ପାଚନ ପ୍ରଣାଳୀ ଉନ୍ନତ ହୁଏ: ପାନପତ୍ର ଏକ ପ୍ରାକୃତିକ ପାଚନ ଶକ୍ତି ବୃଦ୍ଧିକାରୀ ଭାବରେ କାର୍ଯ୍ୟକରିଥାଏ, ଯାହା ପେଟର ଏନ୍ଜାଇମଗୁଡ଼ିକୁ ସକ୍ରିୟ କରେ । ଫଳରେ ଖାଦ୍ୟ ଶୀଘ୍ର ହଜମ ହୁଏ ଏବଂ ଏସିଡିଟି କିମ୍ବା ପେଟ ଯନ୍ତ୍ରଣା ପରି ସମସ୍ୟା ହୁଏ ନାହିଁ ।
ପାଟି ଦୁର୍ଗନ୍ଧ ଦୂର କରେ : ପାନପତ୍ର ଏକ ପ୍ରାକୃତିକ ମୁଖ ସତେଜକାରୀ । ଏହା ମୁହଁରେ ଥିବା ଜୀବାଣୁକୁ ମାରିଦିଏ ଏବଂ ପାଟିକୁ ଦୀର୍ଘ ସମୟ ପାଇଁ ସତେଜ ରଖେ ।
କୋଷ୍ଠକାଠିନ୍ୟରୁ ମୁକ୍ତି ଦିଏ : କୋଷ୍ଠକାଠିନ୍ୟ ଭଳି ସମସ୍ୟାରେ ମଧ୍ୟ ପାନପତ୍ର ଆରାମ ଦେଇଥାଏ । ଏଥିରେ ଥିବା ଏନ୍ଜାଇମଗୁଡ଼ିକ ପିଏଚ୍ ସ୍ତରକୁ ସନ୍ତୁଳିତ କରନ୍ତି ।