Advertisment

୩ୟ ଲହର ମୁକାବିଲା: ପ୍ରତି ଜିଲ୍ଲାରେ ଗଠନ ହେବ ଟାସ୍କଫୋର୍ସ

ସ୍ଥିତି ଅନୁଧ୍ୟାନ ଓ ପର୍ଯ୍ୟବେକ୍ଷଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ଗଠନ ହେବ। ଯେଉଁଥିରେ CDMO, PHO, ଜିଲ୍ଲା ସ୍ୱାସ୍ଥ୍ୟ ଅଧତ୍କାରୀ ଓ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ସଦସ୍ୟ ରହିବେ। କମିଟି ନିୟମିତ ଭାବେ ସ୍ଥିତି ଅନୁଧ୍ୟାନ କରିବ ଓ ସପ୍ତାହକରେ ଜିଲ୍ଲାପାଳ ସମୀକ୍ଷା କରିବେ।

ଅଦ୍ୟତନ ହୋଇଛି
୩ୟ ଲହର ମୁକାବିଲା:  ପ୍ରତି ଜିଲ୍ଲାରେ ଗଠନ ହେବ ଟାସ୍କଫୋର୍ସ

Covid Test

Advertisment

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବା ଆଶଙ୍କାକୁ ଦେଖି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଆଗୁଆ ସତର୍କତାମୂଳକ ପଦକ୍ଷେପ। ଶୂନରୁ ୧୮ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ଟିକାକରଣ ହୋଇନଥିବାରୁ ତୃତୀୟ ଲହରରେ ସେମାନେ ଅଧିକ ଆକ୍ରାନ୍ତ ହେବା ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଆକଳନ ପରେ ଏହାର ମୁକାବିଲା ପାଇଁ ତତ୍ପର ହୋଇପଡିଛି ସ୍ୱାସ୍ଥ୍ୟ ବିଭାଗ। ଏଥିପାଇଁ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ ମହାପାତ୍ର ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ୪ ସୂତ୍ରୀ ଫର୍ମୁଲା ଆପଣାଇବାକୁ ଚିଠି ଲେଖିଛନ୍ତି।

Advertisment

ସ୍ଥିତି ଅନୁଧ୍ୟାନ ଓ ପର୍ଯ୍ୟବେକ୍ଷଣ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ଗଠନ ହେବ। ଯେଉଁଥିରେ CDMO, PHO, ଜିଲ୍ଲା ସ୍ୱାସ୍ଥ୍ୟ ଅଧତ୍କାରୀ ଓ ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ସଦସ୍ୟ ରହିବେ। କମିଟି ନିୟମିତ ଭାବେ ସ୍ଥିତି ଅନୁଧ୍ୟାନ କରିବ ଓ ସପ୍ତାହକରେ ଜିଲ୍ଲାପାଳ ସମୀକ୍ଷା କରିବେ। ଶିଶୁ ରୋଗ ସମ୍ପର୍କିତ ଯେତେ ସମସ୍ୟା ଆସିବ ସେ ସବୁ ତାଲିକାଭୁକ୍ତ ହେବ। ଶୂନରୁ ୧୮ବର୍ଷ ପିଲାଙ୍କର ଥଣ୍ଡା ଓ କାଶ ଭଳି ଲକ୍ଷଣ ଥିବା ରୋଗୀ ଆସିଲେ ସେମାନଙ୍କ ସ୍ବାବ୍ ଟେଷ୍ଟ କରାଯାଇ ଆରଟିପିସିଆର ଟେଷ୍ଟିଂ ହେବ।

ସନ୍ଦିଗ୍ଧ କରୋନା ଆକ୍ରାନ୍ତ ଶିଶୁଙ୍କୁ ରାଜ୍ୟର ଯେ କୌଣସି ସ୍ଥାନରେ ବି ସ୍ୱାସ୍ଥ୍ୟ ସେବା ଉପଲବଧ କରାଯିବ। ଆରଟିପିସିଆର ଟେଷ୍ଟ ରିପୋର୍ଟ ଆସିନଥିଲେ ବି ଶିଶୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବାରେ ଯେପରି କୌଣସି ଅସୁବିଧା ନହୁଏ ତାଉପରେ ବି ଗୁରୁତ୍ୱ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ। ଏଥିସହ ଶିଶୁମାନଙ୍କ ପାଇଁ ମେଡିକାଲରେ ୫୦ ପ୍ରତିଶତ ଆଇସିୟୁ, ପିଆଇସିୟୁ ଓ ଏନଆଇସିୟୁ ପ୍ରସ୍ତୁତ କରି ରଖିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି।

Advertisment
Odisha News Corona Vaccine
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ