୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ଆରମ୍ଭ ହେଲାଣି କି ବିଦ୍ରୋହ ? ଗୋଷ୍ଠୀ କନ୍ଦଳ ପାଇଁ ହାରୁଛି କି ଦଳ ? ପ୍ରଥମେ ଧାମନଗର ଆଉ ଏବେ ପୁରୀରେ ୧୧ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡ଼ିକୁ ଝଟକା ଲାଗିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି। ଏବେଠୁ ଗୋଷ୍ଠୀ କନ୍ଦଳର ଆଭାସ ବି ଦେଖିବାକୁ ମିଳିଲାଣି। ପାରାଦୀପ, ଜୟପୁର ସମେତ ରାଜ୍ୟର ୫୦ରୁ ଅଧିକ ନିର୍ବାଚନମଣ୍ଡଳୀରେ ଗୋଷ୍ଠୀ ବିବାଦ ବଢ଼ିବା ସହ ସମାନ୍ତରାଳ ସଂଗଠନ ଚଳାଇଛନ୍ତି ଆଶାୟୀ।