Advertisment

ମହାନଦୀରେ ଟଳିଲା ବନ୍ୟା ଆଶଙ୍କା

ମହାନଦୀରେ ଟଲିଲା ବନ୍ୟା ଆଶଙ୍କା। ମହାନଦୀରେ ଜଳସ୍ତର କମିବା ପରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଛି। କେବଳ ଛୋଟରୁ ସାମାନ୍ୟ ଧରଣର ବନ୍ୟା ହୋଇପାରେ। ହେଲେ ଏଥିରେ କୌଣସି ବିପଦ ନଥିବା ଜଳ ସମ୍ପଦ ବିଭାଗର ସବୋର୍ଚ୍ଚ ଯନ୍ତ୍ରୀ ଧୀରେନ ସାମଲ କହିଛନ୍ତି।

ଅଦ୍ୟତନ ହୋଇଛି
Mundali

Mundali

Advertisment

ଭୁବନେଶ୍ୱର: ମହାନଦୀରେ ଟଳିଲା ବନ୍ୟା ଆଶଙ୍କା। ମହାନଦୀରେ ଜଳସ୍ତର କମିବା ପରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଛି। କେବଳ ଛୋଟରୁ ସାମାନ୍ୟ ଧରଣର ବନ୍ୟା ହୋଇପାରେ। ହେଲେ ଏଥିରେ କୌଣସି ବିପଦ ନଥିବା ଜଳ ସମ୍ପଦ ବିଭାଗର ସବୋର୍ଚ୍ଚ ଯନ୍ତ୍ରୀ ଧୀରେନ ସାମଲ କହିଛନ୍ତି। ମୁଣ୍ଡଳିରେ ଏବେ ୬ ଲକ୍ଷ ୬୭ ହଜାର କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି। ଗତ ୩ରୁ ୪ ଘଣ୍ଟା ଧରି ଏପରି ସ୍ଥିତି ଲାଗି ରହିଛି। ତେଣୁ ହୀରାକୁଦରେ ଗତକାଲି ଅପେକ୍ଷା ଆଜି କମ୍‌ ଗେଟ୍ ଖୋଲିଛି। ସେହିପରି ବ୍ରାହ୍ମଣୀ, ବୈତରଣୀ ଏବଂ ସୁବର୍ଣ୍ଣରେଖାରେ ବି ଜଳସ୍ତର କମୁଥିବା ସୂଚନା ମିଳିଛି। ଯାଜପୁର, ବାଲେଶ୍ୱର ଜିଲ୍ଲାରେ କିଛି ଘାଇ ସୃଷ୍ଟି ହୋଇଛି। ଯାହାର ମରାମତି ହେବା ସହ ପରିସ୍ଥିତିରେ ସୁଧାର ଆସିଛି। ସେହିପରି ସମସ୍ତ ଜଳଭଣ୍ଡାରରେ ସ୍ଥିତି ସ୍ୱାଭାବିକ ଥିବା ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି।

Advertisment

ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁସାରେ, ‘ମୁଣ୍ଡଳିରେ ଯେଉଁ ପରିମାଣର ଜଳ ଯାଉଛି, ତାହା ଆଗକୁ ବଢ଼ିବାର ସମ୍ଭାବନା ନାହିଁ। ମୁଣ୍ଡଳି ଦେଇ ଯାଉଥିବା ଜଳ ନଦୀ ଦେଇ ଯାଉଛି ଓ ଏହା ଗାଁ ଭିତରକୁ ପ୍ରବେଶ କରୁ ନାହିଁ। ତେବେ ଗାଁରେ ଜମି ଥିବା ଜଳ ବାହାରିବାରେ ଅସୁବିଧା ହେଉଛି। ବ୍ରାହ୍ମଣୀ ନଦୀର ଜଳସ୍ତର କମୁଛି। କେନ୍ଦ୍ରାପଡ଼ା ଓ ଆଳି ପ୍ରତି ବିପଦ ନାହିଁ। ସେହିପରି ବୈତରଣୀ ଆଡ଼ୁ ଆଦୌ ବିପଦ ନାହିଁ। ସୁବର୍ଣ୍ଣରେଖା ଜଳସ୍ତର ମଧ୍ୟ କମୁଛି। ହୀରାକୁଦ ଓ ରେଙ୍ଗାଳି ଜଳ ଭଣ୍ଡାରକୁ ପୂର୍ଣ୍ଣ ରଖାଯିବ। ୨୦ଟିରେ ୭୫%ରୁ ଅଧିକ ଓ ୧୧ଟିରେ ୫୦ରୁ ୭୫ % ଜଳ ରହିଛି।
୨ଟି ମଧ୍ୟମ ଜଳ ଭଣ୍ଡାର ପୂର୍ଣ୍ଣ ରହିଛି।’ 

ଅନ୍ୟପକ୍ଷେ, ହୀରାକୁଦରେ ଖୋଲାଥିବା ୨୪ ଗେଟ୍‌ରୁ ୬ଟି ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ବର୍ତ୍ତମାନ ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ହେଲେ ଏବେ ବି କମିନି ଦୁର୍ଦ୍ଦଶା। ତଳିଆ ଅଞ୍ଚଳରେ ପାଣି ପଶି ଯାଇଥିବାରୁ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସକାଳ ୮ଟା ସୁଦ୍ଧା ମୁଣ୍ଡଳିରେ ୬ ଲକ୍ଷ ୭୬ ହଜାର କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି। ଅପ୍ ଷ୍ଟ୍ରିମ୍‌ରେ ଜଳସ୍ତର ୯୦ ଦଶମିକ ୪ ଫୁଟ ଥିବା ବେଳେ ଡାଉନ ଷ୍ଟ୍ରିମରେ ଏହା ୮୮ ଦଶମିକ ୩ ଫୁଟ ରହିଛି। ମୁଣ୍ଡଳିରେ ବିପଦ ସଙ୍କେତ ୯୭ ଦଶମିକ ୨୫ ମିଟର ଥିବାବେଳେ ଜଳସ୍ତର ବିପଦ ସଙ୍କେତ ତଳେ ଅଛି। ନରାଜରେ ମଧ୍ୟ ଜଳସ୍ତର ବିପଦ ସଙ୍କେତ ତଳେ ରହିଛି। ନରାଜରେ ୩ ଲକ୍ଷ ୩୦ ହଜାର ୭୧୩ କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି। 

Advertisment

ମହାନଦୀର ବନ୍ୟା ପାଣି ବାଙ୍କି ଅଞ୍ଚଳର ଅନେକ ଗାଁର ପଶି ଦୁର୍ଦ୍ଦଶା ବଢ଼ାଇଛି। ମହାନଦୀ ବ୍ୟାକ୍ ଓ୍ୱାଟର ରଣ ନଦୀରେ ଆସିବାରୁ ଅନେକ ଗାଁ ଓ ଚାଷ ଜମି ଜଳମଗ୍ନ ହୋଇଛି। ଗତକାଲିଠାରୁ ଅନେକ ଲୋକଙ୍କ ଘରେ ପାଣି ପଶିଯିବାରୁ ଖାଇବା ପିଇବା ବନ୍ଦ ରହିଛି। ଡମପଡ଼ା ବ୍ଲକର ବିଲିପଡ଼ା ଓ ଶୁଖୁଆଖଳା ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ଅନେକ ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି। ମହାନଦୀର ଶାଖା ନଦୀ ରାଜୁଆ, ମଲାଗୁଣୀ ଓ ଦୟା ନଦୀ ଫୁଲି ଥିବାରୁ ତଳିଆ ଅଞ୍ଚଳର ଗାଁ ଗୁଡିକ ପାଣି ଘେରରେ ରହିଛି। 

Advertisment

ଜଳକା ନଦୀର ଜଳସ୍ତର ବଢ଼ୁ ଥିବାବେଳେ ସୁବର୍ଣ୍ଣରେଖାରେ ଜଳସ୍ତର କମିଛି। ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର। ଫଳରେ ତଳିଆ ଅଞ୍ଚଳରେ ଥିବା ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି। ଲୋକଙ୍କ ଘରେ ଭିତରେ ଅଣ୍ଟାଏ ଉଚ୍ଚର ପାଣି ଜମିଛି। ସୁବର୍ଣ୍ଣରେଖାରେ ବନ୍ୟାପାଣି ଆସିବା ପରେ ବହୁ ଗାଁ ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ଭୋଗରାଇ ବ୍ଲକର ୪୦ଟି ଗାଁ ଓ ବାଲିଆପାଳର ୩୦ଟି ଗାଁ ଏବେ ପାଣି ଘେରରେ। ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜରୁ ୩ ଦିନ ମଧ୍ୟରେ ୮ ହଜାର କ୍ୟୁସେକ୍‌ ଜଳ ନିଷ୍କାସିତ ହୋଇଛି। ଏହାଦ୍ୱାରା ଜଳେଶ୍ୱର, ବାଲିଆପାଳ ଓ ଭୋଗରାଇ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।  

Mahanadi Flood Flood Water
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ