ଆଉ କେତେ ମରିବେ ଜଟଣୀ ବଅଙ୍ଗ ଗାଁର ଦିଲୀପ ସାମନ୍ତରାୟ ? ଆଉ କେତେଥର ସେ ଉଠିବେ ମରଣ ଶେଯରୁ ? ଆଉ କେତେ ଶବ ଦାହ କରିବେ ଦିଲୀପଙ୍କ ସଂପର୍କୀୟ ? ପ୍ରାୟ ସପ୍ତାହେ ହୋଇଗଲା, ଭେଣ୍ଟିଲେଟରରୁ ବାହାରି ନିଜର ପରିଚୟ ଦେଇଥିବା ଦିଲୀପଙ୍କ ସଂପର୍କରେ ସତ-ମିଛ ଶୁଣୁ ଶୁଣୁ ଶେଷରେ ଆଜି ଏମିତି ସତ ସାମ୍ନାକୁ ଆଣିଲେ ମେଡିକାଲ କର୍ତ୍ତୃପକ୍ଷ, ଯାହାକୁ ନେଇ କମ୍ପିଛି ହାଇଟେକ୍ ହସ୍ପିଟାଲ୍ କ୍ୟାମ୍ପସ୍ । ଯେଉଁ ପୁଅ ମଲା ବୋଲି ବୋହୂଟିଏ ଆତ୍ମହତ୍ୟା କରିଦେଲା, ସେହି ପୁଅକୁ ଜୀବିତ ଦର୍ଶାଇ ପୁଣି ମୃତ ଘୋଷଣା କରିଦେଲା ମେଡିକାଲ୍ । ପରିବାର ଲୋକଙ୍କ ଅଭିଯୋଗ, ରାତି ଗୋଟାଏ ଯାଏଁ ମା’ ସହ କଥା ହୋଇଥିବା ପୁଅ ଦିଲ୍ଲୀପଙ୍କୁ ରାତି ୩ଟାରେ ମୃତ ଘୋଷଣା କରିଦେଲେ ମେଡିକାଲ୍ କର୍ତ୍ତୃପକ୍ଷ। ଏପରିକି ଜୋର ଜବରଦସ୍ତ ଟିପ ଚିହ୍ନ ବି ନେଇଗଲେ। ତେଣୁ ଏହାକୁ ହତ୍ୟା ବୋଲି
ଦର୍ଶାଇବା ସହ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଛନ୍ତି ଦିଲୀପଙ୍କ ମା’ ।