Daily Horoscope 26th Nov 2023: ଦୃଢ଼ ମନୋବଳ ନେଇ କାମ କରିବାର ସୁଯୋଗ ପାଇବେ...

ସୈାର ବିଛା ମାସ  କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୨୬ ତାରିଖ ରବିବାର ଚନ୍ଦ୍ର-  ମେଷ ରାତ୍ରି ୦୭.୫୬ ଗତେ ବୃଷ ତିଥି-  ୧୪ଶୀ ଦିବା ୦୩.୫୩ ଗତେ ପୂର୍ଣ୍ଣିମା ଘାତଚନ୍ଦ୍ର-  ମେଷ ରାଶିର, ରାତ୍ରି ୦୭.୫୬ ଗତେ ବିଛା ରାଶିର ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୨.୦୫ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଛନ ଦାନ

Aries

ମେଷ

Sunday 26 Nov 2023

ଅଶ୍ୱନୀ- ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ । ପାରିବାରିକ କ୍ଷେତ୍ରରେ ନିକଟ ସମ୍ପର୍କୀୟମାନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି । କେତେକ ନୂତନ କାମର ପରିକଳ୍ପନା କରି ସଫଳତା ପ୍ରାପ୍ତ ହେବେ

ଦ୍ୱିଜା- ଧୈର‌୍ୟ୍ୟହରା ନ ହୋଇ କାର‌୍ୟ୍ୟ କଲେ ଉପକୃତ ହେବେ । ଅର୍ଥ, ଜମିଜମା, ସଭାସମିତି ପ୍ରଭୃତି ମଧ୍ୟମ ପ୍ରକାରର ରହିବ । ଦୃଢ଼ ମନୋବଳ ନେଇ କାମ କରିବାର ସୁଯୋଗ ପାଇବେ । ଭଲ କାରବାର ହେତୁ ଆତ୍ମସନ୍ତୋଷ ମିଳିପାରେ

କୃତିକା- ମାଲିମକଦ୍ଦମା ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ ।  ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବା ଯୋଗେ  ବନ୍ଧୁ ବାନ୍ଧବଙ୍କ, ଗୁରୁଜନଙ୍କ ପାଖରେ ଆଦୃତ ହେବେ

 

ପ୍ରତିକାର- ମହାମୃତ୍ୟୁଞୟ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :

VASTU TIPS