Advertisment

ବାହାନଗା ଟ୍ରେନ୍ ଟ୍ରାଜେଡି:ଅନ୍ତର୍ଘାତୀ କାର୍ଯ୍ୟକୁ ନେଇ ବଢ଼ୁଛି ସନ୍ଦେହ,ରେଳ ଅଧିକାରୀଙ୍କ ଫୋନ୍ ସିଜ୍ କଲା ସିବିଆଇ

ଯାନ୍ତ୍ରିକ ତ୍ରୁଟି ନା ଅନ୍ତର୍ଘାତୀ କାର୍ଯ୍ୟ ? ଆଜି ବି CBIର ଗ୍ରାଉଣ୍ଡ ଜିରୋରେ ସରଜମିନ ଖୋଳତାଡ଼ …

ଅଦ୍ୟତନ ହୋଇଛି
undefined

Odisha train tragedy

Advertisment

କାହିଁକି ଘଟିଲା ବାହାନଗା ଟ୍ରେନ୍ ଟ୍ରାଜେଡି ? ଦୁର୍ଘଟଣା ପଛରେ ରହିଛି କି ଅନ୍ତର୍ଘାତୀ କାର୍ଯ୍ୟ ? ତଦନ୍ତର ପ୍ରଥମ ଦିନରେ କାଲି ଦୁଇ ଦଫାରେ ଦୁଇଥର ଦୁର୍ଘଟଣାସ୍ଥଳରେ ସରଜମିନ୍ ଯାଞ୍ଚ ପରେ ଆଜି ବି ପୁଣି ବାହନଗା ଷ୍ଟେସନ୍ ବଜାରରେ ସେଣ୍ଟ୍ରାଲ ଫରେନସିକ୍ ଟିମ୍ ଓ ଟେକନିକାଲ ଟିମ୍ ସହ ଖୋଳତାଡ଼ କରିଛି ସିବିଆଇ । ଏଥିସହ ଘଟଣା ଦିନ ସିଗନାଲ ଓ ପ୍ୟାନେଲ ଡ୍ୟୁଟିରେ ଥିବା କର୍ମଚାରୀଙ୍କ ଫୋନ୍ ସିଜ୍ କରି କଲ ରେକର୍ଡ ଓ ହ୍ୱାଟ୍ସଆପ୍‌ଚାଟ୍ ଯାଞ୍ଚ କରାଯାଉଛି ।...

Advertisment

ଆଜି ସାଙ୍ଗରେ ସେଣ୍ଟ୍ରାଲ ଫରେନ୍ସିକ୍ ଟିମ୍ ଓ ଟେକନିକାଲ ଟିମର ସଦସ୍ୟଙ୍କୁ ଧରି ପୁଣି ଦୁର୍ଘଟଣାସ୍ଥଳ ଷ୍ଟେସନ୍ ବଜାରରେ ଛାନଭିନ୍ କରିଛି ସିବିଆଇ ଟିମ୍। ଦ୍ୱିତୀୟ ଦିନର ଏ ତଦନ୍ତରେ ଟିମର ସଦସ୍ୟମାନେ ରେଲୱେ ଟ୍ରାକ୍, ରିଲେ ରୁମ ଓ ଷ୍ଟେସନ ମାଷ୍ଟରଙ୍କ ପ୍ୟାନେଲ୍ ବୋର୍ଡର ତନଖି କରିବା ସହ କିଛି କର୍ମଚାରୀଙ୍କୁ ପଚରାଉଚରା କରିଥିବା ସୂଚନା ମିଳିଛି । ସେହିପରି ଏହାଭିତରେ ବାହାନଗା ଷ୍ଟେସନ୍ ମାଷ୍ଟର, ଷ୍ଟେସନ୍ ମ୍ୟାନେଜର, ରିଲେ ରୁମର ସିଗନାଲ ମେଣ୍ଟରଙ୍କ ସମେତଙ୍କୁ ମଧ୍ୟ ଗୁଡ଼େଇ ତୁଡ଼େଇ ପଚରା ଉଚରା କରାଯାଇଛି । ଏଥିସହ ଦୁର୍ଘଟଣା ଦିନ ଯେଉଁ ଯେଉଁ କର୍ମଚାରୀ ମାନେ ଦାୟିତ୍ବରେ ଥିଲେ ସେମାନଙ୍କର ଫୋନ୍ ସିଜ୍ କରାଯିବା ସହ କଲ ରେକର୍ଡ ଓ ହ୍ୱାଟସଆପ୍ ଚାଟିଂ ମଧ୍ୟ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି।...

ଅଧିକ ପଢ଼ନ୍ତୁ: ମିଛ କହୁଛନ୍ତି କି ରାଜ୍ୟ ସରକାର ! ଯଦି ମୃତ୍ୟୁ ସଂଖ୍ୟା ୨୮୮, ତେବେ ଆଉ ୧୨୦ ଗଲେ କୁଆଡ଼େ ?

Advertisment

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଭିନ୍ନ ଦିଗ ପ୍ରତି ତଦନ୍ତକୁ ଉନ୍ମୁକ୍ତ ରଖିଥିଲେ ବି ଏବେ ତଦନ୍ତକାରୀ ଟିମର ଫୋକସରେ ଷଡ଼ଯନ୍ତ୍ର ଦିଗ । ଅନ୍ତର୍ଘାତୀ କାର୍ଯ୍ୟ ପାଇଁ ଆଉ ହେଇନି ତ ଏତେବଡ଼ ଟ୍ରାଜେଡି? ଯଦି ଏହା କାରଣ, ତାହେଲେ ଏଥିରେ ଜଣେ ନା ଏକାଧିକ ସଂପୃକ୍ତ? କାରଣ ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ଦୁଇ ଲୋକୋ ପାଇଲଟ୍ ଗ୍ରୀନ୍ ସିଗ୍ନାଲ ଥିବାରୁ ଟ୍ରେନ୍ ଲୁପ ଲାଇନକୁ ଯାଇଥିଲା ବୋଲି ସୂଚନା ଦେଇସାରିଛନ୍ତି।

ତାହେଲେ ଏଠି ପ୍ରଶ୍ନ, ତ୍ରୁଟି ରହିଲା କେଉଁଠି । ସାଧାରଣତଃ ଇଲେକ୍ଟ୍ରନିକ୍ ଇଣ୍ଟରଲକିଂ ଜରିଆରେ ଟ୍ରେନ୍ ଟ୍ରାକର ଦିଗ ବଦଳିଥାଏ । ଗୋଟିଏ ଟ୍ରାକରୁ ଅନ୍ୟ ଟ୍ରାକକୁ ଯିବା ପାଇଁ ସିଗନାଲ ମଧ୍ୟରେ ସମନ୍ୱୟ ରଖିଥାଏ ଇଣ୍ଟରଲକିଂ ସିଷ୍ଟମ୍ । ଏଥିସହ ରେଳ ଧାରଣାରେ ଅନ୍ୟ ଟ୍ରେନ୍ ଅଛି କି ନାହିଁ, ସେ ସଂପର୍କରେ ସୂଚନା ଦେଇଥାଏ । ତେଣୁ ଜାଣିଶୁଣି କେହି ଏ ସିଷ୍ଟମ ସହ ଗଡ଼ବଡ଼ି କରିଥିବାର ସନ୍ଦେହ କରୁଛି ତଦନ୍ତକାରୀ ସଂସ୍ଥା ।...

Advertisment

ଅପରପକ୍ଷେ ଭୁବନେଶ୍ୱରରେ ଚିକିତ୍ସାଧୀନ ଥିବା ଦୁଇ ଲୋକୋପାଇଲଟଙ୍କୁ ଏପର୍ଯ୍ୟନ୍ତ ସିବିଆଇ ପଚରାଉଚରା କରିନାହିଁ । ଉଭୟଙ୍କ ଅବସ୍ଥା ଏବେ ଭଲ ଥିବାରୁ ଘଟଣାସ୍ଥଳ ଯାଞ୍ଚ ସାରି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଲୋକୋ ପାଇଲଟଙ୍କୁ ମଧ୍ୟ ପଚରାଉଚରା କରିବାର ସମ୍ଭାବନା ରହିଛି।...

ଅପରପକ୍ଷେ ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁଯାୟୀ, ମିଳିତ ତଦନ୍ତ ରିପୋର୍ଟରେ ସିଗନାଲରେ ତ୍ରୁଟି ଥିବା ଦର୍ଶାଯାଇଥିଲା ବେଳେ, ଏଥିରେ ସ୍ୱାକ୍ଷର କରିଥିବା ଜଣେ ବରିଷ୍ଠ ବିଭାଗୀୟ ଇଞ୍ଜିନିୟର ପରବର୍ତ୍ତୀ ଅବସ୍ଥାରେ ସିଗନାଲରେ ତ୍ରୁଟିକୁ ଅସ୍ୱୀକାର କରିଛନ୍ତି । ଡାଟା ଲଗରର ରିପୋର୍ଟକୁ ଦର୍ଶାଇ କରମଣ୍ଡଳ ପାଇଁ ମେନ ଲାଇନରେ ଗ୍ରୀନ ସିଗନାଲ ଥିଲା, ଲୁପ ଲାଇନରେ ନୁହେଁ ବୋଲି କୁଆଡ଼େ କହିଛନ୍ତି ସଂପୃକ୍ତ ଇଞ୍ଜିନିୟର।

ତେଣୁ ଯଦି ଏହା ସତ ହୁଏ, ତାହେଲେ ଲୋକୋ ପାଇଲଟଙ୍କ କହିବା ମୁତାବକ ଲୁପ ଲାଇନକୁ କିଭଳି ଗ୍ରୀନ୍ ସିଗନାଲ ଥିଲା ସେ ଦିଗରେ ବି ଖୋଳତାଡ଼ ହୋଇପାରେ । ଗୋଟିଏ ପଟେ ସିବିଆଇ ତାର ଖୋଳତାଡ଼ ଜାରି ରଖିଥିଲା ବେଳେ କମିଶନର ଅଫ୍ ରେଲୱେ ସେଫ୍ଟି ମଧ୍ୟ ଯାଞ୍ଚକୁ ଜୋରଦାର କରିଛି । ତେଣୁକେବେ ଦୁର୍ଘଟଣା କାରଣର ରହସ୍ୟ ଉପରୁ ପର୍ଦ୍ଦା ହଟୁଛି ଏବେ ତା ଉପରେ ସାରା ଦେଶର ନଜର ।...

ଅଧିକ ପଢ଼ନ୍ତୁ: ମିଳନ ଖୁସିରେ ଧୋଇଗଲା ଟ୍ରେନ୍ ଟ୍ରାଜେଡିରେ ବିଚ୍ଛେଦ ଯନ୍ତ୍ରଣା

Train Accident CBI Train Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ