ପ୍ରହସନ ପାଲଟିଛି ଅନଲାଇନ୍ ପାଠପଢା, ବହି-ଖାତାରେ ଡୋରି ବାନ୍ଧିଲେଣି ଛାତ୍ରଛାତ୍ରୀ ! ଚିନ୍ତାରେ ଅଭିଭାବକ

ପିଲାଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇଛି ମହାମାରୀ କରୋନା । ଖାସ୍ କରି ରାଜ୍ୟର ଉପାନ୍ତ ଅଞ୍ଚଳଗୁଡିକରେ ସ୍ଥିତି ଅତି ଦୟନୀୟ । ଦୁଇ ବର୍ଷ ହେବ ଶ୍ରେଣୀ ଗୃହ ଶିକ୍ଷାଦାନ ବନ୍ଦ ଥିବାରୁ ପିଲାଏ ପାଠ ଭୁଲି ଗଲେଣି ।

Online Study

ରାଜ୍ୟର ଉପାନ୍ତ ଅଞ୍ଚଳରେ ପ୍ରହସନ ପାଲଟିଛି ଅନଲାଇନ୍ ପାଠପଢା । ଗଲା ୨ ବର୍ଷ ହେଲା ଅନଲାଇନରେ ପାଢପଢା ହେଉଥିଲେ ମଧ୍ୟ ନେଟଓ୍ୱର୍କ ଓ ମୋବାଇଲ ଫୋନ ଅଭାବକୁ ନେଇ ଶିକ୍ଷାଲାଭରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ । ଫଳରେ ଅନେକ ପିଲାଙ୍କ ପାଠରେ ଡୋରି ବନ୍ଧା ହୋଇଛି ।

ପିଲାଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇଛି ମହାମାରୀ କରୋନା । ଖାସ୍ କରି ରାଜ୍ୟର ଉପାନ୍ତ ଅଞ୍ଚଳଗୁଡିକରେ ସ୍ଥିତି ଅତି ଦୟନୀୟ । ଦୁଇ ବର୍ଷ ହେବ ଶ୍ରେଣୀ ଗୃହ ଶିକ୍ଷାଦାନ ବନ୍ଦ ଥିବାରୁ ପିଲାଏ ପାଠ ଭୁଲି ଗଲେଣି । ବିକଳ୍ପ ବ୍ୟବସ୍ଥା ନଥିବାରୁ ଖେଳକୁଦରେ ପିଲାଙ୍କ ଦିନ ବିତୁଛି । ଅନ୍‌ଲାଇନ୍ ପାଠପଢା ତ ହେଉଛି, ତେବେ ତାହା ନାଁକୁ ମାତ୍ର । ମୋବାଇଲ୍ ଥିଲେ ନେଟଓ୍ୱର୍କ ନାହିଁ ଆଉ ନେଟଓ୍ୱର୍କ ଯଦି କାଁ ଭାଁ ଆସୁଛି ତାହାଲେ ମୋବାଇଲ୍ କି କମ୍ପୁଟର ନାହିଁ ।

ତେଣୁ ଚୁଲିରେ ପଶିଲାଣି ପିଲାଙ୍କ ପାଠପଢା । ଯାହାକୁ ନେଇ ଚିନ୍ତାରେ ଅଭିଭାବକ । କେବେ ସ୍କୁଲ ଖୋଲିବ, ପିଲାଏ ପଢିବାକୁ ଯିବେ, ତାକୁ ଚାତକ ଭଳି ଅପେକ୍ଷା କରିଛନ୍ତି । ରାଜ୍ୟରେ ପ୍ରାଥମିକ ଶିକ୍ଷା ସଂପୂର୍ଣ୍ଣ ଭୁଶୁଡି ପଡିଥିବା ବେଳେ ପିଲାଙ୍କର ଛୋଟ ଛୋଟ ଗ୍ରୁପ୍ କରି ସେମାନଙ୍କୁ ପଢାଇବା ବ୍ୟବସ୍ଥା କରିବା ଲାଗି ଗଣଶିକ୍ଷା ବିଭାଗ ଡିଇଓ ମାନଙ୍କୁ ନିର୍ଦ୍ଦେଶ ଦେଇଛି । ତେବେ ଏହାର ସଫଳତାକୁ ନେଇ ବି ସନ୍ଦେହ ଦେଖାଦେଇଛି ।

ଶ୍ରେଣୀ ଗୃହ ପାଠପଢା ବନ୍ଦ ଥିବାରୁ ସବୁଠୁ ଅଧିକ ଚିନ୍ତାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ । କାରଣ ଆଗକୁ କ୍ୟାରିୟରର ଅଗ୍ନୀ ପରୀକ୍ଷା । ଯାହା ପାଖରେ ଇଣ୍ଟରନେଟ୍ ଓ ଲ୍ୟାପଟପ୍ କିମ୍ବା ଫୋନ ରହିଛି ସେମାନେ ଶିକ୍ଷକଙ୍କ ସହ ହ୍ୱାଟସ୍ ଆପ୍ ଗ୍ରୁପ୍ ମାଧ୍ୟମରେ ଯୋଗାଯୋଗରେ ରହି ଡାଉଟ କ୍ଲିଅର୍ କ୍ଲାସ୍ କରୁଛନ୍ତି । ତେବେ ସନ୍ଦେହ ଦୂର କରିପାରେ ଏହା ସେତେଟା ଉପଯୋଗୀ ହେଉନଥିବା ଛାତ୍ରଛାତ୍ରୀ ମତ ଦେଇଛନ୍ତି । ଏସବୁ ବିଭ୍ରାଟକୁ ଆଖି ଆଗରେ ରଖି ପିଲାଙ୍କୁ ପର୍ଯ୍ୟାୟକ୍ରମେ ଶ୍ରେଣୀଗୃହକୁ ଫେରାଇ ଆଣିବା ଲାଗି ଶିକ୍ଷାବିତ୍ ମତ ଦୋଇଛନ୍ତି ।

ସରକାରୀ ତଥ୍ୟ ଅନୁସାରେ ୨୦୨୦ରେ ମାତ୍ର ୩୩ ପ୍ରତିଶତ ପିଲାଙ୍କ ପାଖରେ ଅନଲାଇନ ଶିକ୍ଷା ପହଞ୍ଚି ପାରିଥିଲା । ଗତବର୍ଷ ଏଥିରେ ସାମାନ୍ୟ ସୁଧାର ଆସିବା ସହ ୪୦ ପ୍ରତିଶତ ପିଲା ଅନ୍‌ଲାଇନ୍ ପାଠପଢାର ସୁଯୋଗ ପାଇଛନ୍ତି । ତେଣୁ ଅବଶିଷ୍ଟ ୬୦ ପ୍ରତିଶତ ପିଲାଙ୍କ ଭବିଷ୍ୟତ କଣ ତାକୁ ନେଇ ଉଠିଛି ପ୍ରଶ୍ନ । ଏଣେ ଆସନ୍ତା ୨୭ରୁ ପ୍ରଥମରୁ ଅଷ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ୟୁ ଟ୍ୟୁବ୍ ଲାଇଭ୍ ଷ୍ଟ୍ରିମିଂ କ୍ଲାସ୍ ଆରମ୍ଭ ହେବ । ଏହାଦ୍ୱାରା ଛାତ୍ରଛାତ୍ରୀ କେତେ ଉପକୃତ ହେଉଛନ୍ତି ତାହା ଦେଖିବା ବାକି ରହିଲା ।