ମର୍ଣ୍ଣିଂୱାକ ଶରୀରର ପାଚନ ପ୍ରକ୍ରିୟାକୁ ତ୍ୱରିତ କରିଥାଏ, ଯାହା ଶରୀରକୁ ରୋଗମୁକ୍ତ ରଖିଥାଏ। ମେଦ ବହୁଳତା ଓ ଡାଇବେଟିସ ପରି ରୋଗକୁ ଏହା ନିୟନ୍ତ୍ରଣରେ ରଖିଥାଏ।

Author: Amaresh Biswal | Credit: Canva

ତେବେ ମର୍ଣ୍ଣିଂ ୱାକ କରିବା ସମୟରେ ଲୋକମାନେ କେତେ ସାଧାରଣ ନିୟମକୁ ମାନି ନଥାନ୍ତି। ଫଳରେ ଏହାର ସମ୍ପୂର୍ଣ୍ଣ ଫାଇଦା ମିଳି ନଥାଏ।

Author: Amaresh Biswal | Credit: Canva

ମର୍ଣ୍ଣିଂୱାକ କରିବା ସମୟରେ କଣ ନିୟମ ମାନିବା ଉଚିତ, ଚାଲିବାର ବେଗ କେତେ ରହିବା ଉଚିତ ଓ କିପରି ଚାଲିବା ଉଚିତ ଆସନ୍ତୁ ଜାଣିବା।

Author: Amaresh Biswal | Credit: Canva

ମର୍ଣ୍ଣିଂୱାକ ସମୟରେ ନିଜ ଶ୍ୱାସପ୍ରଶ୍ୱାସ ଓ ଚାଲିବାର ବେଗ ଉପରେ ଧ୍ୟାନ ଦେବାକୁ ପଡିଥାଏ। ପ୍ରଥମେ ଧୀରେଧୀରେ ଚାଲି ଶ୍ୱାସ ଉପରେ ଧ୍ୟାନ ଦେବେ।

Author: Amaresh Biswal | Credit: Canva

ଏହାପରେ ଚାଲିବାର ଗତି ବଢାଇବେ ଓ ନଜର ରଖିବେ ଶ୍ୱାସ ପ୍ରଶ୍ୱାସ କିଭଳି ରହୁଛି, ଜୋର୍ ହେଉଛି ନା ଧୀରେ କିମ୍ବା ସ୍ୱଭାବିକ ଲକ୍ଷ୍ୟ ରଖିବେ।

Author: Amaresh Biswal | Credit: Canva

ମର୍ଣ୍ଣିଂ ୱାକରେ ଜଣେ ୧୩ ମିନିଟରୁ ଓ ୨୦ ମିନିଟ ମଧ୍ୟରେ ୧ ମାଇଲ ଚାଲିବା ଉଚିତ। ଏପରି ବେଗରେ ଚାଲିବା ଦ୍ୱାରା ମର୍ଣ୍ଣିଂୱାକର ବାସ୍ତବ ଫାଇଦା ମିଳିଥାଏ।

Author: Amaresh Biswal | Credit: Canva

ଓଜନ ହ୍ରାସ ଓ ରକ୍ତ ଶର୍କରା (ଡାଇବେଟିସ) ନିୟନ୍ତ୍ରଣରେ ଏହା ସାହାଯ୍ୟ କରିଥାଏ। ମେଦବହୁଳତା ରୋଗରେ ପୀଡିତ ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏହା ସହାୟକ ହୋଇଥାଏ।