ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରରେ ଲାଗିବ ରୂପା କବାଟ। ଦେଢ଼ ବର୍ଷ ଭିତରେ ଏ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି କହିଲା ଏଏସ୍ଆଇ। ଆଜି ମନ୍ଦିରର ବିଭିନ୍ନ ସ୍ଥାନ ଯାଞ୍ଚ କରିବା ପରେ ଏହି ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ସଂଜୟ ସିଂହ। ଆଜି ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ମନ୍ଦିର ଚତୁଃପାର୍ଶ୍ୱ, ନାଟ୍ୟ ମଣ୍ଡପ ଓ ବେଢ଼ା ପରିସରରେ ଥିବା ଅନେକ ମନ୍ଦିର ବୁଲି ଦେଖିଥିଲେ ଏଏସଆଇ ଟିମ୍ ଓ ବିଏମ୍‌ସି କମିଶନର ସଂଜୟ ସିଂହ।