Advertisment

ବିବାଦମୁକ୍ତ ହେବ ତ ଯୁକ୍ତ ଦୁଇ ବିକଳ୍ପ ମୂଲ୍ୟାୟନ?

ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସାଢେ ତିନି ଲକ୍ଷ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଫଳ ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ବିକଳ୍ପ ମୂଲ୍ୟାୟନ ଜରିଆରେ ମାର୍କ ପାଇବେ ଛାତ୍ରଛାତ୍ରୀ। ତେବେ ମାଟ୍ରିକରେ ଖରାପ ପ୍ରଦର୍ଶନ କରିଥିବା ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ଭିତରେ ଅସନ୍ତୋଷ କୁହୁଳୁଛି। ରେଜଲ୍ଟକୁ ନେଇ ଅସନ୍ତୋଷ ଥିଲେ ଅଫ୍ ଲାଇନ୍ ପରୀକ୍ଷା କରାଯାଇପାରେ

ଅଦ୍ୟତନ ହୋଇଛି
ବିବାଦମୁକ୍ତ ହେବ ତ ଯୁକ୍ତ ଦୁଇ ବିକଳ୍ପ ମୂଲ୍ୟାୟନ?

Education

Advertisment

ଭୁବନେଶ୍ୱର: ୯୦ ପ୍ରତିଶତରୁ ଅଧିକ ପିଲା ଚଳିତ ବର୍ଷ ଯୁକ୍ତଦୁଇରେ ପାସ୍ କରିବେ ବୋଲି ସୂଚନା ମିଳିଛି। ପରୀକ୍ଷା ନକରି ମୂଲ୍ୟାୟନ ପୂର୍ବରୁ ଏମିତି ମନ୍ତବ୍ୟ କିଛିଦିନ ତଳେ ଦେଇଥିଲେ ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ। ତେବେ ପାସ୍ ହାର ସିନା ବଢିବ ହେଲେ ସଠିକ୍ ମୂଲ୍ୟାୟନ ହେବ ତ ? ତାକୁ ନେଇ ଛାତ୍ରଛାତ୍ରୀଙ୍କ ଭିତରେ ଆଶଙ୍କା ରହିଛି। ସେପଟେ ଶିକ୍ଷାବିତଙ୍କ ପୂର୍ବାନୁମାନ ହେଲା ମାଟ୍ରିକଠାରୁ ଯୁକ୍ତଦୁଇରେ ଅଧିକ ଅବ୍ୟବସ୍ଥା ଭଳି ସ୍ଥିତି ଉପୁଯିବ।

Advertisment

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ଘାରିଛି ମୂଲ୍ୟାୟନ ଚିନ୍ତା। ମାଟ୍ରିକ୍ ଭଳି ଯୁକ୍ତଦୁଇ ବିକଳ୍ପ ମୂଲ୍ୟାୟନରେ ଅସନ୍ତୋଷ ଦେଖିବାକୁ ମିଳିବନି ତ? ସ୍ୱଚ୍ଛତା ବଜାୟ ରହିବ ତ? ବିଶେଷ କରି ଘରୋଇ କଲେଜଗୁଡିକ ପ୍ରୋଜେକ୍ଚ ବା ପ୍ରାକ୍ଟିକାଲ୍‌ ପେପରରେ ଅଧିକ ମାର୍କ ଦେଇ ନିଜ ପାସ୍ ହାର ବଢାଇକୁ ଚେଷ୍ଟା କରିପାରନ୍ତି। ଯାହାକି ମାଟ୍ରିକ ମୂଲ୍ୟାୟନ ସମୟରେ ଅଭିଯୋଗ ଆସିଥିଲା। ତେବେ ଯୁକ୍ତ ଦୁଇରେ ଏହାକୁ ଚେକ୍ ଦେବା ଲାଗି ଗତକାଲି ସିଏଚ୍ଏସ୍ଇ ପକ୍ଷରୁ ଜାରି ହୋଇଛି ମାର୍ଗ ଦର୍ଶିକା। ଯେଉଁଥିରେ କଲେଜଗୁଡିକ ପ୍ରାକ୍ଟିକାଲ ପେପର ଲାଗି କିଭଳି ମାର୍କିଂ କରାଯିବ ତାହା ଉଲ୍ଲେଖ ରହିଛି। ମାର୍କ ଦେବା ସମୟରେ କଲେଜର ଗତ ତିନି ବର୍ଷର ପ୍ରଦର୍ଶନକୁ ବି ବିଚାରକୁ ନିଆଯିବ।

Advertisment

ଏଥିରେ ଖିଲାପ ହେଲେ ମାର୍କ ଅପଲୋଡ୍ କରାଯାଇପାରିବ ନାହିଁ ବୋଲି ପରିଷଦର ପରୀକ୍ଷା ନିୟନ୍ତ୍ରକ ଚିଠିରେ ଉଲ୍ଲେଖ କରିଛନ୍ତି।

ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସାଢେ ତିନି ଲକ୍ଷ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଫଳ ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ବିକଳ୍ପ ମୂଲ୍ୟାୟନ ଜରିଆରେ ମାର୍କ ପାଇବେ ଛାତ୍ରଛାତ୍ରୀ। ତେବେ ମାଟ୍ରିକରେ ଖରାପ ପ୍ରଦର୍ଶନ କରିଥିବା ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ଭିତରେ ଅସନ୍ତୋଷ କୁହୁଳୁଛି। ରେଜଲ୍ଟକୁ ନେଇ ଅସନ୍ତୋଷ ଥିଲେ ଅଫ୍ ଲାଇନ୍ ପରୀକ୍ଷା କରାଯାଇପାରେ। ମାତ୍ର ସେତେବେଳକୁ ଯୁକ୍ତ ତିନି ଆଡମିଶନ ଲାଗି ସମୟ ଥିବ ତ? ଏବେ ଏଭଳି ପ୍ରଶ୍ନ ସେମାନଙ୍କ ଭିତରେ ଉଙ୍କି ମାରୁଛି। ଶିକ୍ଷାବିତଙ୍କ ମତରେ ପରିଷଦର ଦୂରଦୃଷ୍ଟିର ଅଭାବ ଲାଗି ଏଭଳି ସ୍ଥିତି ସୃଷ୍ଟି ହୋଇଛି।

Advertisment

ମାଟ୍ରିକରେ ପ୍ରାକ୍ଟିସ୍‌ ପରୀକ୍ଷା ହୋଇଥିଲା ଯାହା ଆଧାରରେ ମାର୍କ ଦିଆଗଲା। ମାତ୍ର ଯୁକ୍ତ ଦୁଇରେ ନାଁ ପ୍ରଥମ ବର୍ଷ ପରୀକ୍ଷା ହୋଇଥିଲା, ନା କରୋନା ସ୍ୱାଭାବିକ ସ୍ଥିତିରେ କ୍ଲାସ୍ ଚାଲିଥିବାବେଳେ କୌଣସି ପରୀକ୍ଷା ହେଲା? ପରିଷଦର ଏଭଳି ଅଦୂରଦର୍ଶିତା ପାଇଁ ପ୍ରଭାବିତ ହେବନି ତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ?ତାହାକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା।

Odisha News Odisha Education
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ