Red Spinach: ବଢିବ ରକ୍ତ, ହାଡ଼ ହେବ ମଜଭୁତ; ଖାଆନ୍ତୁ ଏହି ଶାଗ...
Author: Namita Biswal | Credit: Canva
ଶାଗ ଅନେକ ପୋଷକ ତତ୍ତ୍ୱରେ ଭରପୂର । ଖାସ୍ କରି କୋଶଳା ଶାଗ ଖାଇବା ଶରୀର ପାଇଁ ବେଶ୍ ଲାଭଦାୟକ ହୋଇଥାଏ । ଏହି ଶାଗ ଅନେକ ପୋଷକର ତତ୍ତ୍ୱର ଭଣ୍ଡାର । ଏଥିରେ ଭିଟାମିନ-ଇ, ଭିଟାମିନ-କେ, ଭିଟାମିନ-ସି ସହିତ କ୍ୟାଲସିୟମ, ଆଇରନ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଥାଏ । ଏହା ଶରୀରରେ ରକ୍ତହୀନତା ଦୂର କରେ । ପେଟ ସମସ୍ୟାରୁ ଆରାମ ଦିଏ । ଜାଣନ୍ତୁ କୋଶଳା ଶାଗ ଖାଇଲେ ଆଉ କ'ଣ ସବୁ ଫାଇଦା ମିଳେ...
Author: Namita Biswal | Credit: Canva
ପେଟ ପାଇଁ ଭଲ: କୋଶଳା ଶାଗରେ ଫାଇବର ଥାଏ । ଏହା ପେଟ ପାଇଁ ବେଶ୍ ଲାଭଦାୟକ । ଯେଉଁମାନଙ୍କ ପେଟ ଯନ୍ତ୍ରଣା, କୋଷ୍ଠକାଠିନ୍ୟ, ବାନ୍ତି ଲାଗିବା ଭଳି ସମସ୍ୟା ରହିଛି ସେମାନେ ସପ୍ତାହକୁ ୨ରୁ ୩ ଥର କୋଶଳା ଶାଗ ଖାଆନ୍ତୁ ।
Author: Namita Biswal | Credit: Canva
ରକ୍ତ ବଢିଥାଏ: କୋଶଳା ଶାଗ ଶରୀରରେ ରକ୍ତ ବଢାଏ । ଏଥିରେ ଭଲ ପରିମାଣର ଆଇରନ ମିଳିଥାଏ, ଯାହା ଶରୀରରେ ହିମୋଗ୍ଲୋବିନର ସ୍ତରକୁ ବୃଦ୍ଧି କରେ । ଆନେମିଆ ଭଳି ରକ୍ତହୀନତା ସମସ୍ୟା ଦୂର କରେ ।
Author: Namita Biswal | Credit: Canva
ମଜଭୁତ ହାଡ: କୋଶଳା ଶାଗରେ ପ୍ରଚୁର କ୍ୟାଲସିୟମ ଓ ମ୍ୟାଗ୍ନେସିୟମ ରହିଥାଏ ଯାହା ହାଡକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ଏହାବ୍ୟତୀତ ଏହି ଶାଗରେ ଆଇରନ୍ ଓ ପୋଟାସିୟମ୍ ମଧ୍ୟ ମିଳେ ଯାହା ହାଡକୁ ସୁସ୍ଥ ରଖିବା ପାଇଁ ଜରୁରୀ ।
Author: Namita Biswal | Credit: Canva
ହୃଦୟ ସୁସ୍ଥ ରଖେ: ଏହି ଶାଗ ଖାଇବା ହୃତପିଣ୍ଡ ପକ୍ଷେ ଲାଭଦାୟକ । କୋଶଳା ଶାଗରେ ଅଧିକ ପରିମାଣର ପୋଟାସିୟମ୍ ଥାଏ ଯାହା ରକ୍ତବାହୀକୁ ଆରାମ ଦେଇଥାଏ । ଏହା ରକ୍ତଚାପକୁ ସନ୍ତୁଳିତ ରଖେ । ସନ୍ତୁଳିତ ରକ୍ତଚାପ ହେତୁ ହୃଦୟରେ ଅଧିକ ଚାପ ପଡେ ନାହିଁ ।
Author: Namita Biswal | Credit: Canva
ରୋଗ ପ୍ରତିରୋଧକ ଶକ୍ତି ବଢାଏ: କୋଶଳା ଶାଗରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଛି ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । ଏଥିରେ ଭିଟାମିନ୍ A, ଭିଟାମିନ୍ K, ଭିଟାମିନ୍ C ସହିତ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ, ଫୋଲେଟ୍, ମାଙ୍ଗାନିଜ୍ ରହିଥାଏ ।