Super Food: ଶରୀରକୁ ଶକ୍ତି ପ୍ରଦାନ କରେ ଏହି ସୁପର ଫୁଡ଼୍
Author: Saroj Kumar Jena | Credit: canva
ଖାଦ୍ୟ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ତେବେ ଏମିତି କିଛି ସୁପର୍ ଫୁଡ଼୍ ରହିଛି ଯାହା ଶରୀରକୁ ସର୍ବଦା ଅଧିକ ଶକ୍ତି ପ୍ରଦାନ କରିଥାଏ। ଆସନ୍ତୁ ଜାଣିବା ଏମିତି କିଛି ଖାଦ୍ୟ ସଂପର୍କରେ।
Author: Saroj Kumar Jena | Credit: canva
କନ୍ଦମୂଳ: କନ୍ଦମୂଳରେ କମ୍ପ୍ଲେକ୍ସ କାର୍ବ ସହିତ ଫାଇବର ଓ ଭିଟାମିନ ଭର୍ତ୍ତି ଥାଏ। ଏହା ଶରୀରର ଏନର୍ଜି ଲେଭଲ ଦୀର୍ଘ ସମୟ ଧରି ବଜାୟ ରଖିଥାଏ।
Author: Saroj Kumar Jena | Credit: canva
ପାଳଙ୍ଗ: ପାଳଙ୍ଗ ଶାଗ ପୋଷକ ତତ୍ତ୍ବରେ ଭରି ରହିଥାଏ। ଏଥିରେ ଭିଟାମିନ ଏ, ସି ଓ କେ ରହିଥିବା ବେଳେ ଏହା ସୁସ୍ଥ ଶରୀର ପାଇଁ ଗୁରୁତ୍ବପୂର୍ଣ୍ଣ।
Author: Saroj Kumar Jena | Credit: canva
ସାଲମନ: ସାଲମନ ମାଛରେ ଓମେଗା-୩ ଫ୍ୟାଟି ଏସିଡ ରହିଥାଏ। ଏହା ମସ୍ତିଷ୍କର ବିକାଶ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ସହିତ ଇନଫ୍ଲେମେସନ ଦୂର କରିବାରେ ଓ ମାଂସପେଶୀ ଶକ୍ତ କରିବାରେ ସାହଯ୍ୟ କରିଥାଏ।
Author: Saroj Kumar Jena | Credit: canva
କଦଳୀ: ପୋଟାସିୟମ ଓ ପ୍ରାକୃତିକ ଶର୍କରା ରହିବା କାରଣରୁ ଏହା ଶରୀରର ଶକ୍ତି ସ୍ତରକୁ ତୁରନ୍ତ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ।
Author: Saroj Kumar Jena | Credit: canva
ଚିଆ ସିଡ଼୍: ଚିଆ ସିଡରେ ଓମେଗା-୩ ଫ୍ୟାଟି ଏସିଡ, ପ୍ରୋଟିନ ଓ ଫାଇବର ରହିଥାଏ। ଏହା ଶରୀରକୁ ହାଇଡ୍ରେଟେଡ ରଖିବା ସହିତ ଏନର୍ଜି ଲେଭଲକୁ ସଠିକ ରଖିଥାଏ।
Author: Saroj Kumar Jena | Credit: canva
ଆଲମଣ୍ଡ: ଆଲମଣ୍ଡରେ ଶରୀର ପାଇଁ ଉପକାରୀ ଫ୍ୟାଟ, ପ୍ରୋଟିନ ଓ ଭିଟାମିନ ଇ ରହିଥାଏ। ଏହା ଶରୀରକୁ ଶକ୍ତିଶାଳୀ ରଖିବାରେ ସାହାଯ୍ୟ କରିଥାଏ।
Author: Saroj Kumar Jena | Credit: canva
ଓଟ୍ସ ଓଟ୍ସରେ ଫାଇବର ରହିଥାଏ। ଏହା ଧୀରେ ଧୀରେ ଶରୀରକୁ ଶକ୍ତି ପ୍ରଦାନ କରିଥାଏ।ଏଥିରେ ଭିଟାମିନ ବି, କାର୍ବୋହାଇଡ୍ରେଟ ଓ ଫାଇବର ରହିଥାଏ।