Summer Season

ତରଭୁଜ: ଗ୍ରୀଷ୍ମ ଋତୁରେ ତରଭୁଜ ଖାଇବା ଦ୍ୱାରା ଶରୀର ଥଣ୍ଡା ରହିବା ଏବଂ ଡିହାଇଡ୍‌ରେସନ୍‌ ହୋଇ ନଥାଏ । ଏହା ସହିତ ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ସି ମଧ୍ୟ ପ୍ରଚୁର ପରିମାଣରେ ଥାଏ ।

ଖରଭୁଜ : ଖରଭୁଜର ମିଠା ସ୍ୱାଦ ଏବଂ ଶୀତଳତା ଶରୀରକୁ ଆରାମ ଦିଏ । ଏହା ଜଳୀୟ ଅଂଶ ପ୍ରଦାନ କରିବା ସହ ଶରୀରକୁ ସୁସ୍ଥ ମଧ୍ୟ ରଖିଥାଏ ।

କମଳା : ଗ୍ରୀଷ୍ମ ଋତୁରେ କମଳା ଖାଇଲେ, ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବା ସହିତ, ଶରୀରର ଜଳ ଅଭାବକୁ ମଧ୍ୟ ଦୂର କରାଯାଏ ।

ସପୁରୀ : ସପୁରୀରେ ପ୍ରାୟ ୮୫% ପାଣି ରହିଥାଏ । ଏହା ଶରୀରକୁ ସତେଜ କରିବା ସହ ପ୍ରଚୁର ପରିମାଣର ଜଳ ମଧ୍ୟ ଯୋଗାଇଥାଏ । ଏଥିରେ ପାଚନ କ୍ରିୟାକୁ ଉନ୍ନତ କରୁଥିବା ଏନଜାଇମ ମଧ୍ୟ ମିଳିଥାଏ ।

ଷ୍ଟ୍ରବେରୀ: ଷ୍ଟ୍ରବେରୀରେ ୯୧% ପାଣି ରହିଥାଏ । ଏହା ଶରୀରକୁ ହାଇଡ୍ରେଟ୍ ରଖିବା ସହ ଚର୍ମ ଏବଂ କେଶ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ ।