Odisha sees 1193 new corona positive cases
ଭୁବନେଶ୍ୱର: ରାଜ୍ୟରେ ପୁଣି ୧୧ଶହ ଉପରକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅଗଷ୍ଟ ୧୨ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୧୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍ରୁ ୬୯୫ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୪୯୮ ରହିଛି। ଅଗଷ୍ଟ ୧୧ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୧୦୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କ୍ୱାରେଣ୍ଟିନ୍ରୁ ୬୪୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୪୬୧ ଥିଲା। ଖୋର୍ଦ୍ଧାରେ ସଂକ୍ରମଣ ଥମିବାର ନାଁ ଧରୁ ନାହିଁ। ପ୍ରତ୍ୟେକ ଦିନ ଖୋର୍ଦ୍ଧାରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଯାହାକି ସବୁଠାରୁ ଚିନ୍ତାଜନକ ବିଷୟ। ଖୋର୍ଦ୍ଧାରୁ ୪୨୫ ନୂଆ ପଜିଟିଭ୍ ହୋଇଛନ୍ତି। କଟକରୁ ୧୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୪୯, ବାଲେଶ୍ୱରରୁ ୬୯, ବରଗଡ଼ରୁ ୧୦, ଭଦ୍ରକରୁ ୧୫, ବଲାଙ୍ଗିରରୁ ୯, ବୌଦ୍ଧରୁ ୩, କଟକରୁ ୧୬୧, ଦେବଗଡ଼ରୁ ୫, ଢେଙ୍କାନାଳରୁ ୩୧, ଗଜପତିରୁ ୨, ଗଞ୍ଜାମରୁ ୧୩, ଜଗତସିଂହପୁରରୁ ୫୬, ଯାଜପୁରରୁ ୫୦, ଝାରସୁଗୁଡ଼ାରୁ ୧୦, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୨୯, କେନ୍ଦୁଝରରୁ ୨୦, ଖୋର୍ଦ୍ଧାରୁ ୪୨୫, କୋରାପୁଟରୁ ୪, ମାଲକାନଗିରିିରୁ ୩, ମୟୂରଭଞ୍ଜରୁ ୨୨, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୩୯, ନୂଆପଡ଼ାରୁ ୨, ପୁରୀରୁ ୩୪, ରାୟଗଡ଼ାରୁ ୯, ସମ୍ବଲପୁରରୁ ୧୧, ସୁନ୍ଦରଗଡ଼ରୁ ୧୦ ଓ ଷ୍ଟେଟପୁଲରୁ ୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
6. Boudh: 3
7. Cuttack: 161
8. Deogarh: 5
9. Dhenkanal: 31
10. Gajapati: 2
11. Ganjam: 13
12. Jagatsinghpur: 56
13. Jajpur: 50
14. Jharsuguda: 10
15. Kandhamal: 4
16. Kendrapada: 29
17. Keonjhar: 20
18. Khurda: 425
19. Koraput: 4
20. Malkangiri: 3
21. Mayurbhanj: 22
— I & PR Department, Odisha (@IPR_Odisha) August 13, 2021
22. Nawarangpur: 2
23. Nayagarh: 39
24. Nuapada: 2
25. Puri: 34
26. Rayagada: 9
27. Sambalpur: 11
28. Sundargarh: 10
29. State Pool: 96New recoveries: 1177
Cumulative tested: 16888487
Positive: 992375
Recovered: 974756
Active cases: 10809
— I & PR Department, Odisha (@IPR_Odisha) August 13, 2021
ସେହିପରି ରାଜ୍ୟରେ ଆଉ ୬୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ବରଗଡ଼ରୁ ୧୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ, କଟକରୁ ୧୧, ବଲାଙ୍ଗିରରୁ ୬, ଅନୁଗୁଳରୁ, ଜଗତସିଂହପୁର ଓ ସମ୍ବଲପୁରରୁ ୫ ଜଣ ଲେଖାଏ, ଦେବଗଡ଼ରୁ ୪, ଢେଙ୍କାନାଳ ଓ ଯାଜପୁରରୁ ୩ ଜଣ ଲେଖାଏ, ବାଲେଶ୍ୱର ଓ ଝାରସୁଗୁଡ଼ାରୁ ୨ ଜଣ ଲେଖାଏ ଓ ଭଦ୍ରକରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬,୭୫୭ରେ ପହଞ୍ଚିଛି।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯,୯୨,୩୭୫ରେ ପହଞ୍ଚିଛି। ତେବେ ଆକ୍ଟିଭ୍ କେସ୍ ୧୦,୮୦୯ ଥିବାବେଳେ ୯,୭୪,୭୫୬ ଜଣ ସୁସ୍ଥ ହୋଇଛନ୍ତି।
Also Read
ଅନ୍ୟପକ୍ଷେ, କରୋନାର ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବା ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆଗୁଆ ସତର୍କତାମୂଳକ ପଦକ୍ଷେପ ନେଇଛି। ଜନ୍ମରୁ ୧୮ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ଟିକାକରଣ ହୋଇନଥିବାରୁ ତୃତୀୟ ଲହରରେ ସେମାନେ ଅଧିକ ଆକ୍ରାନ୍ତ ହେବା ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଆକଳନ ପରେ ଏହାର ମୁକାବିଲା ପାଇଁ ତତ୍ପର ହୋଇପଡିଛି ସ୍ୱାସ୍ଥ୍ୟ ବିଭାଗ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1628824782.jpg)

