ନବ ଦାସ ହତ୍ୟା ଘଟଣାକୁ ନେଇ ବିଧାନସଭା ହୁଲସ୍ତୁଲ। ବଜେଟ୍  ଅଧିବେଶନର ପ୍ରଥମ ଦିନରେ ଗୃହରେ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିରୋଧୀ 
ବିଜେପି ଓ କଂଗ୍ରେସ୍। ବିଧାନସଭା ପ୍ରବେଶ ପଥରେ ବିଜେପି ଧାରଣା ଦେବା ସହ ନବ ହତ୍ୟାକାଣ୍ଡ ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରି, ଫାଇଭ୍-ଟି ସଚିବ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କଲ୍ ରେକର୍ଡ ଯାଂଚ କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା। କଂଗ୍ରେସ ବି ଷଡଯନ୍ତ୍ର କଥା ଉଠାଇ ରାଜ୍ୟ ସରକାରଙ୍କୁ ନିଶାନା କରିଛି । ଠିକ୍ ଏତିକି ବେଳେ ନବ ଦାସଙ୍କ ଝିଅ ଦୀପାଳି ଏହି ଘଟଣାକୁ ନେଇ ରାଜନୀତି କରାନଯାଉ ବୋଲି ନିବେଦନ କରିବା ପରେ ଆହୁରି ତେଜିଛି ରାଜନୀତି।