Daily Horoscope 20th May 2024: ଏହି ରାଶିର ବ୍ୟକ୍ତି ରାଜନୀତି କ୍ଷେତ୍ରରେ ଆଶାତୀତ ଶୁଭଫଳ ପାଇବେ

ସୌର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୨୦ ତାରିଖ ସୋମବାର। ଚନ୍ଦ୍ର- କନ୍ୟା ଦିବା ୦୪.୩୪ ଗତେ ତୁଳା। ତିଥି- ଦ୍ୱାଦଶୀ ଦିବା ୦୩.୫୯ ଗତେ ତ୍ରୟୋଦଶୀ । ଘାତଚନ୍ଦ୍ର- ବୃଷ ରାଶିର ଦିବା ୦୩.୫୯ ପର୍ଯ୍ୟନ୍ତ। ଘାତବାର- ମିଥୁନ ରାଶିର। ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୩.୫୯ ପର୍ଯ୍ୟନ୍ତ।

Aries

ମେଷ

Monday 20 May 2024

ଅଶ୍ୱନୀ- ସ୍ୱାସ୍ଥ୍ୟ ସ୍ଥିତିରେ ସଂପୂର୍ଣ୍ଣ ଉନ୍ନତି ଦେଖାଦେବ । ସୁସ୍ଥ ମାନସିକତା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ ରହିବ । ନୂତନ ବନ୍ଧୁ ସଂପର୍କ ଯୋଡିବା ପାଇ ଚେଷ୍ଟା କରିବେ । ବିଦ୍ୟାର୍ଥୀମାନେ ଏକାଗ୍ରତା ରକ୍ଷା କରିବେ।

କୃତିକା- କର୍ମ କ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ତାହାକୁ ଠିକ୍ ଭାବରେ ସାମ୍ନା କରିବାର ସାହାସ ରଖି କୃତକାର‌୍ୟ୍ୟ ହେବେ । ମହିଳା ମାନେ ଖୁସି ଅନୁଭବ କରିବେ ।ରାଜନୈତିକ ସ୍ତରରେ କେତେକ ସମସ୍ୟାକୁ କେନ୍ଦ୍ରକରି ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ ।

ଦ୍ୱିଜା- ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । ପ୍ରଶାସନିକ କ୍ଷେତ୍ରରେ ଉତ୍ତେଜନା ପରିସି୍ଥତି ରହିପାରେ । ପରିସି୍ଥତିରେ ପଡି ଜମିକୁ ଭାଗ କରି ପାରନ୍ତି ।

ପ୍ରତିକାର - ହନୁମାନଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :