ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୩ ତାରିଖ ସୋମବାର । ଚନ୍ଦ୍ର – ବିଛା ଦିବା ୦୧.୧୭ ଗତେ ଧନୁ, ତିଥି – ପୂର୍ଣ୍ଣିମା ସନ୍ଧ୍ୟା ୦୫.୦୮ ଗତେ ପ୍ରତିପଦ, ଘାତ ଚନ୍ଦ୍ର – ତୁଳା ଓ କୁମ୍ଭ ଅହୋରାତ୍ର, ଘାତ ବାର – ମିଥୁନ, ପୁଷ୍କର ଦୋଷ – ନାସ୍ତି
ଅଶ୍ୱନୀ - ଆଜି ଖୁସି ମନରେ କାମ କରିବେ ଏବଂ ବନ୍ଧୁ ପରିଜନଙ୍କ ଶ୍ରଦ୍ଧାରେ ଲାଘବ ହେବ। କର୍ମକ୍ଷେତ୍ରରେ ସାମାନ୍ୟ ଭୁଲରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ । ପରିବହନ, ମାଲିମକଦ୍ଦମା ପାଇଁ ଦିନଟି ଭଲ ରହିବ ।
ଦ୍ୱିଜା - ସତ୍ସଙ୍ଗ, ଆନୁଷ୍ଠାନିକ କାମ କିମ୍ବା ଆଧ୍ୟାତ୍ମିକ ଭାବଧାରାରେ ଉଦ୍ବୁଦ୍ଧ ହୋଇପାରନ୍ତି । ଘରେ ସ୍ତ୍ରୀଙ୍କ ଚିଡ଼ା ସ୍ୱଭାବ ପାଇଁ କ୍ଷୁବ୍ଧ ହୋଇପାରନ୍ତି ।
କୃତିକା - ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ରାଜନୀତି, ପ୍ରକାଶନ କିମ୍ବା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବାରେ ଧୈର୍ଯ୍ୟଶୀଳତା କାମକୁ ଆସିପାରେ।
ପ୍ରତିକାର - କେସରର ତିଲକ କପାଳରେ ଲଗାନ୍ତୁ ।
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯