୟା ରାୟ ଓ ଅଭିଷେକ ବଚ୍ଚନଙ୍କ ବିବାହରେ ମଧ୍ୟ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା, ଯାହା ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିଲା। ଏହି ବିବାହରେ ସହିତ ଐଶଙ୍କ ପୋଷାକ ଏବଂ ଅଳଙ୍କାର ମୂଲ୍ୟ ମଧ୍ୟ କମ୍ ନ ଥିଲା। ଅଭିନେତ୍ରୀଙ୍କ ମଙ୍ଗଳସୂତ୍ରର ମୂଲ୍ୟ ୪୫ ଲକ୍ଷ ବୋଲି ଆକଳନ କରାଯାଇଥିଲା।

ଶିଳ୍ପା ଶେଟ୍ଟୀ:

ଧଡ୍‌କନ୍ ଗାର୍ଲ ଶିଳ୍ପା ଶେଟ୍ଟୀ ୨୦୦୩ ମସିହାରେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିଲେ। ଏପରିକି ସେତେବେଳେ ଦୁହେଁ ବଡ ଧୂମାଧାମ ସହିତ ବିବାହ କରିଥିଲେ। ବିବାହରେ ଶିଳ୍ପାଙ୍କ ମୁଦି ଓ ମଙ୍ଗଳସୂତ୍ରକୁ ନେଇ ଖୁବ ଆଲୋଚନା ହୋଇଥିଲା। ତାଙ୍କ ମୁଦିର ମୂଲ୍ୟ କୋଟି କୋଟି ଟଙ୍କାର ହୋଇଥିବା ବେଳେ ମଙ୍ଗଳସୂତ୍ରକୁ ୩୦ ଲକ୍ଷ ଟଙ୍କା ବୋଲି କୁହାଯାଉଛି।

ପ୍ରିୟଙ୍କା ଚୋପ୍ରା:

ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିବାହ ଦେଶରୁ ବିଦେଶ ପର୍ଯ୍ୟନ୍ତ ଚର୍ଚ୍ଚା ହୋଇଥିଲା ସେ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା। ପ୍ରିୟଙ୍କାଙ୍କ ବିବାହ ଅତ୍ୟନ୍ତ ରାଜକୀୟ ଥିଲା। ଏହା ବଲିଉଡ୍‌ର ସବୁଠୁ ମହଙ୍ଗା ବିବାହ ବୋଲି କୁହାଯାଏ। ଏଥି ସହିତ ପ୍ରିୟଙ୍କାଙ୍କ ମଙ୍ଗଳସୂତ୍ର ମଧ୍ୟ କୋଟି କୋଟି ଟଙ୍କାର ବୋଲି କୁହାଯାଉଛି।

ସୋନମ କପୁର:

ବିବାହରେ କନ୍ୟା ରୂପରେ ସୋନମ କପୁରଙ୍କ ଲୁକ୍‌ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ତାଙ୍କର ସବୁକିଛି ଅନନ୍ୟ ଥିଲା। ତାଙ୍କ ମଙ୍ଗଳସୂତ୍ରର ମୂଲ୍ୟ ୫୦ ଲକ୍ଷ ବୋଲି କୁହାଯାଉଛି।

ପତ୍ରଲେଖା:

ନିକଟରେ ରାଜ କୁମାର ରାଓ ଏବଂ ପତ୍ରଲେଖା ବିବାହ କରିଥିଲେ। ପତ୍ରଲେଖାଙ୍କ ମଙ୍ଗଳସୂତ୍ରର ମୂଲ୍ୟ ବିଷୟରେ କହିବାକୁ ଗଲେ ଏହାର ମୂଲ୍ୟ ୨ ଲକ୍ଷ ବୋଲି କୁହାଯାଉଛି।

ୟାମି ଗୌତମ:

ସବୁଠାରୁ ସରଳ ବିବାହ କରିଥିଲେ ବଲିଉଡ ଅଭିନେତ୍ରୀ ୟାମି ଗୌତମ। ସେ ତାଙ୍କର ସରଳ ଲୁକ୍ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ତାଙ୍କ କନ୍ୟାବେଶ ମଧ୍ୟ ଖୁବ ସରଳ ଥିଲା। ଅଭିନେତ୍ରୀଙ୍କ ମଙ୍ଗଳସୂତ୍ରର ମୂଲ୍ୟ ପ୍ରାୟ ୪ ଲକ୍ଷ ଥିଲା।