ଆସୁମଲରୁ ଆଶାରାମ - ମଦ ବେପାରୀରୁ ଧର୍ମଗୁରୁ; କିପରି ଥିଲା ଯାତ୍ରା

ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଗୋଟିଏ ସମୟ ଥିଲା ଯେତେବେଳେ ଆଶାରାମ ଏକ ଚା’ ଷ୍ଟଲ୍ ଚଳାଉଥିଲେ। ଏହାପରେ ମଦ ବେପାର ଓ କ୍ଷୀର ଦୋକାନରେ ମଧ୍ୟ କାମ କରିଛନ୍ତି। ହେଲେ କିପରି ହେଲା ଆଧ୍ୟାତ୍ମିକ ଗୁରୁ ଆସନ୍ତୁ ଜାଣିବା।

ଆସୁମଲରୁ ଆଶାରାମ - ମଦ ବେପାରୀରୁ ଧର୍ମଗୁରୁ

ଦୁଇ ଭଉଣୀଙ୍କୁ ଦୁଷ୍କର୍ମ ମାମଲାରେ ଗାନ୍ଧିନଗର କୋର୍ଟ ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପୂର୍ବରୁ ଅନ୍ୟ ଏକ ବଳାତ୍କାର ମାମଲାରେ ସେ ଯୋଧପୁରରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ଆଶାରାମଙ୍କୁ ଅଗଷ୍ଟ ୨୦୧୩ରେ ଇନ୍ଦୋରରୁ ଗିରଫ କରାଯାଇଥିଲା।

ଗୋଟିଏ ସମୟ ଥିଲା ଯେତେବେଳେ ଆଶାରାମ ଏକ ଚା’ ଷ୍ଟଲ୍ ଚଳାଉଥିଲେ। ଲୋକମାନେ ସେତେବେଳେ ତାଙ୍କୁ ଅସୁମାଲ ନାମରେ ଜାଣିଥିଲେ। ତେବେ ସେଠାରୁ ବାବା ହେବାର ଯାତ୍ରା ବା ଆସୁମଲରୁ ଆଶାରାମ ହେବାର କାହାଣୀ କ’ଣ ଆସନ୍ତୁ ଜାଣିବା।

ଜନ୍ମ ଓ ପିଲାଦିନ:

ଆଶାରାମ ୧୭ ଏପ୍ରିଲ ୧୯୪୨ରେ ବରାନି ଗ୍ରାମ ନବାବଶାହ (ବର୍ତ୍ତମାନ ପାକିସ୍ଥାନରେ)ରେ ଜଣେ ବ୍ୟବସାୟୀ ଥିଓମାଲ ସିରୁମଲାନୀ ଏବଂ ମେହଗି ବା’ଙ୍କଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ନାଁ ଆସୁମଲ୍ ରଖାଯାଇଥିଲା। ଭାରତ-ପାକିସ୍ତାନ ବିଭାଜନ ବେଳେ ଆସୁମଲଙ୍କ ପରିବାର ଭାରତ ପଳେଇ ଆସିଥିଲେ।

ପରିବାର ଅହମ୍ମଦାବାଦ ନିକଟ ମଣିନଗରରେ ବସବାସ କରିଥିଲେ, କିନ୍ତୁ ଆସୁମଲଙ୍କ ବାପାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ ପିଲାଦିନେ ପରିବାରର ଦାୟିତ୍ୱ ଆସୁମଲଙ୍କ ଉପରେ ପଡ଼ିଲା। ସେ ମେହସାଣାର ବିଜୟପୁରକୁ ଚାଲିଗଲେ, ଯାହାର ଅଧିକାଂଶ ଅଂଶ ସେତେବେଳେ ମୁମ୍ବାଇରେ ଥିଲା। ଗୁଜୁରାଟ ମଧ୍ୟ ଏହି ରାଜ୍ୟର ଏକ ଅଂଶ ଥିଲା। ଏହା ପ୍ରାୟ ୧୯୫୮-୫୯ର ସମୟ।

ଚା’ ଦୋକାନରେ କାମ:

ଆଜି ବି ବିଜୟପୁରରେ ଏପରି ଏକ ଚା’ ଦୋକାନ ଅଛି, ଯାହା ମାଜିଷ୍ଟ୍ରେଟ୍‌ଙ୍କ କାର୍ଯ୍ୟାଳୟ ବାହାରେ ଥିଲା। ଏହି ଚା’ ଦୋକାନ ଆଜି ବି ଅଛି। ଯେଉଁମାନେ ଆସୁମଲଙ୍କୁ ଜାଣନ୍ତି ସେମାନେ କୁହନ୍ତି ଯେ ଥରେ ଆସୁମଲ ଏହି ଦୋକାନରେ ବସୁଥିଲେ। ଏହି ଦୋକାନ ଆସୁମଲଙ୍କ ସମ୍ପର୍କୀୟ ସେବକ ରାମଙ୍କର ଥିଲା।

ଯେଉଁମାନେ ଜାଣନ୍ତି ସେମାନେ କୁହନ୍ତି ଯେ ଆସୁମଲ ଦୀର୍ଘ ଦିନ ଧରି ଏକ ଚା’ ଦୋକାନ ଚଳାଉଥିଲେ। ସେହି ସମୟରେ ସେ ଲମ୍ବା ଦାଢି ରଖିବା ଆରମ୍ଭ କଲେ। ସେଠାରେ ରହୁଥିବା ଅନେକ ବୟସ୍କ ବ୍ୟକ୍ତି ସେହି ସମୟକୁ ଭୁଲି ନାହାଁନ୍ତି।

ହତ୍ୟା ମାମଲାରେ ଅଭିଯୁକ୍ତ:

ବିବାଦ ସହିତ ଅଶାରାମଙ୍କ ସଂପର୍କ ବହୁ ପୁରୁଣା। ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ୧୯୫୯ ମସିହାରେ ଆସୁମଲ ଏବଂ ତାଙ୍କ ସମ୍ପର୍କୀୟମାନେ ମଦ୍ୟପାନ କରି ହତ୍ୟା କରୁଥିବା ଅଭିଯୋଗ କରିଥିଲେ। ତେବେ ପ୍ରମାଣ ଅଭାବରୁ ଆସୁମଲ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ।

ମଦ ବିକ୍ରି କରି ବିପୁଳ ଲାଭ:

କୁହାଯାଏ ଯେ ହତ୍ୟା ଅଭିଯୋଗରେ ନିର୍ଦ୍ଦୋଷରେ ଖଲାସ ହେବା ପରେ ଆସୁମଲ ବିଜୟପୁର ଛାଡିଥିଲେ। ଅହମ୍ମଦାବାଦର ସର୍ଦ୍ଦାରନଗରରକୁ ଚାଲିଆସିଥିଲେ। ଏହି ସମୟ ଥିଲା ୬୦ ଦଶକର। କାଡୁଜୀ ଠାକୁର କରିଛନ୍ତି ଯେ ସେ ଏବଂ ଆସୁମାଲ ଏକଦା ବନ୍ଧୁ ଥିଲେ।

କାଡୁଜୀଙ୍କ କହିବା କଥା ଆସୁମଲ ସେତେବେଳେ ମଦ ବ୍ୟବସାୟ କରୁଥିଲେ। ଏହି ବ୍ୟବସାୟରେ ଆସୁମଲଙ୍କର ଚାରିଜଣ ପାର୍ଟନର ଜମରମଲ, ନାଥୁମଲ, ଲଚ୍‌ରାନୀ ଏବଂ କିଶନ ମାଲ ଥିଲେ। ଏମାନେ ସମସ୍ତେ ସିନ୍ଧି ଥିଲେ। କାଡୁଜୀଙ୍କ କହିବାନୁସାରେ, ସମସ୍ତେ ତାଙ୍କ ଦୋକାନରୁ ମଦ କିଣୁଥିଲେ, ଯାହାକୁ ଆସୁମଲ ବଜାରରେ ବିକ୍ରି କରି ପ୍ରଚୁର ଲାଭ କରୁଥିଲେ।

(ବିଗତ ଦିନରେ ଆଶାରାମ ବାପୁ)

ଦୁଗ୍ଧ ଦୋକାନରେ କାମ ଏବଂ ଅଦୃଶ୍ୟ:

କାଡୁଜୀ ଆହୁରି କହିଛନ୍ତି ଯେ ସେ ଆସୁମଲଙ୍କର ଏହି ଅତୀତକୁ ଭୁଲି ପାରିବେ ନାହିଁ। ମଦ କିଣିବା ପାଇଁ ଆସୁମଲ ଧଳା ପୋଷାକ ଏବଂ ନୀଳ ଶାର୍ଟ ପିନ୍ଧି ତାଙ୍କ ଦୋକାନକୁ ଆସୁଥିଲେ। ସେ କେବଳ ତାଙ୍କ କାନ୍ଧରେ ପୁରା ଗ୍ୟାଲନ୍ ମଦ ବୋହି ନେଉଥିଲେ।

ଯେଉଁମାନେ ତାଙ୍କୁ ଜାଣନ୍ତି ସେମାନଙ୍କ ଅନୁଯାୟୀ, ତିନି-ଚାରି ବର୍ଷ ପର୍ଯ୍ୟନ୍ତ ମଦ ବ୍ୟବସାୟ କରିବା ପରେ ଆସୁମଲ ଏହି କାମ ଛାଡିଦେଇଥିଲେ। ତା’ପରେ ସେ ମାତ୍ର ୩୦୦ଟଙ୍କା ପାଇଁ ଏକ ଦୁଗ୍ଧ ଦୋକାନରେ କାମ କରିବା ଆରମ୍ଭ କଲେ। ଏହାର କିଛି ଦିନ ପରେ ସେ କୁଆଡେ ଅଦୃଶ୍ୟ ହୋଇଗଲେ।

ଆଶାରାମ ହୋଇ ସାମ୍ନାକୁ ଆସିଲେ:

ବହୁ ବର୍ଷ ପରେ ଆସୁମଲ ଏ ଦୁନିଆ ସାମ୍ନାକୁ ଆସିଲେ, କିନ୍ତୁ ଆଶାରାମ ହୋଇ। ପୂର୍ବରୁ ଯିଏ ବିଭିନ୍ନ ଆଧ୍ୟାତ୍ମିକ ପ୍ରବଚନ ଦେଉଥିଲେ ବର୍ତ୍ତମାନ ଦୁଷ୍କର୍ମ ଓ ହତ୍ୟା ଭଳି ଅନେକ ଅଭିଯୋଗରେ ଜେଲ୍‌ର ବାର୍ ପଛରେ ଅଛନ୍ତି। ତେବେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ଏବେ ତାଙ୍କୁ ଦଣ୍ଡ ଦିଆଯାଉଛି। ଏବେ ଜେଲ୍‌ରୁ ବାହାରିବା ଏବଂ ନିର୍ଦ୍ଦୋଷରେ ଖଲାସ ହେବାର କୌଣସି ସମ୍ଭାବନା ନାହିଁ।

କିପରି ହେଲେ ଆଧ୍ୟାତ୍ମିକ ଗୁରୁ:

ପ୍ରଶ୍ନ ହେଉଛି, ଜଣେ ସାଧାରଣ ଚା’ ବାଲାରୁ ଆସମଲ କିପରି ଆଧ୍ୟାତ୍ମିକ ଗୁରୁ ଆଶାରାମ ହୋଇଗଲେ? ଏହି କାହାଣୀ ୭୦ ଦଶକରେ ଆରମ୍ଭ ହୋଇଥିଲା। କୁହାଯାଏ ଯେ ଆଧ୍ୟାତ୍ମିକତା ଆଡକୁ ମୁହାଁଇବା ପୂର୍ବରୁ ସେ ଅନେକ ପ୍ରକାରର ବ୍ୟବସାୟରେ ନିଜ ଚେଷ୍ଟା କରିଥିଲେ। କିନ୍ତୁ ପ୍ରଶ୍ନ ମଧ୍ୟ ହେଉଛି ଆସୁମଲ କାହିଁକି ଆଧ୍ୟାତ୍ମିକତା ଆଡ଼କୁ ଯିବାକୁ ସ୍ଥିର କଲେ?

ଜଣା ନଥିଲା ପ୍ରବଚନ:

ପ୍ରକୃତରେ, ଆସୁମଲଙ୍କ ମା’ ଆଧ୍ୟାତ୍ମିକ ପ୍ରକୃତିର ଥିଲେ। କୁହାଯାଏ ଯେ ତାଙ୍କ ମା’ଙ୍କର ପ୍ରଭାବ ହିଁ ତାଙ୍କୁ ଆଧ୍ୟାତ୍ମିକତା ଆଡକୁ ଟାଣି ନେଇଥିଲା। ଆସୁମଲ ପ୍ରଥମେ କିଛି ତାନ୍ତ୍ରିନଙ୍କ ସଂସ୍ପର୍ଶରେ ଆସିଥିଲେ। ଆସୁମଲ ସେହି ତାନ୍ତ୍ରିକମାନଙ୍କଠାରୁ ସମ୍ମୋହନ ବିଦ୍ୟା ଶିଖିଥିଲେ। ସେ ମଧ୍ୟ ପ୍ରବଚନ ଦେବା ଆରମ୍ଭ କରିଥିଲେ, କିନ୍ତୁ ସେତେବେଳେ ସେ ଏହି କଳାରେ ସମ୍ପୂର୍ଣ୍ଣ ପାରଦର୍ଶୀ ନଥିଲେ। ଆଧ୍ୟାତ୍ମିକତା କ୍ଷେତ୍ରରେ ତାଙ୍କ ମାମଲା ଜମିଲା। ଜନତା ଏବଂ ଭକ୍ତମାନେ ତାଙ୍କୁ ବାପୁଜୀ ବୋଲି କହିବା ଆରମ୍ଭ କଲେ। ତେବେ ଆସୁମଲ ଆଧ୍ୟାତ୍ମିକତା ଆଡକୁ ମୁହାଁଇଥିବାର ଦେଖି ତାଙ୍କ ପରିବାର ଚିନ୍ତିତ ହେଲେ। ଫଳରେ ତାଙ୍କ ବିବାହ ସ୍ଥିର କରିଦିଆଗଲା।

ଆଶାରାମଙ୍କ ଅଫିସିଆଲ ୱେବସାଇଟ୍ ଅନୁଯାୟୀ, ବିବାହକୁ ଏଡ଼ାଇବା ପାଇଁ ଆସୁମଲ ଘରୁ ପଳେଇଥିଲେ। ପରିବାର ସଦସ୍ୟମାନେ ତାଙ୍କୁ ୮ ଦିନ ପରେ ଭରୂଚର ଏକ ଆଶ୍ରମରେ ଭେଟିଥିଲେ। ଶେଷରେ ଆସୁମଲଙ୍କୁ ପରିବାର ଆଗରେ ନତମସ୍ତକ ହେବାକୁ ପଡିଲା। ସେ ଲକ୍ଷ୍ମୀ ଦେବୀଙ୍କୁ ବିବାହ କରିଥିଲେ।

ନୂଆ ପରିଚୟରେ ପରିଚିତ:

ତେବେ ଆଧ୍ୟାତ୍ମିକତା ଉପରେ ଆସୁମଲଙ୍କ ଆଗ୍ରହ କମି ନଥିଲା। ଆସୁମଲ ଗୁରୁ ଖୋଜୁଥିଲେ। ଗୁଜୁରାଟର ବନାସକାଣ୍ଠା ଜିଲ୍ଲାରେ ଏହି ସନ୍ଧାନ ଶେଷ ହୋଇଥିବା କୁହାଯାଏ। ଆସୁମଲ ଲୀଲାଶାହ ବାପୁ ନାମରେ ଏକ ଗୁରୁ ପାଇଲେ।

ଯେଉଁମାନେ ଆସୁମଲଙ୍କ ଅତୀତ ଜାଣନ୍ତି ସେମାନଙ୍କ ଅନୁଯାୟୀ ସେ ଲୀଲାଶାହ ବାପୁଙ୍କ ସହ କିଛି ଦିନ ରହିଲେ। ଏଠାରେ ତାଙ୍କ ନାମ ଆସୁମାଲରୁ ଆଶାରାମରେ ବଦଳିଗଲା। ଏକ ନୂଆ ନାମ ଏବଂ ଏକ ନୂଆ ପରିଚୟ ସହିତ ଆଶାରାମ ଶେଷରେ ଅହମ୍ମଦାବାଦର ମୋଟେରାକୁ ଆସିଲେ।

(ଆଶାରାମଙ୍କ ଆଧ୍ୟାତ୍ମିକ ଦୁନିଆକୁ ପ୍ରବେଶ)

ବଢିଲେ ଭକ୍ତ, ବଢିଲା ଆଶ୍ରମ:

ଆଶାରାମ ସାବରମତି ନଦୀ କୂଳରେ ଏକ ଚାଲ ଛପର ଆଶ୍ରମ ତିଆରି କଲେ। ଧୀରେ ଧୀରେ ଆଶାରାମ ତାଙ୍କ ବକ୍ତବ୍ୟରେ ଲୋକପ୍ରିୟ ହେବାକୁ ଲାଗିଲେ। ଭକ୍ତମାନେ ତାଙ୍କ ସହ ଯୋଗଦେବା ଆରମ୍ଭ କଲେ। ତା’ପରେ ସମୟ ଆସିଲା ଯେତେବେଳେ ଆଶାରାମ ଟେଲିଭିଜନରେ ମଧ୍ୟ ଦେଖାଯିବା ଆରମ୍ଭ କଲେ। ଟେଲିଭିଜନରେ ତାଙ୍କର ବକ୍ତବ୍ୟ ଲୋକପ୍ରିୟ ହେବାକୁ ଲାଗିଲା। ସମଗ୍ର ଦେଶରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲା।

ବର୍ତ୍ତମାନ ଦେଶରେ ବ୍ୟାପିଥିବା ତାଙ୍କ ଆଶ୍ରମ ସଂଖ୍ୟା ମଧ୍ୟ ୪୦୦ରେ ପହଞ୍ଚିଛି। ଆଶାରାମ ଦେଶର ବଡ ଆଧ୍ୟାତ୍ମିକ ଗୁରୁ ଶ୍ରେଣୀରେ ସାମିଲ ହୋଇଗଲେ।