Daily Horoscope 28th May 2024: ଏହି ରାଶିର ବ୍ୟକ୍ତିଙ୍କର ଆଜି ଦୂରଯାତ୍ରାର ଯୋଗ ରହିଛି

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୨୮ ତାରିଖ ମଙ୍ଗଳବାର । ଚନ୍ଦ୍ର-ମକର ଅହୋରାତ୍ର,ତିଥି-୫ମୀ ଦିବା ୦୩.୨୪ ଗତେ ୬ଷ୍ଠୀ,ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର,ଘାତବାର- ମକର ରାଶିର, ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ଦିବା ୦୯.୩୨ ଗତେ ୧ ପାଦ-କୃଷିହାନି-ଭୂମିଦାନ ।

Aries

ମେଷ

Tuesday 28 May 2024

ଅଶ୍ୱନୀ- ବ୍ୟବସାୟରେ ଆଶା କରାଯାଉଥିବା ଫଳ ନ ପାଇ ଆପଣଙ୍କୁ କିଛି ନିରାଶାର ସମ୍ମୁଖୀନ ହେବାକୁ ପଡ଼ିପାରେ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଯୋଜନା ଆଣିବେ । ପରିବାରକୁ ଏକଜୁଟ ରଖିବା ପାଇଁ ସଫଳ ହେବେ ।

ଦ୍ୱିଜା- ନିଜର ନୂତନ ଯୋଜନା ପାଇଁ ନିଜର ମାତା-ପିତାଙ୍କୁ ବିଶ୍ୱାସରେ ନେବା ଅତି ଆବଶ୍ୟକ । ଆପଣଙ୍କର ପ୍ରେମୀ ଆପଣଙ୍କ ସହିତ ନିଜର ଭାବନାକୁ ପ୍ରକାଶ କରିପାରିବେ ନାହିଁ ଯାହା ଆପଣଙ୍କୁ ବ୍ୟଥିତ କରିବ

କୃତିକା- ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ, ଅନ୍ୟଥା ଚିନ୍ତିତ ରହିବାକୁ ପଡ଼ିପାରେ। ସାମାଜିକ କ୍ଷେତ୍ରରେ ଅପ୍ରିୟ ସତ୍ୟ ପ୍ରକାଶ କରି ସମସ୍ୟାଗ୍ରସ୍ତ ହୋଇ ପାରନ୍ତି। ଅଭାବ ନ ଥିଲେ ମଧ୍ୟ କେତେକ ସମସ୍ୟା ମଧ୍ୟରେ ଗତି କରୁଥିବା କାରଣରୁ ମନ ଅସ୍ଥିର ରହିବ।

ପ୍ରତିକାର - ମା ବଗଳାମୂଖିଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :