Health Tips For Women

ବ୍ୟାୟାମ ନକରିବା : ମହିଳାମାନେ ଭାବନ୍ତି ଘଣ୍ଟା ଘଣ୍ଟା ଠିଆ ହୋଇ କାମ କରିବାପରେ ବ୍ୟାୟାମର ଆବଶ୍ୟକତା ନାହିଁ। କିନ୍ତୁ,ପ୍ରତ୍ୟେକ ଶରୀର ପାଇଁ ବ୍ୟାୟାମ ନିତ୍ୟାନ୍ତ ଆବଶ୍ୟକ। ଯାହାଦ୍ୱାରା ଆପଣ ରୋଗମୁକ୍ତ ରହି ସୁସ୍ଥ ରହିପାରିବେ ।

ସବୁବେଳେ ଚିନ୍ତିତ ରହିବା : ଅତ୍ୟଧିକ ଚିନ୍ତା କରିବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ ବୃଦ୍ଧି ପାଇଥାଏ। ଯାହା ଅନେକ ରୋଗକୁ ନିମନ୍ତ୍ରଣ ଦେଇଥାଏ। ତେଣୁ ମହିଳାମାନେ ଏହାକୁ ତ୍ୟାଗ କରିବା ଉଚିତ୍ ।

ବହୁତ ରାଗିବା : ଅତ୍ୟଧିକ ରାଗିବା ଦ୍ୱାରା ଏହା ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉଭୟକୁ କ୍ଷତି ପହଞ୍ଚାଇଥାଏ। ଏହା ମହିଳାଙ୍କ କେଶ ଏବଂ ଚର୍ମକୁ ବହୁ ମାତ୍ରାରେ ପ୍ରଭାବିତ କରିଥାଏ। ଫଳରେ ମହିଳାମାନେ ବୟସ ହେବା ପୂର୍ବରୁ ବୁଢ଼ୀ ହୋଇଯାଇଥା'ନ୍ତି ।

କମ୍ ପାଣି ପିଇବା : କମ୍ ପାଣି ପିଇବା ଦ୍ୱାରା ମହିଳାମାନେ ଶୀଘ୍ର ବୟସ୍କ ଦେଖାଯା'ନ୍ତି। ତେଣୁ ଉପଯୁକ୍ତ ପରିମାଣର ପାଣି ପିଇବା ନିହାତି ଆବଶ୍ୟକ।