Advertisment

ସମ୍ଭାବ୍ୟ କରୋନାର ତୃତୀୟ ଲହରକୁ ନେଇ ପ୍ରସ୍ତୁତ ହେଉଛନ୍ତି ସରକାର

ଶିଶୁ ରୋଗ ସମ୍ପର୍କିତ ଯେତେ ସମସ୍ୟା ଆସିବ ସେ ସବୁ ତାଲିକାଭୁକ୍ତ ହେବ। ଶୂନରୁ ୧୮ବର୍ଷ ପିଲାଙ୍କର ଥଣ୍ଡା ଓ କାଶ ଭଳି ଲକ୍ଷଣ ଥିବା ରୋଗୀ ଆସିଲେ ସେମାନଙ୍କ ସ୍ୱାବ୍‌ ଟେଷ୍ଟ କରାଯାଇ ଆରଟିପିସିଆର ଟେଷ୍ଟିଂ ହେବ। ଏହାସହ ସନ୍ଦିଗ୍ଧ କରୋନା ଆକ୍ରାନ୍ତ ଶିଶୁଙ୍କୁ ରାଜ୍ୟର ଯେ କୌଣସି ସ୍ଥାନରେ ବି ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଯିବ ବୋଲି ସୂଚନା ମିଳିଛି।

ଦେଶରେ କମୁଛି ସଂକ୍ରମଣ: ୨୪ ଘଂଟାରେ ୩୦,୫୪୯ ଆକ୍ରାନ୍ତ ହେଲେ ଚିହ୍ନଟ

corona virus

Advertisment

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବା ଆଶଙ୍କାକୁ ଦେଖି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଆଗୁଆ ସତର୍କତାମୂଳକ ପଦକ୍ଷେପ ନେଇଛି। ଜନ୍ମରୁ ୧୮ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ଟିକାକରଣ ହୋଇନଥିବାରୁ ତୃତୀୟ ଲହରରେ ସେମାନେ ଅଧିକ ଆକ୍ରାନ୍ତ ହେବା ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଆକଳନ ପରେ ଏହାର ମୁକାବିଲା ପାଇଁ ତତ୍ପର ହୋଇପଡିଛି ସ୍ୱାସ୍ଥ୍ୟ ବିଭାଗ।

Advertisment

ଏଥିପାଇଁ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ ମହାପାତ୍ର ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ୪ ସୂତ୍ରୀ ଫର୍ମୁଲା ଆପଣାଇବାକୁ ଚିଠି ଲେଖିଛନ୍ତି। ସ୍ଥିତି ଅନୁଧ୍ୟାନ ଓ ପର୍ଯ୍ୟବେକ୍ଷଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ଗଠନ ହେବ। ଯେଉଁଥିରେ CDMO, PHO, ଜିଲ୍ଲା ସ୍ୱାସ୍ଥ୍ୟ ଅଧତ୍କାରୀ ଓ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ସଦସ୍ୟ ରହିବେ। କମିଟି ନିୟମିତ ଭାବେ ସ୍ଥିତି ଅନୁଧ୍ୟାନ କରିବ ଓ ସପ୍ତାହକରେ ଜିଲ୍ଲାପାଳ ସମୀକ୍ଷା କରିବେ।

ଶିଶୁ ରୋଗ ସମ୍ପର୍କିତ ଯେତେ ସମସ୍ୟା ଆସିବ ସେ ସବୁ ତାଲିକାଭୁକ୍ତ ହେବ। ଶୂନରୁ ୧୮ବର୍ଷ ପିଲାଙ୍କର ଥଣ୍ଡା ଓ କାଶ ଭଳି ଲକ୍ଷଣ ଥିବା ରୋଗୀ ଆସିଲେ ସେମାନଙ୍କ ସ୍ୱାବ୍‌ ଟେଷ୍ଟ କରାଯାଇ ଆରଟିପିସିଆର ଟେଷ୍ଟିଂ ହେବ। ଏହାସହ ସନ୍ଦିଗ୍ଧ କରୋନା ଆକ୍ରାନ୍ତ ଶିଶୁଙ୍କୁ ରାଜ୍ୟର ଯେ କୌଣସି ସ୍ଥାନରେ ବି ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଯିବ ବୋଲି ସୂଚନା ମିଳିଛି। ଆରଟିପିସିଆର ଟେଷ୍ଟ ରିପୋର୍ଟ ଆସିନଥିଲେ ବି ଶିଶୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବାରେ ଯେପରି କୌଣସି ଅସୁବିଧା ନହୁଏ ତାଉପରେ ବି ଗୁରୁତ୍ୱ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ। ଏଥିସହ ଶିଶୁମାନଙ୍କ ପାଇଁ ମେଡିକାଲରେ ୫୦ ପ୍ରତିଶତ ଆଇସିୟୁ, ପିଆଇସିୟୁ ଓ ଏନଆଇସିୟୁ ପ୍ରସ୍ତୁତ କରି ରଖିବାକୁ ଚିଠିରେ ଉଲ୍ଲେଖ କରିଛନ୍ତ।

Advertisment

ସେପଟେ, ଦ୍ୱିତୀୟ ଲହରରେ ଓଡ଼ିଶାର ପିକ ଲୋଡ଼ ୧୦ ହଜାର ଥିଲା। ତୃତୀୟ ଲହରରେ ଯଦି ରାଜ୍ୟରେ ଏହି ପିକ ଲୋଡ଼ ରହେ, ଓଡ଼ିଶାରେ ଆମକୁ ୬ଶହ ପେଡ଼ିଆଟ୍ରିକ ବେଡ୍ ଦରକାର ବୋଲି କେନ୍ଦ୍ର ହିସାବ କହୁଛି। କିନ୍ତୁ ଶିଶୁଙ୍କ ଲାଗି ୩ ହଜାର ବେଡ଼ ବ୍ୟବସ୍ଥା ଲାଗି ରାଜ୍ୟସ୍ତରରେ ନିଷ୍ପତ୍ତି ହୋଇଛି। ସେଥିରୁ ୨୫୦ ICU ବେଡ଼ ରହିବ। ସମସ୍ତ ବେଡ୍ ବିଭିନ୍ନ ହସ୍ପିଟାଲ, ମେଡିକାଲ କଲେଜରେ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶାରେ କେବେ ବି ଅକ୍ସିଜେନ ସମସ୍ୟା ନଥିଲା, ପର୍ଯ୍ୟାପ୍ତ ଅକ୍ସିଜେନ ରହିଛି ପୂର୍ବରୁ ରାଜ୍ୟର କୌଣସି ଜିଲ୍ଲାରେ LMO ଓ PSO ପ୍ଲାଣ୍ଟ ନଥିଲା। ପିଲାମାନଙ୍କ ସ୍ୱତନ୍ତ୍ର ଚିକିତ୍ସା ଲାଗି ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ୩୬ଟି ଉପକରଣ, ୨୯ରୁ ୩୦ ପ୍ରକାର ଔଷଧ କିଣିବା ନେଇ OSMCL ବନ୍ଦୋବସ୍ତ କରୁଛି। ଏଥିଲାଗି ୩୦ କୋଟି ଟଙ୍କାର ବ୍ୟୟ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ।

Advertisment
Odisha Coronavirus COVID19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ