ପ୍ରସାରଣ-ପ୍ରତି ରବିବାର ରାତି ୮ଟା ଉପସ୍ଥାପକ- ଅଶ୍ରୁମୋଚନ ମହାନ୍ତି (ଫ୍ରିଲାନ୍ସର)
ଅକୁହା କଥା ମନ ଗହନର କଥା..। ମନରେ ରହିଯାଇଥିବା ଦୁଃଖ, କଷ୍ଟ, ଯନ୍ତ୍ରଣାକୁ କହିଦେଲେ ମନ ଟିକେ ହାଲକା ହୋଇଯାଏ.. ହେଲେ ବେଳେବେଳେ ସବୁକଥା କହି ହୁଏନା କାହିଁକିନା ଶୁଣିବାକୁ ବି ସେମିତିଆ ମନଟେ ମିଳେନା... କିନ୍ତୁ ଅକୁହା କଥା କାର୍ଯ୍ୟକ୍ରମ ପ୍ରତିଟି ମଣିଷର ଅକୁହା କଥାକୁ ଶୁଣିଥାଏ । ଆଉ ଶୁଣାଇଥାଏ ସଂଘର୍ଷର କାହାଣୀ, ଅଭୁଲା କଥା, ଖଟାମିଠା ସ୍ମୃତି, ଯାତନାର କଥା ଦର୍ଶକଙ୍କ ସମ୍ମୁଖରେ ରଖିବାର ଏକ ଛୋଟିଆ ପ୍ରୟାସ କରିଆସୁଛି ଅକୁହା କଥା । ଏଥିରେ ଭାଗ ନେଉଥିବା ଲୋକ ନିଜ ଇଚ୍ଛା ଅନୁସାରେ ହଁ ନିଜ କଥା ବଖାଣିଥାଆନ୍ତି । ଜୀବନ କେତେ ସଂଘର୍ଷପୂର୍ଣ୍ଣ ତାହା ଅକୁହା କଥା କହୁଥିବା ଚରିତ୍ରମାନେ ବେଳେବେଳେ ବତାଇଦିଅନ୍ତି...। Updates