Heart Attack: ହାର୍ଟଆଟାକ୍ ପୂର୍ବରୁ ଦେଖାଯାଏ ଏସବୁ ଲକ୍ଷଣ

Author: Namita Biswal | Credit: Canva

ଆଜିର ସମୟରେ ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ପାଲଟିଛି ହୃଦଘାତ୍ । ଆପଣ ଅନେକ ଥର ସୋସିଆଲ ମିଡିଆରେ ଦେଖିଥିବେ, ବ୍ୟାୟାମ କିମ୍ବା ନାଚିବା ସମୟରେ କିପରି ଲୋକମାନେ ହଠାତ୍ ଟଳି ପଡୁଛନ୍ତି । ଅନେକ ଷ୍ଟଡିରୁ ଜଣାପଡିଛି, ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ଅଧିକ ହୃଦଘାତ୍ ଆଶଙ୍କା ଥାଏ ।

Author: Namita Biswal | Credit: Canva

ହୃଦଘାତ୍ ପୂର୍ବରୁ ଶରୀରରେ କେତେକ ଲକ୍ଷଣ ଦେଖାଯାଏ, ଯାହାକୁ ଆମେ ସାଧାରଣ ଭାବି ଅବହେଳା କରିଥାଉ । ଏହି ଅବହେଳା ମୃତ୍ୟୁର କାରଣ ହୁଏ । ଏହିସବୁ ଲକ୍ଷଣ ସମ୍ପର୍କରେ ଅଧିକ ସଚେତନତା ରହିବା ଜରୁରୀ ।

Author: Namita Biswal | Credit: Canva

ଦିନସାରା କାମ କରିବା ଯୋଗୁଁ ମହିଳାଙ୍କୁ ଥକ୍କା ଓ ଦୁର୍ବଳ ଲାଗିଥାଏ । ଏହାକୁ ସେମାନେ ସାମାନ୍ୟ ଭାବି ଅଣଦେଖା କରିଥାନ୍ତି ।

Author: Namita Biswal | Credit: Canva

ହେଲେ କିଛି ମାମଲାରେ ଏହି ଥକ୍କାପଣ ହୃଦ ଜନିତ ସମସ୍ୟାର ସଙ୍କେତ ମଧ୍ୟ ହୋଇପାରେ ।

Author: Namita Biswal | Credit: Canva

ଯଦି ହାଲୁକା କାମ କରିବା ପରେ ନିଶ୍ୱାସ ଫୁଲୁଥାଏ ତେବେ ଏହା ହାର୍ଟ ସହ ଜଡିତ ସମସ୍ୟାର ଲକ୍ଷଣ ହୋଇପାରେ ।

Author: Namita Biswal | Credit: Canva

ହୃଦ ଜନିତ ସମସ୍ୟା ଥିଲେ ବେକ,ପିଠି ଉପରିଭାଗ କିମ୍ବା କାନ୍ଧରେ ଯନ୍ତ୍ରଣା ହେବାକୁ ଲାଗେ ।

Author: Namita Biswal | Credit: OTV

ବିନା ପରିଶ୍ରମରେ ଅଚାନକ ଝାଳ ଆସିବା ସାଧାରଣ ହୋଇନପାରେ । ଏହାକୁ ଅଣଦେଖା କରିବା ଅନୁଚିତ୍ ।

Author: Namita Biswal | Credit: Canva

ମୁଣ୍ଡ ବୁଲାଇବା କିମ୍ବା ସାମାନ୍ୟ ମୁଣ୍ଡବିନ୍ଧା ହୃଦ ସମସ୍ୟାର ଲକ୍ଷଣ ହୋଇପାରେ ।

Author: Namita Biswal | Credit: Canva

Disclaimer: ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଭଲ ।