By: Saroj Kumar Jena
Last updated: 27 January 2025, 10:56 PM IST
ଫାଇନାନ୍ସ ଲୋନ୍ ନା ଗଞ୍ଜେଇ କାରବାର ଲିଙ୍କ୍ ? ସାପ ଦେଖାଇ ଡରାଉଥିଲେ, ବନ୍ଧୁକ ମୁନରେ ଧମକାଉଥିଲେ । ମୁଣ୍ଡ ଜାମିନ ରଖି ଦାବି କରିଥିଲେ ଦୁଇ କୋଟି ଟଙ୍କା । ୪ ଦିନ ନିକାଞ୍ଚ ସ୍ଥାନରେ ରଖି ଦେଇଥିଲେ ନିର୍ଯାତନା । ସେମାନଙ୍କୁ ଉଦ୍ଧାର ପରେ ଗଞ୍ଜାମ ଚିକିଟି ଅପହରଣ ମାମଲାରେ ସାମନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ଟଙ୍କା ନଦେଲେ ନାଗ ସାପ କାମୁଡାଇ ମାରି ଦେବାକୁ ଭୟଭୀତ ବି କରୁଥିଲେ ଅପହରଣକାରୀ।