ଯଜ୍ଞ ଚାଲିଛି, ବ୍ରାହ୍ମଣଙ୍କ ମନ୍ତ୍ର ପାଠରେ ଏରିଆ କମ୍ପୁଛି । ଧୁଧୁ ଖରାରେ ଭକ୍ତଙ୍କର ଲାଗିଛି ଲମ୍ବା ଲାଇନ୍‌ । ପ୍ରଭୁ ଶନିଦେବଙ୍କ ଆଶିଷ ଲାଭ କରିବାକୁ ଶ୍ରଦ୍ଧାଳୁଙ୍କର ଏମିତି ଲାଗିଛି ଗହଳି । ପ୍ରତିବର୍ଷ ଅକ୍ଷୟ ତୃତୀୟା ପର ଶନିବାର ପାଳନ ହୁଏ ଗ୍ରହରାଜ ଶନିଦେବଙ୍କ ପବିତ୍ର ଜନ୍ମୋତ୍ସବ । ଆଉ ପୂଜା ଲାଗି ଯାଜପୁର ବ୍ୟାସନଗର ସହର ଉପକଣ୍ଠରେ ଅବସ୍ଥିତ ଦାନଗଦୀ ବ୍ଲକ ଅନ୍ତର୍ଗତ ରାଛିପୁର ଗାଁର ଶନିଶ୍ଚର ଦେବଙ୍କ ପୀଠରେ ଲାଗେ ଭକ୍ତଙ୍କ ପ୍ରବଳ ଗହଳି