Advertisment

ବିଶ୍ୱବିଦ୍ୟାଳୟ ଭିତରେ ପାନବରଜ,ଚାଲିଛି ଗବେଷଣା ! ପାନରୁ ତିଆରି ହେବ ପ୍ରସାଧନ ସାମଗ୍ରୀ ଓ କ୍ୟାନସର ଔଷଧ!!

ବିଦେଶରେ ପାନର ବହୁ ଭେରାଇଟରି ପ୍ରଡକ୍ଟ ଚଢ଼ା ଦରରେ ବିକ୍ରି ହେଉଥିବା ବେଳେ ପ୍ରଥମ ଥର ପାଇଁ ଫକିର ମୋହନ ବିଶ୍ୱବିଦ୍ୟାଳ ଏମିତି ଏକ ପ୍ରୟାସ କରିଛି।

ଅଦ୍ୟତନ ହୋଇଛି
Special story

Special story

Advertisment

ପାନ ବରଜ ଭିତରେ ପାଠ ପଢୁଛନ୍ତି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । ସାର୍ ବୁଝେଇ ଦେଉଛନ୍ତି । ପିଲାମାନେ ଶୁଣୁଛନ୍ତି । ଚାଲିଛି ପ୍ରାକ୍ଟିକାଲ୍ ପାଠ ପଢ଼ା । ହେଲେ ଏ ପାନ ବରଜ କେଉଁ ଚାଷୀଙ୍କର ନୁହେଁ ବରଂ ଫକୀର ମୋହନ ବିଶ୍ୱବିଦ୍ୟାଳୟର । ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିତରେ ରହିଛି ଏହି ପାନ ବରଜ । କଥାଟି ଅବିଶ୍ୱସନୀୟ ହେଉଥିଲେ ମଧ୍ୟ ନିରାଟ ସତ କଥା । ପିଲାଙ୍କ ପାଠ ପଢ଼ାପାଇଁ ବିଶ୍ୱବିଦ୍ୟାଳୟ ଭିତରେ ପାନ ବରଜ ହୋଇଛି । ସାର୍ ମାନେ ଏବଂ ପିଲାମାନେ ମିଶି ଏହାକୁ ତିଆରି କରିଛନ୍ତି। ସାରଙ୍କ କହିବା କଥା କ୍ୟାମ୍ପସ ଭିତରେ ଏମିତି ପ୍ରାକ୍ଟିକାଟ ବୋଧେ ଆଉ କେଉଁଠି ହୋଇନାହିଁ ।

Advertisment

ବିଶ୍ୱବିଦ୍ୟାଳୟରେ ହୋଇଥିବା ପାନବରଜରରେ ଗବେଷଣା ଚାଲିଛି । ଏହି ପାନ ଖାଲି ମୁଖବାସ ପାଇଁ ନୁହେଁ ବରଂ କ୍ୟାନସର ରୋଗର ନିରାକରଣ ପାଇଁ ଔଷଧ ତିଆରିରେ ଲାଗିବ । ଆଉ ପାନରୁ ତିଆରି ହେବ ପାନ ତେଲ, ତିଆରି ହେବ କସମେଟିକ୍ । ଝିଅମାନଙ୍କ ସବୁଠାରୁ ପସନ୍ଦର ପ୍ରସାଧନ ସାମଗ୍ରୀ ଲିପଷ୍ଟିକ୍ । ଏମିତି ଏକାଧିକ ଉତ୍ପାଦ ଏହି ପାନରୁ ହିଁ ତିଆରି ହେବ । ବିଦେଶରେ ପାନର ବହୁ ଭେରାଇଟରି ପ୍ରଡକ୍ଟ ଚଢ଼ା ଦରରେ ବିକ୍ରି ହେଉଥିବା ବେଳେ ପ୍ରଥମ ଥର ପାଇଁ ଫକିର ମୋହନ ବିଶ୍ୱବିଦ୍ୟାଳ ଏମିତି ଏକ ପ୍ରୟାସ କରିଛି।

ଛାତ୍ରଛାତ୍ରୀମାନେ ଏବେ ଏଠାର ଉଚ୍ଚଶିକ୍ଷା ଲାଭ କରୁଛନ୍ତି । କିଏ ଏମଫିଲ୍ କରୁଛନ୍ତି ତ ଆଉ କିଏ ପିଏଚଡି । ବହିରେ ଯାହା ପଢ଼ିଛନ୍ତି, ଏବେ ପାନବରଜ ଭିତରେ ତାକୁ ବାସ୍ତବ ରୂପ ଦେବାକୁ ଚେଷ୍ଟା କରୁଛନ୍ତି । ବିଶ୍ୱବିଦ୍ୟାଳୟ ପରିସରରେ ପ୍ରାୟ ୧୬ ପ୍ରକାରର ପାନ ଲାଗିଛି । ନିଆଳି ପାନ, ହଳଦୀ ପାନ, ବୀରକୁଳି ଭଳି ଏକାଧିକ ପ୍ରଜାତିର ପାନ ଏଠି ଲାଗିଛି । କେଉଁଥିରେ ପତ୍ର ବଡବଡ ତ ଆଉ କେଉଁଥିରେ ରୋଗପ୍ରତିରୋଧକ ଶକ୍ତି ଅଧିକ।

Advertisment

ଛାତ୍ରୀଛାତ୍ରୀ ମାନେ ଏବେ ଯେଉଁ ପ୍ରୟାସ କରୁଛନ୍ତି ତାହା ସଫଳ ହେଲେ ପାନରୁ ଏକାଧିକ ପ୍ରଡକ୍ଟ ତିଆରି ହୋଇ ପାରିବ । ପାନ ତେଲ, ପାନ ଲିପଷ୍ଟିକ ଏମିତି କି ମସା ମରା ଔଷଧ, ଦାନ୍ତ ରୋଗ ପାଇଁ ମଧ୍ୟ ଔଷଧ ତିଆରି ହୋଇ ପାରିବ ଏହି ପାନ ପତରରୁ ।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ