ସାଥି ଯବାନଙ୍କ ଗୁଳିରେ ୫ ବିଏସ୍ଏଫ୍ ଯବାନଙ୍କ ମୃତ୍ୟୁ। ପଞ୍ଜାବ ଅମୃତସରରେ ଘଟିଛି ଅଭାବନୀୟ ଘଟଣା। ଅମୃତସର ଖାସା ଅଞ୍ଚଳରେ ଥିବା ବିଏସ୍ଏଫ୍‌ର ୧୪୪ ବାଟାଲିଅନ କ୍ୟାମ୍ପରେ ଗୁଳିକାଣ୍ଡ ଘଟିଛି। ଏଥିରେ ଗୁଳି ଚାଳନା କରିଥିବା ଯବାନଙ୍କ ସହ ୫ ସାଥି ଯବାନଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।