ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୧୪ ତାରିଖ ରବିବାର । ଚନ୍ଦ୍ର- କନ୍ୟା ଦିବା ୦୮.୪୨ ଗତେ ତୁଳା । ତିଥି- ୮ମୀ ସନ୍ଧ୍ୟା ୦୫.୨୬ ଗତେ ୯ମୀ । ଘାତଚନ୍ଦ୍ର- ବୃଷ ରାଶିର ଦିବା ୦୮.୪୨ ପର୍ଯ୍ୟନ୍ତ । ଘାତବାର- ମେଷ ରାଶିର ।
ଅଶ୍ୱନୀ- ଅର୍ଥାଭାବ କାରଣରୁ ମାନସିକ ସ୍ଥିତି ସେତେଟା ଭଲ ରହି ନପାରେ। ତରବର ନହୋଇ ଧୀରସ୍ଥିର ମନ ନେଇ କାମକଲେ ସମସ୍ୟାର ସରଳ ସମାଧାନ ହେବ।କୈାଣସି ମୂଲ୍ୟବାନ ଦ୍ରବ୍ୟ ଲାଭ ହେବାର ସୂଚନା ରହିଛି ।
ଦ୍ୱିଜା- ଧାରକରଜ କରି ଆବଶ୍ୟକତା ପୂରଣ କରିବାରେ ସମର୍ଥ ହେବେ। ସ୍ବାସ୍ଥ୍ୟରେ ଅନ୍ନତି ପରିଲକ୍ଷିତ ହେବା ସହ ରୋଗପୀଡ଼ା ଦୁଶ୍ଚିନ୍ତାର କାରଣ ହେବ । ବିତିଯାଇଥିବା ମାମଲାର ଫଳ ମଧ୍ୟ ମିଳିବ ।
କୃତିକା- ଅର୍ଥନୈତିକ, ସାମାଜିକ, ରାଜନୈତିକ କ୍ଷେତ୍ରରେ ସମ୍ମାନ ଅକ୍ଷୁଣ୍ଣ ରହିବ। କଚେରି ମାମଲା, ଘରୋଇ କ୍ଷେତ୍ରରେ ଟେନ୍ସନ ଦୂରହେବ । କୋର୍ଟ କଚେରୀ ମାଲିମୋକଦ୍ଦମା, ବାଦବିବାଦର ସମାଧାନ କରି ପାରିବେ ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ମହାଦେବଙ୍କ ପୂଜା କରନ୍ତୁ