Chanakya says this type of persons always be rich in life

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଏପରି କିଛି ବ୍ୟକ୍ତିଙ୍କ ବିଷୟରେ ଆଲୋଚନା କରିଛନ୍ତି, ଯେଉଁମାନେ ନିଜର କିଛି ବିଶେଷ ଗୁଣ ଯୋଗୁ ଜୀବନ ସାରା ସବୁ କାମରେ ସଫଳ ହୋଇଥାନ୍ତି।

ଆଚାର୍ଯ୍ୟଙ୍କ ଦୃଷ୍ଟିରେ, ଏହିପରି ବ୍ୟକ୍ତିମାନେ ସବୁବେଳେ ଚିନ୍ତାଧାରା ଓ କାର୍ଯ୍ୟଶୈଳୀରେ ଅନ୍ୟମାନଙ୍କଠାରୁ ଦୁଇପାଦ ଆଗରେ ରୁହନ୍ତି।

ନିଜର ଶୃଙ୍ଖଳିତ ଚିନ୍ତାଧାରା ଓ ତତକ୍ଷଣାତ୍ କାମ ଶିଖି ଦେବାର କୌଶଳ ଏମାନଙ୍କ ପାଖରେ ଥାଏ। ଏମାନେ ବେଶୀ ଗୁରୁତ୍ୱ ଦିଅନ୍ତୁ ନିଜର କାମକୁ ଓ ଫଳାଫଳକୁ।

ଆଚାର୍ଯ୍ୟ ଚାଣକ୍ୟଙ୍କ ଦୃଷ୍ଟିରେ ଯେଉଁ ବ୍ୟକ୍ତି ନିଜ ମନର ଦାସ ନହୋଇ ମନକୁ ନିଜର ଦାସ କରିଦିଏ, ସେ ହିଁ ସଫଳତା ପାଇଥାଏ।

କିଛି ଲୋକ ମନ ଅନୁସାରେ କାମ କରନ୍ତି। ମନକୁ ନିୟନ୍ତ୍ରଣରେ ରଖିପାରନ୍ତି ନାହିଁ। ଫଳରେ ସେମାନେ ନିଜ କାମକୁ ପଛକୁ ରଖି ମନ ଅନୁଯାୟୀ କାମ କରିଥାନ୍ତି।

ଆଚାର୍ଯ୍ୟ କୁହନ୍ତି, ଆମେ ସବୁବେଳେ ନିଜ ମନକୁ ନିୟନ୍ତ୍ରଣରେ ରଖିବା ଉଚିତ। ନହେଲେ ମନ ଆମକୁ ଭୁଲ୍ ବାଟରେ ନେଇଯିବ, ସମୟ ନଷ୍ଟ କରିଦେବ।

ମନକୁ କାବୁରେ ରଖିଥିବା ବ୍ୟକ୍ତି, ଅନେକ ଖରାପ କାମରୁ ମଧ୍ୟ ବେଳେବେଳେ ବର୍ତ୍ତି ଯାଇଥାଏ। ମନ ସବୁବେଳେ ମଉଜ ଚାହେଁ, ଆନନ୍ଦ ଚାହେଁ। କିନ୍ତୁ ସବୁବେଳେ ହୁଏତ ଏହା ଆମ ଲକ୍ଷ୍ୟକୁ କ୍ଷତି ପହଞ୍ଚାଇ ପାରେ।

ମନେକରନ୍ତୁ ଆଜି ମନ କହିଲା ସିନେମା ଯିବ। ଆପଣ ନିଜ ଦୋକାନ ବନ୍ଦ କରି ପଇସା ଖର୍ଚ୍ଚ କରି ସିନେମା ଚାଲିଲେ। ସିନେମା ଯିବା ଖରାପ ନୁହେଁ, କିନ୍ତୁ ନିଜ କାମକୁ ପଛ କରି କ୍ଷତି ସହି ମଉଜ ଯଥାର୍ଥ ନୁହେଁ।