ଆରମ୍ଭ ହୋଇଛି ବିଧାନସଭାର ବଜେଟ ଅଧିବେଶନ। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ବଜେଟ୍ ଅଧିବେଶନ। ୭ ଦିନ ଭିତରେ ଗୋଟିଏ ଦିନ ଛୁଟି ଥିବାରୁ ଏଥର ୬ଟି କାର୍ଯ୍ୟ ଦିବସ ରହିଛି। ରାଜ୍ୟସରକାରଙ୍କୁ ଘେରିବା ପାଇଁ ବିରୋଧୀ ବିଜେପି ଓ କଂଗ୍ରେସ ହାତରେ ରହିଛି ଏକାଧିକ ପ୍ରସଙ୍ଗ। ଏହାକୁ କିଭଳି କାଉଣ୍ଟର କରିବେ ଶାସକ ଦଳ? ବଜେଟ୍ ଅଧିବେଶନର ଟିକିନିଖି ଖବର ଜାଣନ୍ତୁ
15:16 PM
ମାଓପ୍ରବଣ ଜିଲ୍ଲା ସଂଖ୍ୟା ୨୧ରୁ ଖସି ଏବେ ୧୦ରେ ପହଞ୍ଚିଛି। ବଜେଟ୍ ଅଧିବେଶନ ଅଭିଭାଷଣରେ ଏହା କହିଛନ୍ତି ରାଜ୍ୟପାଳ ଗଣେଣୀ ଲାଲ। ସେ କହିଛନ୍ତି ଯେ ୨୦୨୧ରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ। ରାଜ୍ୟରେ ବାମପନ୍ଥୀ ଉଗ୍ରବାଦକୁ ଦୃଢ଼ତାର ସହ ଦମନ କରାଯାଇଛି। ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୧ରୁ ଖସି ୧୦ରେ ପହଞ୍ଚିଥିବା ସେ କହିଛନ୍ତି।
13:06 PM
ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନ। ଅଧିବେଶନ ଆରମ୍ଭରେ ରାଜ୍ୟପାଳ ଗଣେଣୀ ଲାଲ ନିଜ ଅଭିଭାଷଣ ରଖିଛନ୍ତି। ସିଡିଏସ୍ ବିପିନ ରାୱତଙ୍କ ସହ ଦିବଙ୍ଗତ ସଦସ୍ୟଙ୍କୁ ସେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ରାଜ୍ୟପାଳ ସମବେଦନା ଜଣାଇଛନ୍ତି। କରୋନା କାଳରେ ଲଢ଼ିଥିବା ଯୋଦ୍ଧାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।
12:18 PM
12:06 PM
12:06 PM
12:05 PM
12:03 PM
12:02 PM
12:02 PM
12:01 PM
11:47 AM
ଆଜିଠାରୁ ପୁଣି କମ୍ପିବ ବିଧାନସଭା। ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ବଜେଟ୍ ଅଧିବେଶନ। ୭ ଦିନ ଭିତରେ ଗୋଟିଏ ଦିନ ଛୁଟି ଥିବାରୁ ଏଥର ୬ଟି କାର୍ଯ୍ୟ ଦିବସ ରହିଛି।