ସ୍ଲିମ୍ ଦିଶିବାକୁ ଚାହାଁନ୍ତି ତ ସକାଳୁ ଖାଆନ୍ତୁ ଏହି ଖାଦ୍ୟ
Author: Namita Biswal | Credit: Canva
ଆଜିକାଲି ସମସ୍ତେ ବଢୁଥିବା ମୋଟାପଣକୁ ନେଇ ଚିନ୍ତିତ । ଓଜନ କମାଇବାକୁ କିଏ ଡାଏଟ୍ କରୁଛନ୍ତି ତ ଆଉ କିଏ ବ୍ରେକଫାଷ୍ଟ ଓ ଡିନର୍ କରୁନାହାନ୍ତି । କିନ୍ତୁ ଏପରି ଖାଦ୍ୟ ନଖାଇବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ । ଓଜନ କମାଇବାରୁ ଠିକ୍ ଉପାୟ ଉପାସ ରହିବା ନୁହେଁ, ବରଂ ସନ୍ତୁଳିତ ଖାଦ୍ୟ ଖାଇବା । ଏମିତି ଖାଦ୍ୟ ଖାଆନ୍ତୁ ଯାହା ଶରୀରକୁ ଶକ୍ତି ଯୋଗାଇବା ସହ ଫିଟ୍ ରଖିବ ।
Author: Namita Biswal | Credit: Canva
ଯଦି ଆପଣ ନିଜ ମୋଟାପାକୁ ନେଇ ଚିନ୍ତିତ ତାହାଲେ ଏହି ଖବର ଆପଣଙ୍କ ପାଇଁ । ପ୍ରତିଦିନ ସକାଳୁ ପୋଷକ ତତ୍ତ୍ୱରେ ଭରପୂର କିଛି ଖାଦ୍ୟ ଗ୍ରହଣ କରିବା ଦ୍ୱାରା ପେଟର ଚର୍ବି କମିଥାଏ । ଓଜନ ନିୟନ୍ତ୍ରଣରେ ରହିଥାଏ ।
Author: Namita Biswal | Credit: Canva
ଉଷୁମ ପାଣି: ପ୍ରତିଦିନ ସକାଳୁ ଖାଲିପେଟରେ ନଖ ଉଷୁମ ପାଣି ପିଅନ୍ତୁ । ଏହାଛଡା ଆପଣ ଡିଟକ୍ସ ଡ୍ରିଙ୍କ୍ସ ବି ପିଇପାରିବେ । ଜିରା, ଧନିଆ, ପାନମଧୁରୀ ଓ ମେଥି ଦାନା ପାଣି ଓଜନ ହ୍ରାସରେ ସହାୟକ ହୁଏ । ଆପଣ ଚାହିଁଲେ ଡ୍ରିଙ୍କ୍ସରେ ଲେମ୍ବୁ ରସ ଓ ମହୁ ମିଶାଇ ପିଇପାରିବେ ।
Author: Namita Biswal | Credit: OTV
ପ୍ରୋଟିନରେ ଭରପୂର ଜଳଖିଆ: ସକାଳ ଜଳଖିଆରେ ପ୍ରୋଟିନରେ ଭରପୂର ଖାଦ୍ୟ ଖାଆନ୍ତୁ । ଆପଣ ଅଣ୍ଡା, ପିସ୍ତାବାଦାମ, ବାଦାମ, ଅଖରୋଟ ଓ ଅଞ୍ଜିର ଭଳି ଡ୍ରାଏଫ୍ରୁଟ୍ସ ଖାଇପାରିବେ । ଏହା ଦିନସାରା ଶରୀରରେ ଶକ୍ତି ବଜାୟ ରଖିଥାଏ ଏବଂ ଓଜନ ନିୟନ୍ତ୍ରଣରେ ସାହାଯ୍ୟ କରେ ।
Author: Namita Biswal | Credit: Canva
ଏକ୍ସରସାଇଜ: ଶୀଘ୍ର ଓଜନ କମାଇବାକୁ ଚାହୁଁଥିଲେ, ନିୟମିତ କିଛି ନା କିଛି ଏକ୍ସରସାଇଜ କରନ୍ତୁ । ଏକ୍ସରସାଇଜ ଦ୍ବାରା ମାଂସପେଶୀକୁ ଶକ୍ତି ମିଳିଥାଏ ଏବଂ ଶରୀର ସୁସ୍ଥ ରହେ । ଏଥିସହ କମ୍ ସମୟରେ ଅଧିକ କ୍ୟାଲୋରୀ ବର୍ନ ହୋଇଥାଏ ।
Author: Namita Biswal | Credit: Canva
ତେଲ ମସଲା ଖାଦ୍ୟ: ଆଜିର ସମୟରେ ମେଦବହୁଳତାର ପ୍ରମୁଖ କାରଣ ତେଲ ମସଲା ଜାତୀୟ ଖାଦ୍ୟ । ଯଦି ଓଜନ କମାଇବାକୁ ଚାହୁଁଛନ୍ତି ତେବେ ତେଲ ମସଲା ଓ ଚିନିଯୁକ୍ତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । କାରଣ ଏସବୁ ଖାଦ୍ୟରେ ଫ୍ୟାଟ୍ ଥାଏ, ଯାହାକି ଓଜନ ବୃଦ୍ଧି କରେ ।