Advertisment

ଗ୍ରୀନ୍‌ଲାଣ୍ଡରେ ପ୍ରଥମ ବର୍ଷା; ବିଶ୍ୱ ପାଇଁ ବଡ ବିପଦ

ପରିବେଶରେ ଭୟଙ୍କର ପରିବର୍ତ୍ତନର ସଙ୍କେତ ମିଳିଛି। କିଛିଦିନ ତଳେ ଜାତିସଂଘର ଏକ ରିପୋର୍ଟରେ ଜଳବାୟୁ ସଙ୍କଟକୁ ଦୃଷ୍ଟିରେ ରଖି ମାନବ ସମାଜକୁ ଚେତାବନୀ ଦିଆଯାଇଥିଲା। ଆଗାମୀ ଦିନରେ ପାଣିପାଗରେ ବିନାଶକାରୀ ପରିବର୍ତ୍ତନ ଆସିବ ବୋଲି ରିପୋର୍ଟରେ କୁହାଯାଇଥିଲା ଆଉ ଏହାର ସଙ୍କେତ ଏବେ ଦେଖିବାକୁ ମିଳିଲାଣି।

ଅଦ୍ୟତନ ହୋଇଛି
climate change in greenland

climate change in greenland

Advertisment

ନୂଆଦିଲ୍ଲୀ: ପରିବେଶରେ ଭୟଙ୍କର ପରିବର୍ତ୍ତନର ସଙ୍କେତ ମିଳିଛି। କିଛିଦିନ ତଳେ ଜାତିସଂଘର ଏକ ରିପୋର୍ଟରେ ଜଳବାୟୁ ସଙ୍କଟକୁ ଦୃଷ୍ଟିରେ ରଖି ମାନବ ସମାଜକୁ ଚେତାବନୀ ଦିଆଯାଇଥିଲା। ଆଗାମୀ ଦିନରେ ପାଣିପାଗରେ ବିନାଶକାରୀ ପରିବର୍ତ୍ତନ ଆସିବ ବୋଲି ରିପୋର୍ଟରେ କୁହାଯାଇଥିଲା ଆଉ ଏହାର ସଙ୍କେତ ଏବେ ଦେଖିବାକୁ ମିଳିଲାଣି।  ପ୍ରଥମ ଥର ପାଇଁ ଗ୍ରୀନଲାଣ୍ଡରେ ବର୍ଷା ହୋଇଛି।  ବରଫାବୃତ ଗ୍ରୀନଲାଣ୍ଡରେ ଏପରି ବର୍ଷା ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ଏଠାରେ ବର୍ଷା ନୁହେଁ, କେବଳ ବରଫପାତ ହିଁ ହୋଇଥାଏ। ଏହାକୁ  ବିପଦର ସଙ୍କେତ ବୋଲି ଭାବି ପରିବେଶବିତ୍‌ମାନେ ଚିନ୍ତିତ ହୋଇ ପଡ଼ିଛନ୍ତି । ସେମାନଙ୍କ ମତରେ ଗ୍ରୀନଲାଣ୍ଡରେ ବର୍ଷା ଜଳବାୟୁ ପରିବର୍ତ୍ତନର ବଡ଼ ପ୍ରଭାବ ପକାଇବ। ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାଲ ଓ୍ୱାର୍ମିଂ ହିଁ ଏହାର କାରଣ।

Advertisment

 ସାରା ବିଶ୍ୱ ପାଇଁ ଏହା ବିପଦ ସୃଷ୍ଟି କରିପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଗତ ଅଗଷ୍ଟ ୧୪ ତାରିଖରେ ସମୁଦ୍ର ପତ୍ତନଠାରୁ ୩ ହଜାର ମିଟର ଉପରେ ଥିବା ବରଫ ଦେଶରେ ବର୍ଷା ହୋଇଛି । ଏହି ସୂଚନା ଦେଇଛି ଆାମେରିକାର ସ୍ନୋ ଆଣ୍ଡ ଆଇସ୍ ଡାଟା ସେଣ୍ଚର।  କୌଣସି ସ୍ଥାନରେ ବର୍ଷା ହେବା ପାଇଁ ତାପମାତ୍ରା ଶୂନ ଡିଗ୍ରୀ ସେଲ୍ସିୟସରୁ ସାମାନ୍ୟ ଉପରେ ରହିବା ଦରକାର। ଶୂନ ଡିଗ୍ରୀ ସେଲ୍ସିୟରକୁ ସାମାନ୍ୟ କମ୍ ତାପମାତ୍ରା ହେଲେ ମଧ୍ୟ ବର୍ଷା ହୋଇପାରେ ।

Advertisment

 ଗ୍ରୀନ୍ଲାଣ୍ଡରେ  ବର୍ଷା ହେବାର ଅର୍ଥ ହେଲା, ସେଠାରେ ତାପମାତ୍ରା ବୃଦ୍ଧି ପାଉଛି। ନ ହେଲେ ବର୍ଷା ହୁଅନ୍ତା ନାହିଁ । ଏପରି କେବେ ହୋଇନଥିଲା ବୋଲି ପରିବେଶ ବିଜ୍ଞାନୀମାନେ କହିଛନ୍ତି । ଗତ ୨ ହଜାର ବର୍ଷ ମଧ୍ୟରେ କେବଳ ୯ ଥର ତାପମାତ୍ରା ଫ୍ରିଜିଂ ପଏଣ୍ଟ ଉପରେ ରହିଛି।ଗ୍ରୀନଲାଣ୍ଡର ତାପମାତ୍ରା । ଏହା ଦ୍ୱାରା ବରଫ ତରଳିବ। ଫଳରେ ସମୁଦ୍ରର ଜଳପତ୍ତନ ବୃଦ୍ଧି ପାଇବ। ୨୧୦୦ ସୁଦ୍ଧା ସମୁଦ୍ର ଜଳସ୍ତର ୧୦ରୁ ୧୮ ସେଣ୍ଟିମିଟର ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । କିଛି ଦିନ ତଳେ ଏକ ରିପୋର୍ଟ ଆସିଥିଲା ଯେ, ସମୁଦ୍ରର ଜଳପତ୍ତନ ବୃଦ୍ଧି ପାଇବା ଦ୍ୱାରା ପାରାଦୀପ ସମେତ ଦେଶର ଅନେକ ବଡ଼ ବଡ଼ ସହର ସମୁଦ୍ର ଗର୍ଭରେ ଲୀନ ହୋଇଯିବ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ମାନବକୃତ ଗ୍ଲୋବାଲ ୱାର୍ମିଂର ପ୍ରଭାବ ପ୍ରଥମେ ଏହି ଦ୍ୱୀପରେ ଦେଖିବାକୁ ମିଳିଥିଲା। ନର୍ଥ ପୋଲ୍‌ରେ ନିକଟରେ ଥିବା ଏହି ଦ୍ୱୀପରେ ଶନିବାର ଦିନ ପ୍ରଥମ ଥର ପାଇଁ ବର୍ଷା ହୋଇଥିଲା। ଏଥିରୁ ସ୍ପଷ୍ଟ ହେଉଛି, ତାପମାତ୍ରା ବୃଦ୍ଧି ଯୋଗୁ ଏଠାରେ ଜଳବାୟୁ ପରିବର୍ତ୍ତନ ଘଟୁଛି ।

Advertisment
Global Warming Climate Change
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ