ଭୟଙ୍କର ହେଉଛି ସଂକ୍ରମଣ ! ସୁରକ୍ଷା ଦେଇପାରିବ ମାସ୍କ, ହେଲେ କେଉଁ ମାସ୍କ ସବୁଠୁ ଭଲ ?

ଓମିକ୍ରନ୍‌ ଭ୍ୟାରିଆଣ୍ଟ ତଥା କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଉଛି ।

Mask

ସାରା ବିଶ୍ୱରେ ଏବେ କରୋନା କହର । ସମସ୍ତଙ୍କ ମନରେ କରୋନା ସଂକ୍ରମଣ ନେଇ ଭରି ରହିଛି ଭୟ । କାରଣ ଗତ ଥର ଅପେକ୍ଷା ଏଥରର ଓମିକ୍ରନ୍‌ ଭ୍ୟାରିଏଣ୍ଟ ଅଧିକ ସଂକ୍ରାମକ କ୍ଷମତା ବହନ କରୁଛି । ତେବେ ଏହି ଓମିକ୍ରନ୍‌ ଭ୍ୟାରିଆଣ୍ଟ ତଥା କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଉଛି । ହେଲେ ବିଶେଷଜ୍ଞଙ୍କ କହିବା କଥା କରୋନା ଭୂତାଣୁ ଏତେ କ୍ଷୁଦ୍ର ଯେ, ତାକୁ ସାଧାରଣ ମାସ୍କ ଶରୀର ଭିତରେ ପଶିବାକୁ ଅଟକାଇ ପାରିବ ନାହିଁ । 

ବିଶେଷଜ୍ଞଙ୍କ କହିବାନୁଯାୟୀ:-

କନା ମାସ୍କ ପ୍ରାୟତଃ କାମ ଦେବ ନାହିଁ ।

ସର୍ଜିକାଲ ମାସ୍କ ଅନେକ ଜୀବାଣୁ ଭୂତାଣୁକୁ ଅଟକାଇ ଥାଏ । 
କରୋନା ଭୂତାଣୁ ଏତେ କ୍ଷୁଦ୍ର ଯେ, ତାକୁ ସର୍ଜିକାଲ ମାସ୍କ ବି ଅଟକାଇ ପାରିବନି ।
ଆଉ ଏକ ମାସ୍କ ହେଲା ଫିଲଟରିଂ ଫେସ୍ ପିସ୍ ମାସ୍କ । 
ଏହି ମାସ୍କ ପିନ୍ଧିଲେ ବାହାରର ଭୂତାଣୁ ଶରୀରକୁ ଯିବ ନାହିଁ ।
ଏହି ମାସ୍କରେ କିନ୍ତୁ ସଂକ୍ରମିତ ଶରୀରରୁ ଭୂତାଣୁ ବାହାରକୁ ଆସିବାର ଆଶଙ୍କା ରହିଛି । 
ସବୁଠୁ ଭଲ ମାସ୍କ ହେଲା N-95 ମାସ୍କ । 
ଏହି ମାସ୍କ ୫ ପରସ୍ତ କନାରେ ତିଆରି ହୋଇଥାଏ । 
ଏହି ମାସ୍କକୁ କରୋନା ଭୂତାଣୁ ଭେଦ କରିପାରିବ ନାହିଁ । 
N-95 ମାସ୍କ ୯୫ ପ୍ରତିଶତ ଯାଏ ସୁରକ୍ଷା ଦେଇପାରିବ ।

ମାସ୍କ ପିନ୍ଧିବେ କିପରି ?

ମାସ୍କକୁ କେବେ ବି ସାମ୍ନା ପଟରୁ ଧରିବା ନାହିଁ ।
ମାସ୍କକୁ ପାର୍ଶ୍ୱ ପଟରୁ ହିଁ ଧରି ପିନ୍ଧିବେ ।
ନାକ, ପାଟି ଯେମିତି ପୁରା ଘୋଡ଼େଇ ହୋଇ ରହିବ, ତାକୁ ଧ୍ୟାନ ଦେବା । 

ଡବଲ୍ ମାସ୍କ ପିନ୍ଧିବା ବହୁତ ଭଲ

ଦୁଇଟି ମାସ୍କ ପିନ୍ଧିଲେ ଆହୁରି ଭଲ ।
୨ଟି ମାସ୍କ ପିନ୍ଧିଲେ ଭୂତାଣୁ ଶରୀର ଭିତରକୁ ଯାଇପାରିବନି ।
୨ଟି ମାସ୍କ ପିନ୍ଧିଲେ କଥା ନ ହେବା ଭଲ ।

କାହିିଁକି ମାସ୍କ ପିନ୍ଧିବା ?

କରୋନାରୁ ରକ୍ଷା ପାଇବାକୁ ମାସ୍କ ପିନ୍ଧିବା ଅନିର୍ବାର୍ଯ୍ୟ ।
କରୋନା ଭୂତାଣୁ, ସଂକ୍ରମିତ ବ୍ୟକ୍ତିର ନିଶ୍ୱାସ ପ୍ରଶ୍ୱାସରେ ବାହାରକୁ ଆସେ । 
ସେହି ବାୟୁ ସୁସ୍ଥ ବ୍ୟକ୍ତିର ଶରୀରରେ ପ୍ରବେଶ କଲେ, ତାଙ୍କୁ ବି କରୋନା ହେବ ।
ମାସ୍କ ପିନ୍ଧିଲେ କରୋନା ଭୂତାଣୁ ସୁସ୍ଥ ବ୍ୟକ୍ତିର ଶରୀରକୁ ଯାଇ ପାରିବ ନାହିଁ ।
ଶରୀର ଭିତରକୁ ଭୂତାଣୁକୁ ଯିବାକୁ ଦେବ ନାହିଁ ମାସ୍କ ।