Advertisment

ରେକର୍ଡ ଭାଙ୍ଗୁଛି ଜୁଲାଇର ଗରମ, ବିପଦର ସଙ୍କେତ ଦେଉଛି କି ?

ଜୁଲାଇ ଆସିଲେ ଆଶ୍ୱସ୍ତି ଆସେ ମନରେ । କାରଣ ମୌସୁମୀର ଆଗମନରେ ଅନ୍ତ ହୁଏ ମୌସୁମୀର ଅପେକ୍ଷା। ଚଳିତବର୍ଷ ଦେଶର ପ୍ରତ୍ୟକ ଭାଗରେ ଭଲ ବର୍ଷା ହୋଇଛି। ଅନ୍ୟପକ୍ଷେ ତାପମାତ୍ରା ବି ଏଥର ରେକର୍ଡ କରିଛି।

ରେକର୍ଡ ଭାଙ୍ଗୁଛି ଜୁଲାଇର ଗରମ, ବିପଦର ସଙ୍କେତ  ଦେଉଛି କି ?

hot july

Advertisment

ନୂଆଦିଲ୍ଲୀ: ଜୁଲାଇ ଆସିଲେ ଆଶ୍ୱସ୍ତି ଆସେ ମନରେ । କାରଣ ମୌସୁମୀର ଆଗମନରେ ଅନ୍ତ ହୁଏ ମୌସୁମୀର ଅପେକ୍ଷା। ଚଳିତବର୍ଷ ଦେଶର ପ୍ରତ୍ୟକ ଭାଗରେ ଭଲ ବର୍ଷା ହୋଇଛି। ଅନ୍ୟପକ୍ଷେ ତାପମାତ୍ରା ବି ଏଥର ରେକର୍ଡ କରିଛି। ୧୯୦୧ ମସିହା ପରେ ଏଥର ଥିଲା ୬ଷ୍ଠା ସବୁଠାରୁ ଅଧିକ ଗରମ ଜୁଲାଇ । ପୁଣେ ସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ଜାରି ଏକ ତଥ୍ୟରେ କୁହାଯାଇଛି, ଏଥର ଜୁଲାଇ ତାପାମାତ୍ରା ହାରାହାରି ତାପମାତ୍ରା ୨୮.୫୨ ଥିଲା ଯାହା ସାମାନ୍ୟ ତାପମାତ୍ରାଠାରୁ ୦.୫୫ ଡିଗ୍ରୀ ଅଧିକ। 

Advertisment

ଖାଲି ଦିନ ନୁହେଁ, ଏଥର ଜୁଲାଇରେ ରାତିରେ ମଧ୍ୟ ଗରମ ଅତ୍ୟଧିକ ଥିଲା। ତେବେ ଭାରତ ଉପଦ୍ୱୀପରେ ଜୁଲାଇରେ ସାମାନ୍ୟରୁ ଅଧିକ ବର୍ଷା ବି ହୋଇଛି। ଏକ ହିସାବରୁ ଜଣାଯାଇଛି, ୧୯୦୧ରୁ ବର୍ତ୍ତମାନ ସୁଦ୍ଧା ୫ଟି ଜୁଲାଇରେ ସର୍ବାଧିକ ଗରମ ଅନୁଭୂତ ହୋଇଛି। ଏଥିମଧ୍ୟରୁ ୪ଟି ଜୁଲାଇ ଗତ ଦଶକରେ ଅନୁଭୂତ ହୋଇଛି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି, ଦିନକୁ ଦିନ ତାପମାତ୍ରା ଆଶାତୀତ ଭାବେ ବୃଦ୍ଧି ପାଉଛି। 

Advertisment

ଇଂରାଜୀ ଖବରକାଗଜ ହିନ୍ଦୁସ୍ଥାନ ଟାଇମ୍ସ ଅନୁସାରେ, ଦେଶରେ ଜୁଲାଇରେ ୭ ପ୍ରତିଶତ କମ୍‌ ବର୍ଷା ହୋଇଛି। ପୂର୍ବ ଏବଂ ଉତ୍ତର ପୂର୍ବ ଭାରତରେ ୨୬ ପ୍ରତିଶତ କମ୍‌ ବର୍ଷା ହୋଇଥିଲା। ଉତ୍ତର ପଶ୍ଚିମ ଏବଂ ମଧ୍ୟ ଭାରତରେ ୭ ପ୍ରତିଶତ କମ୍ ବର୍ଷା ହୋଇଛି। ରାଜସ୍ଥାନ, ଦିଲ୍ଲୀ, ହରିଆନା, ପଞ୍ଜାବର କିଛି ଭାଗକୁ ଛାଡ଼ି ଦେଲେ ମୌସୁମୀ ଜୁନ୍‌ ୧୯ ସୁଦ୍ଧା ଦେଶର ଅଧିକାଂଶ ସ୍ଥାନରେ ପହଞ୍ଚି ସାରିଥିଲା। ଜୁଲାଇ ୧୧ ତାରିଖରେ ମୌସୁମୀ ବ୍ରେକ୍‌ ଫେଜ୍‌ରେ ପ୍ରବେଶ କରିଥିଲା। 

 ସବୁଠାରୁ ଅଧିକ ଗରମ ଉତ୍ତପ୍ତ ଜୁଲାଇ ଥିଲା ୨୦୧୯ରେ। ଏହି ମାସର ତାପମାତ୍ରା ସାଧାରଣ ତାପମାତ୍ରାଠାରୁ ୦.୬୮ ଅଧିକ ଅର୍ଥାତ୍‌ ୨୮.୬୫ ଡିଗ୍ରୀ ସେଲ୍‌ସିୟସ ଥିଲା। ଦ୍ୱିତୀୟ ଉତ୍ତପ୍ତ ମାସ ଥିଲା ୨୦୧୫। ଏହି ମାସର ତାପମାତ୍ରା ହାରାହାରି ୨୮.୬୩ ଥିଲା। ତୃତୀୟ ଉତ୍ତପ୍ତ ଜୁଲାଇ୧୯୮୭ ଏବଂ ଏହି ମାସରେ ତାପମାତ୍ରା ଥିଲା ୨୮.୬୧ ଡିଗ୍ରୀ। ୪ର୍ଥ ଉତ୍ତପ୍ତ ଜୁଲାଇ ଥିଲା ୨୦୧୪ ଓ ପଞ୍ଚମ ଥିଲା ୨୦୨୦।  
ତେବେ କାହିଁକି ଜୁଲାଇ ତାପମାତ୍ରା ଏପରି ବଢୁଛି ? 

Advertisment

ଏଥର ଜୁଲାଇରେ ସର୍ବାଧିକ ତାପମାତ୍ରା ଥିଲା ହାରାହାରୀ ୩୨.୧୬ ଡିଗ୍ରୀ ସେଲ୍‌ସିୟସ। ଏହା ସାମାନ୍ୟ ତାପମାତ୍ରାଠାରୁ ୦.୫୪ ଅଧିକ । ଆଇଏମଡିର ଜଣେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଜୁଲାଇରେ ତାପମାତ୍ରା ଅଧିକ ଥିଲା। କାରଣ ଜୁଲାଇ ପୂର୍ବରୁ ୨ ସପ୍ତାହ ବାଦଲ କମ୍‌ ଥିଲା। ଜୁଲାଇରେ ଦେଶର ଦକ୍ଷିଣ ଭାଗରେ ବର୍ଷା ବି ହୋଇଥିଲା। ଏହା ଜଳବାୟୁ ସଙ୍କଟ ପ୍ରତି ଏକ ଚେତାବନୀ। 

IMD Forecast Weather News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ