ଆମର ଖାଦ୍ୟପେୟ ଆମ ସ୍ୱାସ୍ଥ୍ୟ ଉପରେ ସବୁଠୁ ଅଧିକ ପ୍ରଭାବ ପକାଇଥାଏ । ଫଳ ଖାଇବା ଦ୍ୱାରା ଏହା ଶରୀର ପାଇଁ ବେଶ୍ ଲାଭଦାୟକ ହୋଇଥାଏ । କିନ୍ତୁ, ଏମିତି କିଛି ଫଳ ଅଛି ,ଯାହାକୁ ରାତିରେ ଭୁଲ୍ରେ ବି ଖାଇବା ଉଚିତ୍ ନୁହେଁ ।
Author: Deviprasad Jena | Credit: Canva
କମଳା : ଭିଟାମିନ ସି ଏବଂ ପୋଷକତତ୍ତ୍ୱରେ ଭରପୂର କମଳା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ । କିନ୍ତୁ, ରାତିରେ ଏହାକୁ ଖାଇବା ଦ୍ୱାରା ଏହା ନିଦରେ ସମସ୍ୟା ସୃଷ୍ଟି କରିପାରେ । ଏହା ସହ ଏହା ପେଟରେ ଯନ୍ତ୍ରଣା ଭଳି ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ।
Author: Deviprasad Jena | Credit: Canva
ପିଜୁଳି : ରାତିରେ ପିଜୁଳି ଖାଇଲେ ଏହାକୁ ହଜମ କରିବା ଖୁବ୍ ମୁସ୍କିଲ ହୋଇଥାଏ । ଯେଉଁମାନଙ୍କ ପାଚନ ଖରାପ ଥାଏ, ସେମାନେ ଭୁଲରେ ବି ରାତିରେ ପିଜୁଳି ଖାଇବା ଅନୁଚିତ୍ ।
Author: Deviprasad Jena | Credit: Canva
କଦଳୀ : ରାତିରେ କଦଳୀ ଖାଇବା ଅନୁଚିତ୍ । ରାତିରେ ଅଧିକ କଦଳୀ ଖାଇ ଶୋଇଗଲେ ଏହା ଓଜନ ବଢିବା ଭଳି ବିପଦ ସୃଷ୍ଟି କରିଥାଏ ।
Author: Deviprasad Jena | Credit: Canva
ସେଓ : ରାତିରେ ସେଓ ଖାଇବା ଖାଇଲେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଏଥିରେ ପାଚନ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ଏଥିରେ ସ୍ଲିପ ସାଇକଲ ମଧ୍ୟ ଡିଷ୍ଟର୍ବ ହୋଇପାରେ ।
Author: Deviprasad Jena | Credit: Canva
ସପେଟା : ସପେଟାରେ ସୁଗାରର ମାତ୍ରା ଅଧିକ ରହୁଥିବାରୁ, ରାତିରେ ଏହାକୁ ଖାଇଲେ ବ୍ଲଡ଼୍ ସୁଗାର ସ୍ତର ବଢିପାରେ ।