Advertisment

ସେଫ୍‌ ନୁହେଁ ଜଙ୍ଗଲ; ମାତିଲେଣି ମାଫିଆ, ସଙ୍କଟରେ ବାଘ ବଂଶ

ଜଙ୍ଗଲ ଭିତରେ ବାଘ ଶୀକାର, ଜଙ୍ଗଲ ବାହାରେ ଛାଲ ଡିଲ୍। ମାତିଛନ୍ତି ଆନ୍ତଃରାଜ୍ୟ ମାଫିଆ, ଓଡ଼ିଶା ମାଟିରେ ଚଳାଇଛନ୍ତି ବାଘ ଚମଡ଼ାର ବେପାର। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନବିଭାଗ ହାତରେ ଲାଗିଛି ୫ କଲରାପତରିଆ ବାଘ ଛାଲ ସମେତ ଗୋଟିଏ ଲେଖାଏଁ ଜଙ୍ଗଲୀ ଓ ମାଛରଙ୍କା ବିରାଡ଼ି ଚମଡ଼ା।

undefined

Tiger Skin

Advertisment

ଅସୁରକ୍ଷିତ ଜଙ୍ଗଲ, ସଙ୍କଟରେ ବାଘ। ଗତ ୪ ବର୍ଷ ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରାୟ ୫୫ଟି କଲରାପତରିଆ ବାଘ ଛାଲ ଜବତ ହୋଇସାରିଲାଣି। ଏବେ ପୁଣି ଗଜପତି ଜିଲ୍ଲାରୁ ଗତକାଲି ୫ଟି କଲରାପତରିଆ ବାଘ ଛାଲ ଜବତ ସହ ୭ ଜଣ ମାଫିଆଙ୍କୁ ଗିରଫ କରାଯାଇଛି। ଏହି ଅପରାଧ ପଛରେ ଆନ୍ତଃରାଜ୍ୟ ଲିଙ୍କ୍  ସାମ୍ନାକୁ ଆସିଥିବାବେଳେ ଶିକାରୀଙ୍କୁ ସାବାଡ଼୍ ପାଇଁ AI ଟେକ୍ନୋଲୋଜିର ସାହାରା ନେଇଛି ବନବିଭାଗ।

Advertisment

ଜଙ୍ଗଲ ଭିତରେ ବାଘ ଶୀକାର, ଜଙ୍ଗଲ ବାହାରେ ଛାଲ ଡିଲ୍। ମାତିଛନ୍ତି ଆନ୍ତଃରାଜ୍ୟ ମାଫିଆ, ଓଡ଼ିଶା ମାଟିରେ ଚଳାଇଛନ୍ତି ବାଘ ଚମଡ଼ାର ବେପାର। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନବିଭାଗ ହାତରେ ଲାଗିଛି ୫ କଲରାପତରିଆ ବାଘ ଛାଲ ସମେତ ଗୋଟିଏ ଲେଖାଏଁ ଜଙ୍ଗଲୀ ଓ ମାଛରଙ୍କା ବିରାଡ଼ି ଚମଡ଼ା। କେବଳ ଏତିକି ନୁହେଁ, ବହୁ ପରିମାଣର ବିରଳ ବଜ୍ରକାପ୍ତା କାତି ବି ସିଜ୍ ହୋଇଛି। ଆଉ ଏସବୁର ସରଦାର ହେଉଛନ୍ତି ଜଣେ ଜଣେ କାର୍ପଟଦାର୍, ଯେଉଁମାନେ ଏସବୁ ଜୀବଜନ୍ତୁଙ୍କୁ ଶିକାର ସହ ଚଳାଇଥିଲେ ଚୋରାଚାଲାଣର ନେଟୱର୍କ। କିଏ ଗଜପତି ଜିଲ୍ଲା ମୋହନା ଅଞ୍ଚଳର ତ କିଏ ଆର ଉଦୟଗିରି, ତ ଆଉ କିଏ ରାୟଗଡର। ହେଲେ କିଙ୍ଗପିନ୍ ଏବେ ବି ଫେରାର। ଯାହାକୁ ଧରିବା ପାଇଁ ଜାଲ ବିଛାଇଛି ବନ ବିଭାଗ।

ବନ୍ୟପ୍ରାଣୀ ପିସିସିଏଫଙ୍କ କହିବା କଥା, ଚୀନ ହେଉ କି ତାଇୱାନ, ଦକ୍ଷିଣ-ପୂର୍ବ ଦେଶଗୁଡ଼ିକରେ ବାଘ ହାଡ଼ ଓ ଚର୍ବିରୁ ପ୍ରସ୍ତୁତ ତେଲର ଚାହିଦା ରହିଥାଏ। ଏପରିକି ବାଘ ଚମଡ଼ା, ନଖ ଆଦି ରଖି ନିଜର ସଉକ ମେଣ୍ଟାଇଥାନ୍ତି ଅନେକ ଲୋକ। ଏସବୁ ସମ୍ଭାବ୍ୟ କାରଣ ପାଇଁ ବାଘ ଶୀକାର ସହ କାମ କରୁଛି ଆନ୍ତଃରାଜ୍ୟ ବନ୍ୟପ୍ରାଣୀ ଅଙ୍ଗ ତସ୍କରୀ ରାକେଟ୍। ଯାହାର ନେଟୱର୍କକୁ ମୂଳପୋଛ ପାଇଁ ବନବିଭାଗ ଏବେ ସ୍ବତନ୍ତ୍ର ରଣନୀତି ତିଆରି କରିଛି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନସ ବା AI ସହାୟତାରେ ଚାଲିଛି ଶିକାରୀ ଦମନ। ଜଙ୍ଗଲରେ ଖଞ୍ଜାଯାଇଛି ଇନଫ୍ରାରେଡ୍ କ୍ୟାମେରା। ଯାହା ବିନା ଫ୍ଲାସରେ ଉଠାଉଛି ଶିକାରୀଙ୍କ ଫଟୋ। ଏବେ ଶିମିଳିପାଳରେ ଏହି ଟେକ୍ନୋଲୋଜି ବ୍ୟବହାର କରାଯାଇଥିବାବେଳେ ଆଗକୁ ଅନ୍ୟ ଅଭୟାରଣ୍ୟ ସହ ସଂରକ୍ଷିତ ଜଙ୍ଗଲ ଗୁଡ଼ିକରେ ଏହି ପଦ୍ଧତି ଆପଣାଯିବ ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍।

Advertisment

ଓଡ଼ିଶାରେ ବନ୍ୟପ୍ରାଣୀ ଅଙ୍ଗତସ୍କରୀ ଏବଂ କଲରାପତରିଆ ଚମଡ଼ା ରାକେଟ୍ ନୂଆ ନୁହେଁ। ୨୦୨୦ ନଭେମ୍ବର। ରାଜଧାନୀର ଛାତି ଉପରେ ଡିଲ୍ ବେଳେ ଧରାପଡ଼ିଥିଲା ବାଘ ଛାଲ ସହ ଅଭିଯୁକ୍ତ। ୨୦୨୧ ଜୁଲାଇ। କଳାହାଣ୍ଡିରେ ଧରାପଡ଼ିଥିଲା ୬ଟି ବାଘ ଛାଲ ସହ ନଖ ଏବଂ ଦାନ୍ତ। ଏହାସହ ରାକେଟରେ ସଂପୃକ୍ତ ୬ ଚାଲାଣକାରୀଙ୍କୁ ବାନ୍ଧିଥିଲା ପୋଲିସ। ୨୦୨୩ ଜୁଲାଇ, ବାରିପଦା ଓ ଶିମିଳିପାଳ ବନବିଭାଗ ମିଳିତ ଚଢାଉ କରି ୪ଟି କଲରାପତରିଆ ବାଘ ଛାଲକୁ ଜବତ ସହ ୩ ଜଣଙ୍କୁ ଗିରଫ କରିଥିଲା।

ତଥ୍ୟ କହୁଛି, ଗତ ୪ ବର୍ଷ ମଧ୍ୟରେ ଏଭଳି ଭାବେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରାୟ ୫୫ଟି କଲରାପତରିଆ ବାଘ ଛାଲ ଜବତ ହୋଇସାରିଲାଣି। ପ୍ରଶ୍ନ ଉଠୁଛି, ଜବତ ଚମଡ଼ା ଏବଂ ନଖ ଓଡ଼ିଶା ଜଙ୍ଗଲରେ ଥିବା ବାଘଙ୍କର ନା ରାଜ୍ୟ ବାହାରର ? ଓଡ଼ିଶା ଭିତରେ ରହି କିଏ କରୁଛି ଡିଲ୍ ? ରାକେଟ୍ ପଛରେ ମାଷ୍ଟରମାଇଣ୍ଡ କିଏ ?

Advertisment
Wildlife Smuggling Racket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ